Coronavirus Update: ରାଜ୍ୟରେ ୫୦୦ ନିକଟତର ଦୈନିକ ସଂକ୍ରମଣ, ମାତ୍ର ତିନି ଜିଲ୍ଲା କୋରୋନା ମୁକ୍ତ
Advertisement
Article Detail0/zeeodisha/odisha1249202

Coronavirus Update: ରାଜ୍ୟରେ ୫୦୦ ନିକଟତର ଦୈନିକ ସଂକ୍ରମଣ, ମାତ୍ର ତିନି ଜିଲ୍ଲା କୋରୋନା ମୁକ୍ତ

ରାଜ୍ୟର ୨୭ଟି ଜିଲ୍ଲାରେ କୋରୋନା ବ୍ୟାପିଲାଣି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୦୭, କଟକରେ ୪୪୦ ଓ ସୁନ୍ଦରଗଡରେ ୧୦୦ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। 

ସୌ- ସୋସିଆଲ ମିଡିଆ

Coronavirus Update: ରାଜ୍ୟରେ ଘୁ ଘୁ ହୋଇ ବଢୁଛି କୋରୋନା ସଂକ୍ରମଣ। ଲଗାତର ପଜିଟିଭ୍ ସଂଖ୍ୟା ବଦ୍ଧି ପାଇବାରେ ଲାଗିଛି। ୫ ଦିନରେ ଦୈନିକ ସଂକ୍ରମଣ ଦ୍ୱିଗୁଣା ନିକଟତର ହୋଇଛି। ଖୁବଶୀଘ୍ର ଏହା ୫୦୦ ପାର କରିପାରେ। ଅନ୍ୟପଟେ ରାଜ୍ୟର ମାତ୍ର ୩ ଜିଲ୍ଲା କୋରୋନା ମୁକ୍ତ ରହିଛି। 

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୭୦ କରୋନା ସଂକ୍ରମିତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୯୪ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୯ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୨୨୧, କଟକରୁ ୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୧୮ ଜଣ କୋରୋନାରୁ ଆରୋଗ୍ୟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ୨୪୮୭ଟି ଆକ୍ଟିଭ୍ କେସ ରହିଛି।

Also Read: ନଦୀରେ ଭାସିଗଲା କାର; ୯ ମୃତ, ଜଣେ ନାବାଳିକା ସୁରକ୍ଷିତ ଉଦ୍ଧାର

ରାଜ୍ୟର ୨୭ଟି ଜିଲ୍ଲାରେ କୋରୋନା ବ୍ୟାପିଲାଣି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨୦୭, କଟକରେ ୪୪୦ ଓ ସୁନ୍ଦରଗଡରେ ୧୦୦ ଜଣ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କୋରୋନା ମୁକ୍ତ ରହିଛି। ଏହି ସବୁ ଜିଲ୍ଲାରେ ଗୋଟିଏ ହେଲେ କୋରୋନା ପଜିଟିଭ୍ ବାହାରି ନାହିଁ।

ଅନ୍ୟପଟେ, ଦେଶରେ ଦିନକରେ ୧୮ ହଜାର ୮୧୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଦଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୫ ହଜାର ୩୪୩କୁ ବୃଦ୍ଧି ପାଇଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୨ ହଜାର ୩୩୫କୁ ପହଞ୍ଚିଛି। ୪ କୋଟି ୨୯ ଲକ୍ଷ ୩୭ ହଜାର ୮୭୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି।