ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ପୋଲିସର ତଦନ୍ତ ବାଟରେ କ୍ରାଇମବ୍ରାଞ୍ଚ
Advertisement

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ପୋଲିସର ତଦନ୍ତ ବାଟରେ କ୍ରାଇମବ୍ରାଞ୍ଚ

ଡିଏଫଓଙ୍କ କାର୍ଯ୍ୟାଳୟର ପୂର୍ବତନ ରାତ୍ରୀ ଜଗୁଆଳୀଙ୍କ ବୟାନ ପରେ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଦୃଢିଭୁତ ହେଉଥିବା ବେଳେ ବୟାନର ସତ୍ୟତାକୁ ନେଇ ପ୍ରଶ୍ନ ବି ଉଠୁଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଡିଏଫଓ କୌଣସି ପ୍ରତିକ୍ରିୟା ରଖୁନଥିବା ବେଳେ ନାରାୟଣପୁର ରେଞ୍ଜର ଆଗକୁ ଆସି ରାତ୍ରୀ ଜଗୁଆଳୀ ଗଙ୍ଗା ପ୍ରଧାନଙ୍କ କଥା ମିଛ ବୋଲି କହିଛନ୍ତି।

ଡିଜାଇନ୍ ଫଟୋ

ଗଜପତି: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତଦନ୍ତ ଏବେ  ଦିଗହରା ହୋଇଛି। ତଦନ୍ତ ସମୟରେ ଯେଉଁ ଭଳି ନୂଆ ନୂଆ ତଥ୍ୟ ବାହାରକୁ ଆସୁଥିଲା, ଆଉ ତା ପରେ ଯାହାକୁ ପୁଣିଥରେ ଦୋହରାଇ ପୋଲିସ ତଦନ୍ତ କରୁଥିଲା। ସମାନ ବାଟରେ ଏବେ କ୍ରାଇମବ୍ରାଞ୍ଚ ଯାଉଛି। ମାମଲାକୁ ପାଖାପାଖି ଦୁଇ ମାସ ବିତିବାକୁ ଯାଉଛି ଏବେ ବି ତଦନ୍ତକାରି ସଂସ୍ଥା କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ। କ୍ରାଇମବ୍ରାଞ୍ଚ ବି ପଚାରା ଉଚାରାରେ ହିଁ ସୀମିତ ରହିଛି। ଆଉ କେତେ ଦିନ ଚାଲିଥିବ ଏମିତି ବୟାନ ବାଜି, କଣ ବୟାନ ରେକର୍ଡରେ ହିଁ ସୀମିତ ରହିବ କି ତଦନ୍ତ ? କେହି ଜାଣି ଶୁଣି ତଦନ୍ତକୁ ବାଟବଣା କରୁଛି ନାଁ କ୍ରାଇମବ୍ରାଞ୍ଚ ବି ଚାପରେ ଚାପି ହେଲାଣି? ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି।

ଡିଏଫଓଙ୍କ କାର୍ଯ୍ୟାଳୟର ପୂର୍ବତନ ରାତ୍ରୀ ଜଗୁଆଳୀଙ୍କ ବୟାନ ପରେ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସନ୍ଦେହ ଦୃଢିଭୁତ ହେଉଥିବା ବେଳେ ବୟାନର ସତ୍ୟତାକୁ ନେଇ ପ୍ରଶ୍ନ ବି ଉଠୁଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଡିଏଫଓ କୌଣସି ପ୍ରତିକ୍ରିୟା ରଖୁନଥିବା ବେଳେ ନାରାୟଣପୁର ରେଞ୍ଜର ଆଗକୁ ଆସି ରାତ୍ରୀ ଜଗୁଆଳୀ ଗଙ୍ଗା ପ୍ରଧାନଙ୍କ କଥା ମିଛ ବୋଲି କହିଛନ୍ତି। ତାଙ୍କୁ ଡିସେମ୍ବର ମାସରୁ କାର୍ଯ୍ୟରୁ ବହିସ୍କାର କରାଯାଇଥିଲା, ସେଥିପାଇଁ ସେ ସେଭଳି କହୁଥିବା ରେଞ୍ଜର କଵିନା ପରିଛା କହିଛନ୍ତି। 

Also Read: ସ୍ତ୍ରୀ କସ୍ତୁରୀକୁ ତଣ୍ଟି ଚିପି ମାରି ଗାନ୍ଧୀଲାଲ ଚମ୍ପଟ

ତେବେ ଏଠି କିଏ କହୁଛି ସତ? କାହା କଥାରେ ଅଛି ଦମ୍? ସତରେ କ'ଣ ରାତ୍ରି ଜଗୁଆଳି ଗଙ୍ଗା ପ୍ରଧାନଙ୍କୁ ପୂର୍ବରୁ ବାହାର କରାଯାଇଥିଲା ନା ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀ ସରକାରୀ ବାସଭବନକୁ ଆସିବା ପରେ ବାହାର କରା ଯାଇଥିଲା? ମିଛ କହୁଛନ୍ତି  କି ରେଞ୍ଜର ନା ବହିସ୍କୃତ ଗଙ୍ଗା ପ୍ରଧାନ ମିଛ କହୁଛନ୍ତି? ସତରେ କଣ ଗଙ୍ଗା,  ଡିଏଫଓଙ୍କ ଉପରେ ରହିଥିବା ରାଗ ସୁଝାଉଛନ୍ତି? ଗଙ୍ଗାଙ୍କ କହିବା ପ୍ରକାରେ, ଡିଏଫଓ ସଂଗ୍ରାମ ଶେଖର ବେହେରା ସୌମ୍ୟଙ୍କ ଘରକୁ ରାତିରେ ଯିବାର ଦେଖିବା ପରେ ତାଙ୍କୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି।

ସୌମ୍ୟଙ୍କ ପରିବାରଙ୍କ କହିବା ପ୍ରକାରେ, ଡିସେମ୍ବର ୧ ତାରିଖରେ ସୌମ୍ୟରଞ୍ଜନଙ୍କ ବାହାଘର ହୋଇଥିଲା ଏବଂ ସେ ଜାନୁଆରୀ ୧୮ ତାରିଖରେ ବିଦ୍ୟା ଭାରତୀଙ୍କୁ ନେଇ ପାରଳାଖେମୁଣ୍ଡି ଆସିଥିଲେ। ସେପଟେ ୩୧ ଡିସେମ୍ବର ୨୦୨୦ରେ ଗଙ୍ଗାକୁ ବାହାର କରି ଦିଆଯାଇଥିବା ବିଭାଗୀୟ ଚିଠିରେ ଉଲ୍ଲେଖ ହୋଇଛି। ତେବେ ଗଙ୍ଗା ଡିଏଫଓଙ୍କୁ ଦେଖିଲେ କେମିତି? ଗଙ୍ଗାଙ୍କୁ ପୂର୍ବରୁ ବାହାର କରିବା ଭଳି ପରବର୍ତ୍ତୀ ସମୟରେ ଚିଠି କରାଯାଇ ନାହିଁ ତ?  ଗଙ୍ଗାଙ୍କ ବୟାନକୁ ମିଛ ସାବ୍ୟସ୍ତ କରିବା ପାଇଁ ପ୍ରୟାସ ଚାଲିଛି ନେଇ ଚର୍ଚ୍ଚା ଜୋର ଧରିଛି। 

Also Read: ବନ୍ଦ ଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର; ରକ୍ତରେ ଜୁଡୁବୁଡୁ ସ୍ତ୍ରୀ, ଦୁଲାରେ ଝୁଲୁଥିଲା ସ୍ୱାମୀ

ଗଙ୍ଗା କିନ୍ତୁ ସେହି ସମୟରେ କାର୍ଯ୍ୟରତ ଥିବା ପୁଣି ସେହି ସମୟର ଦରମା ବକେୟା ଥିବା ସତ୍ତ୍ୱେ ବାହାର କରାଯାଇଥିଲା ବୋଲି କହୁଛନ୍ତି। ଯଦି ଏଥିରେ ସନ୍ଦେହ ହେଉଛି ତାହା ହେଲେ ସେହି ସମୟର ସିସିଟିଭି କାହିଁକି ଯାଞ୍ଚ କରିବାକୁ ଦାବି କରିଛନ୍ତି, ତାହା ଏବେ ତଦନ୍ତ ସାପେକ୍ଷ। ଅନ୍ୟପକ୍ଷରେ ସେ ଠିକାରେ ଯଦି କାର୍ଯ୍ୟ କରୁଥିଲେ ତେବେ ଅନ୍ୟ ଜଣକୁ ସେହି ସ୍ଥାନରେ ଅବସ୍ଥାପିତ କରିବା ପାଇଁ ରେଞ୍ଜର କିଭଳି ଚିଠି ଲେଖିଛନ୍ତି? ତାହାର ବି ତଦନ୍ତ ହେବା ଆବଶ୍ୟକ। 

ସେପଟେ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆଉ ଭରସା ନାହିଁ ସେଥିପାଇଁ ସିବିଆଇ ତଦନ୍ତ ପାଇଁ ସୌମ୍ୟଙ୍କ ପରିବାର ଦାବି କରିଛନ୍ତି। ଏତେ ସବୁ ଗୋଳିଆ ଭିତରୁ କଣ ସତ୍ୟତାକୁ ଖୋଜି ବାହାର କରିପାରିବ କି  କ୍ରାଇମବ୍ରାଞ୍ଚ ନା ଆଉ କିଛି ଦିନ ଗଡାଇ ଦେଇ ପୋଲିସ ଭଳି ବିଫଳ ହେବ ତାହା ସମୟ କହିବ।