)
ନୂଆଦିଲ୍ଲୀ: ଆଜି ବିଶ୍ୱ ନିଦ୍ରା ଦିସବ। ୨୦୧୪ ମସିହା ଠାରୁ ପ୍ରତି ବର୍ଷ ବସନ୍ତ ବିଶୁବର ପୂର୍ବ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ (World Sleep Day 2021) ଭାବେ ପାଳନ କରାଯାଉଛି। ବିଶ୍ୱ ନିଦ୍ରା ଔଷଧ ସଙ୍ଗଠନ ପକ୍ଷରୁ ପାଳନ କରାଯାଉଥିବା ଏହି ବିଶେଷ ଦିନରେ ଲୋକଙ୍କ ନିଦ୍ରା ଉପରେ ସଚେତନ କରାଯାଏ। ଚଳିତବର୍ଷ ବିଶ୍ୱ ନିଦ୍ରା ଦିବସର ସଚେତନ ବାର୍ତ୍ତା ହେଲା- "ନିୟମିତ ଶୟନ, ସ୍ୱାସ୍ଥ୍ୟବାନ ଭବିଷ୍ୟତ।"
ଆମେ ସମସ୍ତେ ଜାଣୁ ମଣିଷ ଶରୀରରେ ହେଉଛି ରୋଗର ଏକ ଘର। ଆମର ବିଭିନ୍ନ ରୋଗର ମୁଖ୍ୟ କାରଣ ହେଉଛି ଖାଦ୍ୟ ଓ ଶୟନ ସମସ୍ୟା (Sleeping problems) । ଯଦି ଜଣେ ସୁଷମ ଖାଦ୍ୟ ଖାଏ ଓ ଉପୟୁକ୍ତ ସମୟ ବିଶ୍ରାମ ନିଏ ତବେ କୌଣସି ରୋଗ ଆକ୍ରମଣ କରେ ନାହିଁ ବୋଲି ଡାକ୍ତରମାନ କୁହନ୍ତି। ଏକଥା ଆମେ ମଧ୍ୟ ଭଲ ଭାବରେ ଜାଣୁ। କିନ୍ତୁ ବ୍ୟସ୍ତବହୁଳତା ଜୀବନ (Busy life) ଓ କାର୍ଯ୍ୟର ଚାପ ପାଇଁ ତାକୁ ଅନୁପାଳନ କରିବା ଅସମ୍ଭବ।
ବର୍ତ୍ତମାନ ସମୟରେ ଲୋକଙ୍କ ପାଇଁ ସବୁଠୁ ବଡ ସମସ୍ୟା ହେଉଛି ନିଦ। ବିଭିନ୍ନ କାରଣରୁ ମଣିଷକୁ ଅନିଦ୍ରା (sleepless) ରହିବାକୁ ପଡୁଛି। ଫଳରେ ତାହା ବହୁ ରୋଗର କାରଣ ପାଲଟୁଛି। ନିୟମିତ ଅନିଦ୍ରା ରହିଲେ ମଣିଷ ବ୍ୟାଧିଗ୍ରସ୍ତ ହେବା ସହ ଅର୍ଥହାନୀ ହୁଏ। ତେଣୁ ଏସବୁରୁ ବଞ୍ଚିବା ପାଇଁ ଗାଢ ନିଦରେ ଶୋଇବା ଆବଶ୍ୟକ। ଆଉ ସେଥିପାଇଁ କିଛି ଟାଇମ ଟେବୁଲ ମଧ୍ୟ ରହିଛି। ଯେପରି-
ସେପଟେ ଭାରତରେ ଲୋକଙ୍କ ନିଦର ଶତ୍ରୁ ପାଲଟିଛି ଆର୍ଥିକ ସଙ୍କଟ। ଆଉ ବୋଝ ଉପରେ ନଳିତା ବିଡା ସାଜିଛି କୋଭିଡ ସଂକ୍ରମଣ (Coronavirus) । ଏକ ସଦ୍ୟ ସର୍ଭେ ରିପର୍ଟ ଅନୁସାରେ, ଭାରତର ୪ ଜଣଙ୍କ ମଧ୍ୟରୁ ଜଣେ ନିଦ୍ରାହିନତାର ଶିକାର ହେଉଛନ୍ତି। ଆଉ ଏହାର ପ୍ରମୁଖ କାରଣ ହେଉଛି ଆର୍ଥିକ ସଙ୍କଟ (Financial crisis) ଓ କାମର ଚାପ। ବିଭିନ୍ନ ବର୍ଗର ପ୍ରାୟ ୧୦୦୦ ଜଣଙ୍କୁ ନେଇ କରାଯାଇଥିବା ଏହି ସର୍ଭେରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି।
ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୬ ପ୍ରତିଶତଙ୍କୁ ସଠିକ ନିଦ ହେଉନାହିଁ। ୬୩ ପ୍ରତିଶତ ଆର୍ଥିକ ସଙ୍କଟ ଓ ୫୯ ପ୍ରତିଶତ କୋଭିଡ ଚାପରେ ଶୋଇ ପାରୁନଥିବା କହିଛନ୍ତି। ୩୨ ପ୍ରତିଶତ ଲୋକଙ୍କୁ ଫୋନ ଶୋଇବାକୁ ଦେଉନଥିବା ବେଳେ ୮୪ ପ୍ରତିଶତଙ୍କୁ ଫୋନ ଠାରୁ ଦୂରେଇ ରହିଲେ କଷ୍ଟ ହେଉଛି। ସେପଟେ ଶୋଇବା ପାଇଁ କିଛି ଲୋକ ବିଶେଷଜ୍ଞଙ୍କ ସହାୟତା ନେଉ ଥିବା ଓ ନିଦ୍ରା ବଟିକା ଖାଉଥିବା ମଧ୍ୟ କହିଛନ୍ତି।
ସୂଚନାଯୋଗ୍ୟ ଭାରତ ଅପେକ୍ଷା ପଶ୍ଚିମ ଦେଶ (Western country) ର ଲୋକମାନେ ଅଧିକ ନିଦ୍ରା ଜନିତ ସମସ୍ୟାରେ ପୀଡତ ହୁଅନ୍ତି। ଆଉ ଏଥିରୁ ମୁକ୍ତି ପାଇବାକୁ ସେମାନେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରନ୍ତି। ନିଦ୍ରା ପାଇଁ ପ୍ରତିବର୍ଷ ଆମେରିକାବାସୀ ୪୦ ହଜାର କୋଟି ଡଲାର, ଜାପାନୀ ୧୩ ହଜାର ୮୦୦ ଡଲାର, ଜର୍ମାନୀ ୬୦୦୦ କୋଟି ଡଲାର, ବ୍ରିଟେନର ଲୋକମାନେ ୫୦୦୦ କୋଟି ଡଲାର ଖର୍ଚ୍ଚ କରନ୍ତି।