Odisha Budget 2023: ଆଗକୁ ଆସୁଛି ୨୦୨୪ ନିର୍ବାଚନ, ଉପସ୍ଥାପିତ ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ
Advertisement
Article Detail0/zeeodisha/odisha1584706

Odisha Budget 2023: ଆଗକୁ ଆସୁଛି ୨୦୨୪ ନିର୍ବାଚନ, ଉପସ୍ଥାପିତ ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ

Odisha Budget Allotment: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ମନ୍ତ୍ରୀ ପରିଷଦ ଦ୍ୱାରା ଅନୁମୋଦିତ ୨.୩୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ। ଗତ ବର୍ଷ ବଜେଟ୍ ପରିମାଣ ୨ ଲକ୍ଷ କୋଟି ଟଙ୍କା ରହିଥିଲା। 

Odisha Budget 2023: ଆଗକୁ ଆସୁଛି ୨୦୨୪ ନିର୍ବାଚନ, ଉପସ୍ଥାପିତ ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ

Odisha Budget 2023-24: ଫେବୃଆରୀ ୨୪ ତାରିଖ ଶୁକ୍ରବାର ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଆସନ୍ତା ବର୍ଷ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏଥରର ବଜେଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହେବ। ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ମନ୍ତ୍ରୀ ପରିଷଦ ଦ୍ୱାରା ଅନୁମୋଦିତ ୨.୩୦ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବେ  ଅର୍ଥମନ୍ତ୍ରୀ। ଗତ ବର୍ଷ ବଜେଟ୍ ପରିମାଣ ୨ ଲକ୍ଷ କୋଟି ଟଙ୍କା ରହିଥିଲା। ଆସନ୍ତା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି  ଓଡ଼ିଶା ସରକାର ଏଥର ରାଜ୍ୟର ସମସ୍ତ ବର୍ଗ ପାଇଁ ଲୋଭନୀୟ ଯୋଜନା ସମ୍ପର୍କରେ ଘୋଷଣା କରିବେ।

ଓଡ଼ିଶା ବଜେଟ ୨୦୨୩: କେଉଁ କ୍ଷେତ୍ରକୁ ଦିଆଯିବ ଗୁରୁତ୍ୱ

  • ଏଥର ଓଡିଶା ସରକାର ଭିତ୍ତିଭୂମି, ସାମାଜିକ ସୁରକ୍ଷା ଉପରେ ଧ୍ୟାନ ଦେବାର ଆଶା କରାଯାଉଛି।
  • କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, କ୍ରୀଡ଼ା ଏବଂ ଅନ୍ୟମାନେ, ମିଶନ୍ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଅତିରିକ୍ତ ଗୁରୁତ୍ୱ ପ୍ରଦାନ କରିପାରନ୍ତି।
  • ଜଳସେଚନ, ଯୁବ ରୋଜଗାର ଏବଂ ଆୱାସ ଯୋଜାନା ଉପରେ ଧ୍ୟାନ ଦେଇପାରନ୍ତି ଓଡ଼ିଶା ସରକାର।
  • ଏଥର ବଜେଟ ଉପସ୍ଥାପନ ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଲିଙ୍ଗରାଜ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ମନ୍ଦିରର ବିକାଶ ଲାଗି ସ୍ୱତନ୍ତ୍ର ଘୋଷଣା କରିପାରନ୍ତି ଓଡ଼ିଶା ସରକାର। 

ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୨-୨୩ ବର୍ଷରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ୭.୮୨ ପ୍ରତିଶତକୁ ଖସିଯିବାର ସମ୍ଭାବନା ରହିଛି। କୋଭିଡ୍ ସମୟରେ ଅର୍ଥାତ ୨୦୨୧-୨୨ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ପ୍ରାୟ ୧୧ ପ୍ରତିଶତ ରହିଥିଲା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ସନ୍ତୋଷଜନକ ନୁହେଁ। ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ହାର ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ତୁଳନାରେ ୧ ଲକ୍ଷ ୫୦ ହଜାର ୬୭୬ ଟଙ୍କା ରହିଛି।

Also Read: Odisha Budget 2023: ଆସନ୍ତାକାଲି ଆଗତ ହେବ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍

 

ଅର୍ଥନୀତିଜ୍ଞଙ୍କ କହିବା ଅନୁସାରେ ୨୦୨୩-୨୪ ବର୍ଷରେ ପ୍ରଗତିଶୀଳ ବଜେଟ ଆଗତ ହୋଇପାରେ। ଯାହାର ମୋଟ ବ୍ୟୟ ଅଟ୍ଟକଳ ୨.୩୦ ଲକ୍ଷ କୋଟି ଟଙ୍କା ରହିଛି। ଏଥର ଯୁବପିଢିଙ୍କୁ ରୋଜଗାର, ନୂତନ ଶିଳ୍ପ ପ୍ରତିଷ୍ଠା, ଜିଏସଟି ସଂଗ୍ରହ ବୃଦ୍ଧି, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱ ଦେଇପାରନ୍ତି ଓଡ଼ିଶା ସରକାର।