ରାଜ୍ୟବାସୀଙ୍କ ପାଇଁ ଖୁସି ଖବର! ବନ୍ଦ ହେଇଯିବ କୋଭିଡ୍ ହସ୍ପିଟାଲ୍, କେୟାର ସେଣ୍ଟରରେ ବି ଝୁଲିବ ତାଲା
Advertisement
Article Detail0/zeeodisha/odisha1108268

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର! ବନ୍ଦ ହେଇଯିବ କୋଭିଡ୍ ହସ୍ପିଟାଲ୍, କେୟାର ସେଣ୍ଟରରେ ବି ଝୁଲିବ ତାଲା

ରାଜଧାନୀରେ ବନ୍ଦ ହେବ କୋଭିଡ ହସ୍ପିଟାଲ। ସହରରେ କୋଭିଡ ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୮ତାରିଖ ଠାରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଦୀର୍ଘ ସମୟ ପରେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଆସିଛି। ଖୁବଶୀଘ୍ର ରାଜଧାନୀର କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେଇଯିବ। ରାଜ୍ୟରେ ଲଗାତାର ଖସୁଥିବା କୋରୋନା ମାମଲାକୁ ଦେଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ରାଜଧାନୀରେ ବନ୍ଦ ହେବ କୋଭିଡ ହସ୍ପିଟାଲ। ସହରରେ କୋଭିଡ ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆସନ୍ତା ୨୮ତାରିଖ ଠାରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ। ଏହାସହ ହାଇଟେକ ଓ କିମ୍ସ କୋଭିଡ ହସ୍ପିଟାଲ ବନ୍ଦ ହେବ। ବିଏମସି ପକ୍ଷରୁ ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କ୍ଲୋଜର ନୋଟିସ ଦିଆଯାଇଛି। 

Also Read: ମୁଖ୍ୟମନ୍ତ୍ରୀ ନବୀନଙ୍କ ନବରତ୍ନ! ଜାଣନ୍ତୁ, କାହାର କୁବେର ଭଣ୍ଡାର କେତେ ବଡ଼

ସେପଟେ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ହ୍ରାସ ପାଇବ। ଏଣିକି ସମ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଶଯ୍ୟାରେ ସୀମିତ ରହିବ। ତେବେ ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୬ ଦିନ ହେଲା ରାଜ୍ୟରେ ଦୈନିକ କୋରୋନା ମାମଲା ୫୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ୩୪୫ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ଖୋର୍ଦ୍ଧା ଜିଲ୍ଲାରେ ୨୪ ଜଣ ପଜିଟିଭ୍ ବାହାରିଛନ୍ତି। ଦୈନିକ ସଂକ୍ରମଣ ହ୍ରାସ ପାଇବା ପରେ ରାଜ୍ୟରେ ସମସ୍ତ ଜିଲ୍ଲା ଗ୍ରୀନ୍ ଜୋନକୁ ଆସିଛନ୍ତି।