Advertisement
Article Detail0/zeeodisha/odisha979840

ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ

ଚାରି ମାସ ତଳେ ଅରଖପୁରର ମଦନ ଗଉଡଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ। ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ।

ଡିଜାଇନ୍ ଫଟୋ
ଡିଜାଇନ୍ ଫଟୋ

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡକ ଗ୍ରାମ ପଞ୍ଚାୟତ ସାହିରେ ଏକ ଅଭାବନୀୟ ଘଟଣା   ଘଟିଛି। ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜେ ବେକରେ ରଶି ଲଗାଇ  ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ପାଣ ଗଉଡଙ୍କ ତୃତୀୟ ପୁଅ ବିପିନ ଗଉଡ ଓ ବୋହୁ ଲିଲି ଗଉଡ। 

ଚାରି ମାସ ତଳେ ଅରଖପୁରର ମଦନ ଗଉଡଙ୍କ ଝିଅ ଲିଲିଙ୍କୁ ବିପିନ ବିବାହ କରିଥିଲେ। ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ବାପା ମାଆଙ୍କ ସହିତ ମିଶି ଖାଇବା ପରେ ନିଜ କୋଠରୀରେ ଶୋଇଥିଲେ। ସକାଳୁ ପୁଅ ବୋହୂ ବାହାରକୁ ନ ଆସିବାରୁ ବାପା ସେମାନଙ୍କୁ ଡାକିବାକୁ ଯାଇଥିଲେ। ଝରକା ବାଟେ ଦେଖିବାକୁ ପାଇଥିଲେ ଯେ ରକ୍ତରଞ୍ଜିତ ବୋହୂର ଶରୀର ଖଟ ଉପରେ ପଡିଛି ଓ ପୁଅ କୋଠରୀ ଦୁଲାରେ ଝୁଲୁଛି। ପରିବାର ଲୋକଙ୍କ ଠାରୁ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି। 

Also Read: ମୃତ୍ୟୁ ପରେ ବି ବିବାଦରେ Geelani; ମରଶରୀର ଉପରେ ପାକିସ୍ତାନୀ ପତାକା, ଲାଗିଲା ଦେଶ ବିରୋଧି ନାରା

Add Zee News as a Preferred Source

ବନ୍ଦ କୋଠରୀ ଭିତରେ ଉଭୟେ ମୃତ୍ୟୁବରଣ କରିଥିବା ଜଣାପଡିଥିବା ବେଳେ ପୋଲିସ ରକ୍ତଭିଜା କଟୁରିକୁ ଜବତ କରିଛି। ପାରିପାର୍ଶ୍ଵିକୁ ସ୍ଥିତିକୁ ଅନୁଧ୍ୟାନ କରି ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ପରେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ନିଜେ ବିପିନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ନବ ଦମ୍ପତିଙ୍କ କଳହ ଓ ସମ୍ପର୍କ ନେଇ ଘର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି।

 

 

 

 

 

 

 

 

 

 

About the Author