ରାଜ୍ୟ ସରକାରଙ୍କ ନିବେଦନ, 'ବ୍ରିଟେନ ଫେରନ୍ତା ନିଜ ଆଡୁ ଦିଅନ୍ତୁ ତଥ୍ୟ'
Advertisement

ରାଜ୍ୟ ସରକାରଙ୍କ ନିବେଦନ, 'ବ୍ରିଟେନ ଫେରନ୍ତା ନିଜ ଆଡୁ ଦିଅନ୍ତୁ ତଥ୍ୟ'

କୋରୋନାର ନୂଆ ଷ୍ଟ୍ରେନ୍ (New Strain Of Coronavirus) ଯୋଗୁଁ ବିଶ୍ୱରେ ନୂଆ ସଙ୍କଟ ଦେଖାଦେଇଛି । ବ୍ରିଟେନ (Britain) ରୁ ଏହି ନୂଆ ଷ୍ଟ୍ରେନ୍ କ୍ରମାଗତ ଭାବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ଅପେକ୍ଷା ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ । ଭାରତରେ ମଧ୍ୟ କୋରୋନାର ୬ଟି ନୂଆ ଷ୍ଟ୍ରେ

ରାଜ୍ୟ ସରକାରଙ୍କ ନିବେଦନ, 'ବ୍ରିଟେନ ଫେରନ୍ତା ନିଜ ଆଡୁ ଦିଅନ୍ତୁ ତଥ୍ୟ'

ଭୁବନେଶ୍ୱର: କୋରୋନାର ନୂଆ ଷ୍ଟ୍ରେନ୍ (New Strain Of Coronavirus) ଯୋଗୁଁ ବିଶ୍ୱରେ ନୂଆ ସଙ୍କଟ ଦେଖାଦେଇଛି । ବ୍ରିଟେନ (Britain) ରୁ ଏହି ନୂଆ ଷ୍ଟ୍ରେନ୍ କ୍ରମାଗତ ଭାବେ ବିଶ୍ୱର ଅନ୍ୟାନ୍ୟ ଦେଶରେ ବ୍ୟାପିବାରେ ଲାଗିଛି । ଏହି ନୂଆ ଷ୍ଟ୍ରେନ ପୂର୍ବ ଭୂତାଣୁ ଅପେକ୍ଷା ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବ୍ୟାପିଥାଏ । ଭାରତରେ ମଧ୍ୟ କୋରୋନାର ୬ଟି ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିଛି । ଯାହା ଚିନ୍ତାର କାରଣ ପାଲଟିଛି । ସେପଟେ ପତ୍ତା ମିଳୁ ନଥିବା ବ୍ରିଟେନ ଫେରନ୍ତାଙ୍କୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ନିବେଦନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଚାକିରି ମିଳିବା ହେବ ସହଜ, କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଓ ବେସରକାରୀ କମ୍ପାନୀ କରିବେ ଆପଣଙ୍କୁ କଲ୍

ସେ କହିଛନ୍ତି ଯେ, ନିଜ ଆଡୁ ସରକାରଙ୍କ ପାଖରେ ତଥ୍ୟ ଦିଅନ୍ତୁ । କାରଣ ବହୁତ ନମ୍ବର ଭୁଲ ଅଛି । ୧୮ଟି ଜିଲ୍ଲାରୁ ବ୍ରିଟେନ ଫେରାନ୍ତାଙ୍କ ମଧ୍ୟରୁ ମୁଖ୍ୟତଃ ଭୁବନେଶ୍ୱରର । ସେମାନଙ୍କୁ ଖୋଜିବାକୁ ବିଏମସି (BMC) ଟିମ ଆଜି ଯାଇଛନ୍ତି । ତେବେ ଭୟ କରିବାରେ କିଛି ନାହିଁ । ଆମେ କେବଳ ସେମାନଙ୍କ genom sequence ଦେଖିବୁ । ସେମାନଙ୍କ ଏକାଡେମିକ ଗବେଷଣା କରିବାକୁ ଖୋଜୁଛୁ । 

ସେପଟେ ୬ ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରିପୋର୍ଟ ଆମ ପାଖକୁ ଆସିବ ନାହିଁ । ହେଲେ ଆମେ ନୂଆ ଷ୍ଟ୍ରେନ୍ ନେଇ କେନ୍ଦ୍ରର SOP ପାଳନ କରୁଛୁ । ଯେଉଁ ୮ରୁ ୧୦ଟି ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି । ସେଠାରେ ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ ।

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

BMC ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି ଯେ, ବିଦେଶ ଫୋନ ନମ୍ବର ଯୋଗୁ କିଛି ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ମିଳି ପାରୁନି । ଆମେ ତାଙ୍କ ଘରକୁ RRT ପଠାଇଛୁ । ବାକି ଯେଉଁମାନେ ଟ୍ରେସ ହେଲେଣି, ସେମାନଙ୍କ ପରୀକ୍ଷା କରୁଛୁ । କିଛି ଘରୋଇ ହସ୍ପିଟାଲରେ ନିଜେ ଟେଷ୍ଟ କରିଛନ୍ତି ।