Advertisement
Article Detail0/zeeodisha/odisha859068
Zee OdishaBhubneshwarକମୁଛି ଘୂର୍ଣ୍ଣିବଳୟ ପ୍ରଭାବ; କୁହୁଡି ସମ୍ଭାବନା

କମୁଛି ଘୂର୍ଣ୍ଣିବଳୟ ପ୍ରଭାବ; କୁହୁଡି ସମ୍ଭାବନା

 ଆସନ୍ତା ୩-୪ ଦିନ ମଧ୍ୟରେ ଦିନ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ। 

କମୁଛି ଘୂର୍ଣ୍ଣିବଳୟ ପ୍ରଭାବ; କୁହୁଡି ସମ୍ଭାବନା

ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: କମୁଛି ଘୂର୍ଣ୍ଣିବଳୟ ପ୍ରଭାବ। କିଛି ଜିଲ୍ଲାରେ କୁହୁଡି ସମ୍ଭାବନା। ଉତ୍ତର ଉପକୂଳ ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଦୂର୍ବଳ ହେଉଛି। ଘୂର୍ଣ୍ଣିବଳୟ (Storm) ପ୍ରକୋପ ହ୍ରାସ ପାଉଥିବା ବେଳେ ଆଉ ବର୍ଷା ହେବାର ସମ୍ଭାବନା ନାହିଁ। ଆସନ୍ତା ୩-୪ ଦିନ ମଧ୍ୟରେ ଦିନ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହା ପରେ ୨-୩ ଦିନ ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ,  ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।  

Add Zee News as a Preferred Source
About the Author