ଭୁବନେଶ୍ୱର: ରାଜ୍ୟବାସୀ ପାଇଁ ସୁଇସାଇଡ୍ ସାଇଟ୍ ପାଲଟିଥିବା ବିଧାନସଭା ଆଗରେ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ ହୋଇଛି। ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଜଣେ ଯୁବକ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। SCBରେ ଚିକିତ୍ସା ଅବହେଳା ଅଭିଯୋଗ ଆଣି ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବକ ଜଗତସିଂପୁର, କୁଜଙ୍ଗର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ଦାସରଥି ଦାସଙ୍କର ପୁଅ ଦୁଷ୍ମନ୍ତଙ୍କ ଅଭିଯୋଗ ଅନୁସାରେ, ଗତ ୨୨ ମାର୍ଚ୍ଚ ୨୦୨୦ରେ ତାଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା। ସେଥିରେ ତାଙ୍କର ବାମ ଗୋଡରେ ଗଭୀର କ୍ଷତ ହୋଇଥିଲା। ଯାହାର ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲ ଯାଇଥିଲେ। ପ୍ଲାଷ୍ଟିକ ସର୍ଜରୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ  ୨୩ ମାର୍ଚ୍ଚ ୨୦୨୦ରେ ପ୍ରଥମ ଅପରେସନ,  ୧୯ ଜୁନ ୨୦୨୦ରେ ଦ୍ୱିତୀୟ ଅପରେସନ କରି କୋରୋନା ଆଳରେ ୧୫ ଜୁଲାଇ ୨୦୨୦ରେ ଘରକୁ ପଠାଇ ଦେଇଥିଲେ। କିଛି ଦିନ ପରେ ସେ ଅସୁସ୍ଥ ହୋଇ SCBକୁ ଆସିଥିଲେ କିନ୍ତୁ ତାଙ୍କୁ ଆଡ଼ମିଶନ ନକରାଇ ଡାକ୍ତର ତାରିଖ ପରେ ତାରିଖ ଗଡ଼ାଇ ଚାଲିଲେ ବୋଲି ଦୁଷ୍ମନ୍ତ କହିଛନ୍ତି।


Also Read: ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ପୋଲିସର ତଦନ୍ତ ବାଟରେ କ୍ରାଇମବ୍ରାଞ୍ଚ


ସେ ପୁଣି କହିଛନ୍ତି ଯେ, ତାଙ୍କ ଦେହ ଅସୁସ୍ଥ ହେବାରୁ ଜିଲ୍ଲା ପ୍ରଶାସନ ୨୪ ନଭେମ୍ବର ୨୦୨୦ରେ ଘରୁ ନେଇ SCBରେ ଆଡ଼ମିଶନ କରାଇ ଦେଲା। SCB Orthopedic ଡାକ୍ତର ପରୋକ୍ଷରେ ନିଜର ଡିପାଟମେଣ୍ଟ ଭୁଲ୍ ଅପରେସନ ଏବଂ ଅବହେଳା କରିଛି ବୋଲି ମାନିଲେ। ଏହାର ଚିକିତ୍ସା SCBରେ ସମ୍ଭବ ନୁହେଁ ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ ବୋଲି ଡାକ୍ତର କହିଲେ। ଦୁଷ୍ମନ୍ତ SCB ସୁପରଟେଣ୍ଡକୁ ଲିଖିତ ଅଭିଯୋଗ କଲେ। କିନ୍ତୁ ସେ ଅଭିଯୋଗ ଗ୍ରହଣ କରିଲେ ନାହିଁ। କହିଲେ, ପୂର୍ବରୁ ଚିକିତ୍ସା କରାଉଥିବା ଡାକ୍ତର କିମ୍ବା ବର୍ତ୍ତମାନ ଚିକିତ୍ସା କରାଉଥିବା ଡାକ୍ତର (ମୋହର) ଦସ୍ତଖତ ଦେଲେ ଆମେ ଉଚ୍ଚ ସ୍ତରୀୟ ବୈଠକ ବସାଇ ତୁମର ଉନ୍ନତ ଚିକିତ୍ସା ଯୋଗାଇ ଦେବୁ । 


ସେପଟେ Orthopedic ଡାକ୍ତର ଦସ୍ତଖତ ଦେବାକୁ ମନା କରିଦେଲେ। 'ଆମେ ଅବହେଳା କି ଅପରେସନ‌ କରିନୁ, ଯେଉଁ ପ୍ଲାଷ୍ଟିକ ସର୍ଜରୀ ଡାକ୍ତର କରିଛି ତାଙ୍କୁ କୁହ।' ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ଏବେ ଦୁଷ୍ମନ୍ତଙ୍କୁ ଦେଖିଲେ ଲୁଚୁଛନ୍ତି। ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହେଇପାରିବ। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ଗତ ଫେବୃଆରୀରେ SCBରୁ ଯାଇ ପ୍ରାଇଭେଟ ହସ୍ପିଟାଲରେ ଦୁଷ୍ମନ୍ତ ଆଡ଼ମିଶନ ହେଲେ। କିନ୍ତୁ ଗୋଡ଼ ଭଲ ହେବା ପାଇଁ ୩/୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ‌, ବିଜୁ କୃଷକ କଲ୍ୟାଣ କାର୍ଡରେ ସରକାର ଟଙ୍କା ଦେବେ ନାହିଁ। ଆପଣ ସ୍ବାସ୍ଥ୍ୟ ବିଭାଗ ଠାରୁ ଲିଖିତ ଭାବରେ ଆଣିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ। ହେଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଲିଖିତ ଦେବାକୁ ମନାକରିଦେଲେ ବୋଲି ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି।


Also Read: ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ


ପରେ ବାଧ୍ୟହୋଇ ଦୁଷ୍ମନ୍ତ, ନବୀନ ନିବାସ ଗଲେ। ସେଠାରେ ଅଭିଯୋଗ କରିବାରୁ ପୂନର୍ବାର ଏପ୍ରିଲ ୧୪ରେ SCBକୁ ପଠାଇଲେ। କହିଲେ, SCBରେ ସବୁ ହୋଇପାରିବ CM officeରୁ ଫୋନ‌ ଯାଇଛି। ହେଲେ ଗୋଡ଼ ଭଲ ହେବ ନାହିଁ ବୋଲି ଡାକ୍ତର କହି ପୁଣି ଫାରାଇ ଦେଲେ। ପୁନର୍ବାର ସ୍ୱାସ୍ଥ୍ୟ ବିଭାଗରେ ସେ ଲିଖିତ ଦିଅନ୍ତୁ କିମ୍ବା SCBକୁ ଚିଠି କରନ୍ତୁ ବୋଲି କହିଲେ। କିନ୍ତୁ ବିଭାଗ ଲିଖିତ ‌ନଦେଇ ପୁଣି SCBକୁ ପଠାଇ ଦେଲେ। SCB କହୁଛି ସରକାର ଚାହିଁଲେ ଗୋଡ଼ ଭଲ ହୋଇଯିବ କିନ୍ତୁ ସରକାରଙ୍କର କୌଣସି ଅଧିକାରୀ ଗ୍ରହଣ କରିଲେ ନାହିଁ ବୋଲି ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍ମନ୍ତ କହିଛନ୍ତି।


ହସ୍ପିଟାସଲରୁ ବିଭିନ୍ନ ଅଫିସ ଦୌଡି ଦୌଡି ଶେଷରେ ମିଡ଼ିଆ, ସୋସିଆଲ ମିଡ଼ିଆ, ଡାକ (ପୋଷ୍ଟ)ରେ SCBର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଅବହେଳା ଯୋଗୁଁ ତାଙ୍କର ବାମ ଗୋଡ ଅଚଳ ଅବସ୍ଥା ହୋଇଥିବା ଅଭିଯୋଗ କରିବାରୁ ରାଜ୍ୟପାଳ, ସ୍ବାସ୍ଥ୍ୟ ସଚିବ, SCBର  ପ୍ରିନସିପାଲ, ଜେନେରାଲ ସୁପରିଟେଣ୍ଡ ଅଭିଯୋଗ ଗ୍ରହଣ କରିଲେ। ପରେ BSKYରେ ଚିକିତ୍ସା କରାଯିବା ନେଇ ଗତ ୮ ଅଗଷ୍ଟ ୨୦୨୧ରେ ଚିଠି କଲେ। ୧୬ ଅଗଷ୍ଟରେ ଦୁଷ୍ମନ୍ତ SCB ଅର୍ଥପେଡିକରେ ଆଡ଼ମିଶନ ହେଲେ। କିନ୍ତୁ ତାଙ୍କର କୌଣସି ଚିକିତ୍ସା କରାଗଲା ନାହିଁ। ପିଜି ଡାକ୍ତର କହିଲେ, ଆଣ୍ଠୁ ପାଦ ଷ୍ଟିପ ହୋଇଯାଇଛି ଏହାର ଚିକିତ୍ସା SCBରେ ନାହିଁ, ତୁମେ ନିଜ ଇଛାରେ ଘରକୁ ପଳାଅ ନହେଲେ ହଇରାଣ କରିବୁ ବୋଲି କହିଥିବା ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି।


Also Read: ଭୟଙ୍କର ଷଡ଼ଯନ୍ତ୍ର! ଭଉଣୀକୁ ଦୁଷ୍କର୍ମ ଅଭିଯୋଗରେ ଜେଲରେ ବିତିଲା ୨ ବର୍ଷ, ସମସ୍ତଙ୍କୁ ଆଚମ୍ବିତ କର


ଦୁଷ୍ମନ୍ତଙ୍କ କହିବା ଅନୁସାରେ, ତାଙ୍କୁ SCB ଔଷଧ ମଧ୍ୟ ଖାଇବାକୁ ଦେଲେ ନାହିଁ। ଆଡ଼ମିଶନ ଟିକେଟ ଉପରେ ଡାକ୍ତର ଔଷଧର ନାମ ଲେଖୁଥିଲେ। ୨ ସେପ୍ଟେମ୍ବରରେ ଏକ ମାସ ପାଇଁ ଔଷଧ ଦେଲେ କିନ୍ତୁ ଚିକିତ୍ସା କରୁନାହିଁନ୍ତି। ଦୁଷ୍ମନ୍ତଙ୍କ ମା ବାସନ୍ତି ଦାସ ବାଧ୍ୟହୋଇ ସ୍ବାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ୨୬ଅଗଷ୍ଟ୨୦୨୧ରେ ଇଚ୍ଛା ମୃତ୍ୟୁ ପାଇ ଚିଠି କରିଥିଲେ। ତେବେ ଆଜି ମଧ୍ୟାହ୍ଣରେ ବିଧାନସଭା ସମ୍ମୁଖକୁ ଆସି ଦୁଷ୍ମନ୍ତ ବିଷ ପିଇବା ସହ ହାତ କାଟି ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି।