ଓଡ଼ିଶାକୁ ଲଘୁଚାପ ଭୟ, ୪ ଜିଲ୍ଲାରେ ବର୍ଷା ନେଇ ସୂଚନା ଜାରି
Advertisement

ଓଡ଼ିଶାକୁ ଲଘୁଚାପ ଭୟ, ୪ ଜିଲ୍ଲାରେ ବର୍ଷା ନେଇ ସୂଚନା ଜାରି

ଗତ ୨୪ ଘଣ୍ଟାରେ ରାଜ୍ୟର ୬ ସହର ରେ ୧୫ ଡ଼ିଗ୍ରୀ ତଳେ ରାତି ତାପମାତ୍ରା ରେକର୍ଡ ହୋଇଛି । 

ଓଡ଼ିଶାକୁ ଲଘୁଚାପ ଭୟ, ୪ ଜିଲ୍ଲାରେ ବର୍ଷା ନେଇ ସୂଚନା ଜାରି

ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ପୁଣି ଏକ ଲଘୁଚାପ । ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନିଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୬ ସହର ରେ ୧୫ ଡ଼ିଗ୍ରୀ ତଳେ ରାତି ତାପମାତ୍ରା ରେକର୍ଡ ହୋଇଛି । 

୧୧ ଡ଼ିଗ୍ରୀ ସହ ଦାରିଙ୍ଗିବାଡି ଓଡିଶା (Odisha) ର ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ ରେ ୧୩.୨ ଡ଼ିଗ୍ରୀ, ଟିଟିଲାଗଡ ରେ ୧୪.୫ ଡ଼ିଗ୍ରୀ,  ଝାରସୁଗୁଡା ରେ ୧୪.୬ ଡ଼ିଗ୍ରୀ, କେନ୍ଦୁଝର ରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁର ରେ ୧୪.୯ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି । 

Also Read: କୁସ୍ତିଯୋଦ୍ଧା ନିଶା ଦହିୟା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା ଖବର ଗୁଜବ...

ସେହିପରି ଭୁବନେଶ୍ୱର ରେ ୧୮.୫ଡ଼ିଗ୍ରୀ ଏବଂ କଟକ ରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ । ଆଗାମୀ ୨୪ ଘଣ୍ଟା ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ସହ ଶୀତର ପ୍ରଭାବ କମିବ ବୋଲି କେନ୍ଦ୍ର ସୂଚନା ଦେଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡା ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ହେବାର ସମ୍ଭାବନା ରହିଛି ।