ତାତିରୁ ନାହିଁ ତ୍ରାହି, ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ
Advertisement

ତାତିରୁ ନାହିଁ ତ୍ରାହି, ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ

ଗତ ୨ ଦିନ ଧରି ରାଜଧାନୀରେ ତାପମାତ୍ରା ରେକର୍ଡ କରୁଥିବା ବେଳେ ଶୁକ୍ରବାର ୪୦ ଡିଗ୍ରୀ ଟପିଥିଲା। 

ତାତିରୁ ନାହିଁ ତ୍ରାହି, ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ତାତିରୁ ମିଳିବ ନାହିଁ ତ୍ରାହି। ୮ ଜିଲ୍ଲାରେ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ। ଏହାର ପ୍ରଭାବରୁ ଆହୁରି ବଢିବ ତାତି। ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଆଗକୁ ଆହୁରି ବଢିବା ନେଇେ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଗତ ୨ ଦିନ ଧରି ରାଜଧାନୀରେ ତାପମାତ୍ରା ରେକର୍ଡ କରୁଥିବା ବେଳେ ଶୁକ୍ରବାର ୪୦ ଡିଗ୍ରୀ ଟପିଥିଲା। ସାରା ଦେଶରେ ଭୁବନେଶ୍ବର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅଗ୍ନି ବର୍ଷା (Rain of Fire) ପରି ମନେହେଉଛି। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି କେନ୍ଦ୍ର ଆକଳନ କରିଛି। ଏହାସହ ସ୍ବାଭାବିକ ଠାରୁ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି।

Also Read: ଗଲା ଶୀତ ଆସିଲା ଖରା, ଉପରକୁ ଉଠିଗଲା ପାରା

 

ସେହିପରି ଆସନ୍ତା ୨-୩ ଦିନ ମଧ୍ୟରେ ୮ ଜିଲ୍ଲାରେ ସ୍ବାଭାବିକ ଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେତୁ ଗ୍ରୀଷ୍ମ ପ୍ରବାହ  (Heat Wave) ନେଇ କେନ୍ଦ୍ର ସତର୍କ କରାଇଛି। ଭୁବନେଶ୍ବର ସମେତ ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ବର, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ଗରମ ବାୟୁ ହେତୁ ଜନସାଧାରଙ୍କୁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟାବଶ୍ୟକ ଥିଲେ ଆବଶ୍ୟକୀୟ ପଦକ୍ଷେପ ସହ ବାହାରକୁ ବାହାରିବାକୁ ନିବେଦନ କରାଯାଇଛି।