ଫେବୃଆରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ
Advertisement

ଫେବୃଆରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ

ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏପ୍ରିଲ ୯ ଯାଏ ଚାଲିବ ଏହି ଅଧିବେଶନ ।

ଫେବୃଆରୀ ୧୪ରୁ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଫେବୃଆରୀ ୧୪ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ଏପ୍ରିଲ ୯ ଯାଏ ଚାଲିବ ଏହି ଅଧିବେଶନ । ଫେବୃଆରୀ ୧୮ରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିବେଶନରେ ମୋଟ ୩୨ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ଆରମ୍ଭ ଦିନ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ ।

ଫେବୃଆରି ୧୮ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପିତ ହେବ । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରି ୧୪ରୁ ୨୬ ଯାଏ ଚାଲିବ । ଏହାପରେ ପୁଣିଥରେ ମାର୍ଚ୍ଚ ୧୧ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ପକ୍ଷରୁ ଆଜି ଅର୍ଥାତ ମଙ୍ଗଳବାର ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି ।

ଏହା ପୂର୍ବରୁ ବିଧାନସଭାର ଶୀତ ଅଧିବେଶନ ୨୦୧୮ ନଭେମ୍ବର ୧୩ରୁ ଡ଼ିସେମ୍ବର ୧୯ ଯାଏଁ ବିଧାନସଭାର ଶୀତ ଅଧିବେଶନ ଚାଲିବାର ଥିଲା । କିନ୍ତୁ ନଭେମ୍ୱର ୨୯ ଯାଏଁ ଏହି ଅଧିବେଶନ ଚାଲିଥିଲା । ଯାହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।  ଶୀତ ଅଧିବେଶନରେ ଅତିରିକ୍ତ ବଜେଟ ସହ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇଥିଲା ।