ନୂଆଦିଲ୍ଲୀ: ପାଶ୍ଚାତ୍ୟ ଢାଞ୍ଚାରେ ଓଡିଶା। ଏଣିକି ପୋଲିସ, ଆମ୍ବୁଲାନ୍ସ, ଦମକଳ ପରି ଜରୁରୀ ସେବା ପାଇଁ ଅଲଗା ଅଲଗା ନମ୍ବର ଡାଏଲ କରିବାକୁ ପଡିବ ନାହିଁ। ଆମେରିକା ପରି ଓଡିଶାରେ ବି ଜରୁରୀ ସେବା ପାଇଁ ରହିବ ଗୋଟିଏ ନମ୍ବର। ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନମ୍ବରର ଶୁଭାରାମ୍ଭ କରିବେ।


COMMERCIAL BREAK
SCROLL TO CONTINUE READING

ଏଣିକି ପୋଲିସ, ଆମ୍ବୁଲାନ୍ସ, ଦମକଳ ପାଇଁ ଗୋଟିଏ ନମ୍ବର। ୧୧୨ ଡାଏଲ (Emergency number) କଲେ ମିଳିବ ସବୁ ଜରୁରୀ ସେବା। ଜନସାଧାରଣଙ୍କ ସୁବିଧାକୁ ନଜରରେ ରଖି ରଜ୍ୟ ସରକାର (Odisha Govt) ଏଭଳି ଏକ ପ୍ରୟୋଗ ଆରମ୍ଭ କରିଛନ୍ତି। ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ନମ୍ବରର ଶୁଭାରମ୍ଭ କରିବେ।


Also Read: ବିଶ୍ୱ ନିଦ୍ରା ଦିବସ: ଲୋକଙ୍କ ନିଦ ହଜାଇଛି ଆର୍ଥିକ ସଙ୍କଟ, କଷ୍ଟ ଦେଉଛି ମୋବାଇଲ୍


ପୂର୍ବରୁ ପୋଲିସ (Police) ପାଇଁ ୧୦୦, ଦମକଳ (Firebrigade)ପାଇଁ ୧୦୧ ଓ ଆମ୍ବୁଲାନ୍ସ (Ambulance) ପାଇଁ ୧୦୨ କିମ୍ବା ୧୦୮ ଡାଏଲ କରିବାକୁ ପଡୁଥିଲା। କିନ୍ତୁ ଏବେ କେବଳ ୧୧୨ ନଂ ଡାଏଲ କଲେ ସବୁ ଜରୁରୀ ସେବା (Emergency Service) ମିଳିବ। ତେବେ ୧୧୨ କଣ୍ଟ୍ରୋଲ ରୁମକୁ ଆପଣଙ୍କ ଅସୁବିଧା ଓ ଆବଶ୍ୟକୀୟ ସେବା ବିଷୟରେ ସ୍ପଷ୍ଟ ବିବରଣୀ ଦେବାକୁ ହେବ।


ତେବେ ସରକାର ଆଗରୁ ମଧ୍ୟ ଏପରି ଅନେକ ସହାୟତା ନମ୍ବର ଜାରି କରିଛନ୍ତି। ସେଗୁଡିକ ମଧ୍ୟରୁ କିଛି ଚାଲୁଛି ଏବଂ କିଛି ବନ୍ଦ ହେଇ ପଡିଛି। ଅନେକ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନଂରେ ଫୋନ ଲଗାଇଲେ ନମ୍ବର ଭୁଲ ଥିବା କିମ୍ବା ସେବାରେ ନଥିବା ଭୋଏସ୍ ରେକର୍ଡର କହୁଛି। ଅନେକ ସରକାରୀ ଅଫିସର ନଂ ମଧ୍ୟ କାମକରୁନାହିଁ। ଏପରି କ୍ଷେତ୍ରରେ ୧୧୨ ନଂ କେତେ ଦୂର ସଫଳ ହେବ ତାହା ଦେଖିବାକୁ ରହିଲା।