ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ
Advertisement

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା: ଦୁଇ ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ

ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ସାମ୍ବାଦିକଙ୍କ ଭୂମିକା ନେଇ ପୋଲିସ ସନ୍ଦେହ କରିବା ସହ ଦୁଇ ଓ୍ବେବ ପୋଟାଲର ଦୁଇ ଜଣ ସାମ୍ବାଦିକ ଅସିତ ରାଉତ ଏବଂ ଦାମୋଦର ସେଠୀଙ୍କୁ ସମନ ଜାରି କରିଛି। ଏହି ସାମ୍ବାଦିକମାନେ ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟାପାଇଁ ଉସୁକାଇଥିବା ସନ୍ଦେହ କରାଯାଉଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ଛନ୍ଦି ହେଲେ ଓ୍ବେବ ପୋଟାଲ ସାମ୍ବାଦିକ। ଜେରା ପାଇଁ ଦୁଇ ଓ୍ବେବ ପୋଟାଲର ସାମ୍ବାଦିକଙ୍କୁ ମଙ୍ଗଳାବାଗ ପୋଲିସର ସମନ ଜାରି କରିଛି। ଦୁଷ୍ମନ୍ତଙ୍କ କଥିତ ଆତ୍ମହତ୍ୟା ଘଟଣାରେ ଉଭୟଙ୍କ ଭୁମିକା ନେଇ ସାମ୍ବାଦିକଙ୍କୁ ଜେରା କରିବ।

ଜଗତସିଂହପୁରର ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁର ଷଡଯନ୍ତ୍ରକାରୀଙ୍କୁ ଖୋଜୁଛି ପୋଲିସ। ଦୁଷ୍ମନ୍ତଙ୍କ ମାଆ ବାସନ୍ତୀ ଅଭିଯୋଗକୁ ଭିତ୍ତି କରି କଟକ ମଙ୍ଗଳାବାଗ ପୋଲିସ ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟଣାରେ ସାମ୍ବାଦିକଙ୍କ ଭୂମିକା ନେଇ ପୋଲିସ ସନ୍ଦେହ କରିବା ସହ ଦୁଇ ଓ୍ବେବ ପୋଟାଲର ଦୁଇ ଜଣ ସାମ୍ବାଦିକ ଅସିତ ରାଉତ ଏବଂ ଦାମୋଦର ସେଠୀଙ୍କୁ ସମନ ଜାରି କରିଛି। ଏହି ସାମ୍ବାଦିକମାନେ ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟାପାଇଁ ଉସୁକାଇଥିବା ସନ୍ଦେହ କରାଯାଉଛି।

Also Read: SCBରେ ଗଲା ଦୁଷ୍ମନ୍ତଙ୍କ ଜୀବନ; ରାତି ଅଧିଆ ପୋଷ୍ଟମର୍ଟମ, ଝିଅ ଦେଲା ମୁଖାଗ୍ନି

ଦୁଷ୍ମନ୍ତଙ୍କ ମାଆ ବାସନ୍ତୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅର ମୃତ୍ୟୁ ପାଇଁ କେବଳ ତ୍ରୁଟିପୂର୍ଣ୍ଣ ଚିକିତ୍ସା ନୁହେଁ ବରଂ ଦୁଷ୍ନନ୍ତଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି। ଗୋଡ଼ ଖରାପ ଯୋଗୁ ଚାଲି ପାରୁନଥିବା ଦୁଷ୍ମନ୍ତଙ୍କୁ କଟକ ବଡ଼ ଡାକ୍ତରଖାନାର ୩ ମହଲାରୁ ତଳକୁ କିଏ ଓହ୍ଲାଇଲା?  କିଏ ତାଙ୍କ ହାତକୁ ଛୁରୀରେ କାଟିବା ସହ ବିଷ ବୋତଲ ଦେଲା? ଯେଉଁମାନେ ଦୁଷ୍ମନ୍ତଙ୍କୁ କଟକରୁ ଭୁବନେଶ୍ୱର ବିଧାନସଭା ଆଗରେ ଛାଡ଼ିଥିଲେ? ବୋଲି ବାସନ୍ତୀ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ଦୁଷ୍ମନ୍ତଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ କରିଥିବା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ ଏବଂ ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ୭୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। କୋଭିଡ କଟକଣା ମାନି ନଥିବା ଦର୍ଶାଇ ପୋଲିସ୍‌ ୨ଟି ସ୍ୱତନ୍ତ୍ର ଦଫା ଲଗାଇଛି। ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

Also Read: ବିଧାନସଭା ଆଗରେ ବିଷ ପିଇଲେ, ହାତ କାଟି ଦେଲେ

ସୂଚନାଯୋଗ୍ୟ, କଟକ SCBରେ ଚିକିତ୍ସା ଅବହେଳା ଓ ପ୍ରଶାସନିକ ଅପାରଗତା  ଅଭିଯୋଗ ଆଣି ବିଧାନସଭା ଅଧିବେଶନ ଚାଲିଥିବା ବେଳେ ହାତ କାଟି ଓ ବିଷ ପିଇ ଦୁଷ୍ମନ୍ତ ଆତ୍ମହତ୍ୟା କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ କଟକ ବଡମେଡିକାଲରେ ତାଙ୍କର ଦେହନ୍ତ ହୋଇଥିଲା। ତେବେ ପ୍ରଶାସନ ମଧ୍ୟ ରାତ୍ରିରେ ଦୁଷ୍ମନ୍ତଙ୍କ ଶବ ବ୍ୟବଚ୍ଛେଦ କରିବା ସହ ପୁରୀରେ ଅନ୍ତିମ ସଂସ୍କାର କରାଇଥିଲା। ଏପରି କି ଦୁଷ୍ମନ୍ତଙ୍କ ପରିବାରକୁ ଲକ୍ଷେ ଟଙ୍କା ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥିବା ସୂଚନା ମିଳିଛି।