ଏଣିକି ପାନ୍ଥନିବାସରେ ହୋଇ ପାରିବ ବାହାଘର
Advertisement
Article Detail0/zeeodisha/odisha612213

ଏଣିକି ପାନ୍ଥନିବାସରେ ହୋଇ ପାରିବ ବାହାଘର

ପର୍ଯ୍ୟଟନ ସ୍ଥଳୀରେ ବାହାଘର କରି ଏକ ସ୍ମରଣୀୟ ବାହାଘର କରିପାରିବେ ।

 

ଏଣିକି ପାନ୍ଥନିବାସରେ ହୋଇ ପାରିବ ବାହାଘର

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଏଣିକି ପାନ୍ଥନିବାସରେ ହୋଇ ପାରିବ ବାହାଘର । ସମ୍ପୂର୍ଣ ବାହାଘର ପ୍ୟାକେଜ ଯୋଗାଇଦେଵ ଓଟିଡିସି । କୌଣସି ଲୋକ ଚାହିଁଲେ କୌଣସି ପର୍ଯ୍ୟଟନ ସ୍ଥଳୀରେ ବାହାଘର କରି ଏକ ସ୍ମରଣୀୟ ବାହାଘର କରିପାରିବେ । ପ୍ରତ୍ୟେକ ପର୍ଯ୍ୟଟନସ୍ଥଳୀ ରେ ଥିବା ପାନ୍ଥନିବାସରେ ବାହାଘର କରିବା ପାଇଁ ବୁକିଙ୍ଗ କରିପାରିବେ ।

ବାହାଘର, ମେହେନ୍ଦି ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବ ଓଟିଡିସି । ଏଣିକି ଗୋଇବୋ, ମେକ ମାଇ ଟ୍ରିପ, ୟାତ୍ରା  ଆପ ମାଧ୍ୟମରେ ଉଭୟ ଇକୋ ରିଟ୍ରିଟ, ବାହାଘର ପାଇଁ ପାନ୍ଥ ନିବାସ ବୁକିଙ୍ଗ କରିପାରିବେ । ଏଥିଲାଗି ସର୍ବନିମ୍ନ  ୫୦ ହଜାର ଟଙ୍କା ରେ ବୁକିଙ୍ଗ କରିପାରିବେ । 

ପ୍ରାଥମିକ ଭାବେ ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର, ବଡ଼କୁଳ ପାନ୍ଥ ନିବାସରେ ଏହି ସୁବିଧା ଉପଲବ୍ଧ ହେବ । ପରବର୍ତୀ ସମୟରେ ସବୁ ପାନ୍ଥ ନିବାସ ରେ ଏହାର ଉପଲବ୍ଧ ହେବ । ଏଣିକି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ଓଟିଡିସି ବସ ଉପଲବ୍ଧ ହେବ । କଳାହାଣ୍ଡି ଓ ବଲାଙ୍ଗୀରର ସମସ୍ତ ପର୍ଯ୍ୟଟନ ସ୍ଥଳୀ ବୁଲିବା ପାଇଁ  ଓଟିଡିସି ବସ ସୁବିଧା ନେଇପାରିବେ ପର୍ଯ୍ୟଟକ । ଏହା ନେଇ ଓଟିଡିସି ଚେୟାରମ୍ୟାନ ଶ୍ରିମୟୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।