ଭୁବନେଶ୍ୱର: ହାତୀ ଓ ମନୁଷ୍ୟ ସମ୍ପର୍କ ବହୁ ପୁରୁଣା। କେତେ ବେଳେ ହାତୀକୁ ପୋଷା କରି ମନୁଷ୍ୟ ତାହାର କାମ ଆଦାୟ କରୁଛି ତ ଆଉ କେତେବେଳେ ହାତୀ, ମନୁଷ୍ୟ ସହ ସଂଘର୍ଷ କରି ରାଗ ସୁଝାଉଥିବା ଦେଖିବାକୁ ମିଳୁଛି। ଜଙ୍ଗଲରେ ହାତୀ ସବୁଠାରୁ ସୁରକ୍ଷିତ ରହୁଛି। ବେଳେବେଳେ ସେ ଜନବସତି ମୁହାଁ ହେଉଛି। ଏଭଳି ପରିସ୍ଥିତିରେ ମନୁଷ୍ୟ ହାତୀ ମୁକାବିଲା ରୋକିବା ପାଇଁ ଓଡିଶା ବନ ବିଭାଗ ନୂଆ ଓ ଅଭିନବ ଉଦ୍ୟମ ଆରମ୍ଭ କରିବାକୁ ଯାଉଛି। 


COMMERCIAL BREAK
SCROLL TO CONTINUE READING

ଜନବସତି ମୁହାଁ ହେଉଥିବା ହାତୀଙ୍କୁ ରୋକିବା ପାଇଁ ମହୁମାଛି (Bee) ଙ୍କୁ ଉପଯୋଗ କରାଯିବ। ଯେଉଁ ଅଞ୍ଚଳରେ ହାତୀ ଉପଦ୍ରବ ଅଧିକ ରହୁଛି, ସେସବୁ ଜାଗାରେ ମହୁମାଛି ବାକ୍ସ ଗୁଡାକୁ ତାରରେ ସଂଯୋଗ କରାଯିବ। ହାତୀ ସେହି ଅଞ୍ଚଳକୁ ପ୍ରବେଶ କରିବା ବେଳେ ତାର ସଂସ୍ପର୍ଶରେ ଆସିଲେ ବାକ୍ସ ଟାଣିହୋଇ ସେଥିରୁ ମହୁମାଛି ବାହାରିବେ। ମହୁମାଛି ହାତୀ (Elephant) ଙ୍କୁ ଆଗକୁ ବଢିବା ବେଳେ ଅଡୁଆ କରିବେ ଆଉ ହାତୀ ମନୁଷ୍ୟ ମୁହାଁ ହେବେନାହିଁ ବୋଲି ବନବିଭାଗ ଆଶା ରଖିଛି। ପୂର୍ବରୁ ଆଫ୍ରିକା ଓ ଆସାମରେ ଏହି ପ୍ରକଳ୍ପ ସଫଳ ହୋଇଥିବାରୁ ଓଡ଼ିଶାରେ ମଧ୍ୟ ହାତୀ ଉପଦ୍ରବ କମାଇବାରେ ଏହା ବେଶ୍ ଉପଯୋଗୀ ହେବ ବୋଲି ଅନୁମାନ କରାଯାଉଛି । 


Also Read: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ


ଦୁର୍ଦ୍ଦାନ୍ତ ବଣୁଆ ହାତୀଙ୍କ ଉପଦ୍ରବ କମ କରିବା ପାଇଁ ହାତୀ ବେକରେ ଜିପିଏସ୍‌ ସଂଯୁକ୍ତ ରେଡ଼ିଓ କଲାର ଲଗାଯିବ। ଏହା ଦ୍ୱାରା ସାଟେଲାଇଟ୍‌ ମାଧ୍ୟମରେ ହାତୀର ଗତିବିଧି ଉପରେ ନଜର ରଖା ଯାଇପାରିବ। ହାତୀ ଜନବସତି ମୁହାଁ ହେଉଛି କି ଚାଷ ଜମି ଆଡ଼କୁ ଯାଉଛି, ସେ ସମ୍ପର୍କରେ ସୂଚନା ମିଳିପାରିବ। ଏଥିପାଇଁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍‌ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ବିଶେଷଜ୍ଞମାନେ ଓଡ଼ିଶା ଆସି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ଚନ୍ଦକା ଜଙ୍ଗଲରେ ଥିବା ୨ଟି ବଣୁଆ ହାତୀଙ୍କ ଦେହରେ ରେଡ଼ିଓ କଲାର ଲଗାଯିବା ପରେ ଶିମିଳିପାଳରେ ଥିବା ୪ଟି ହାତୀ ବେକରେ ଏହାକୁ ସଂଯୋଗ କରାଯିବ ବୋଲି ବନ୍ଯପ୍ରାଣୀ ପିସିସିଏଫ ସୂଚନା ଦେଇଛନ୍ତି।