ସ୍କୁଲ ବନ୍ଦ ପ୍ରସଙ୍ଗ: ଆଗକୁ ଭୟଙ୍କର ହେବ ଆନ୍ଦୋଳନ
Advertisement
Article Detail0/zeeodisha/odisha792541

ସ୍କୁଲ ବନ୍ଦ ପ୍ରସଙ୍ଗ: ଆଗକୁ ଭୟଙ୍କର ହେବ ଆନ୍ଦୋଳନ

ଯଦି ସରକାର ସେଗୁଡିକୁ ପୂରଣ ନକରନ୍ତି ତେବେ ରାଜ୍ୟବ୍ୟାପୀ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

ଆଗକୁ ଭୟଙ୍କର ହେବ ଆନ୍ଦୋଳନ

ଶାନ୍ତ ସ୍ୱରୂପ, ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ମଙ୍ଗଳବାର ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏଥିରେ ମହାସଙ୍ଘ କେତେକ ଦାବି ରଖିଛି।  ଯଦି ସରକାର ସେଗୁଡିକୁ ପୂରଣ ନକରନ୍ତି ତେବେ ରାଜ୍ୟବ୍ୟାପୀ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

fallback

ଗତକାଲି ସର୍ବଦଳୀୟ ବୈଠକ ପରେ ମଧ୍ୟ କମ ଛାତ୍ରଛାତ୍ରୀ ଥିବା ସରକାରୀ ବିଦ୍ୟାଳୟକୁ ବନ୍ଦ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଘୋଷଣା କରିଛି। ଏହାକୁ ବିରୋଧ କରି ବୈଠକରେ ନିଆଯାଇଥିବା ନିଷ୍ପତିକୁ ତୁରନ୍ତ ମାନିବାକୁ ମହାସଂଘ ଦାବି କରିଛି। ତେବେ ଆସନ୍ତୁ ଜାଣିବା କଣ ସବୁ ରହିଛି ଦାବି...

  • ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଉ।
  • ୮ ହଜାରରୁ ଊର୍ଦ୍ଧ୍ୱ ବେଆଇନ ଘରୋଇ ବିଦ୍ୟାଳୟ ଗୁଡ଼ିକୁ ତୁରନ୍ତ ବନ୍ଦ କରାଯାଉ।
  • ସ୍କୁଲ ମାଲିକଙ୍କ ବିରୁଦ୍ଧରେ FIRଦିଆଯାଇ ଗିରଫ କରାଯାଉ।
  • ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ମିଶ୍ରଣ କମିଟି (DLSCC)କୁ ପୁନଃ ଗଠନ କରାଯାଉ।
  • କମିଟିରେ ସ୍ଥାନୀୟ ସାଂସଦ, ବିଧାୟକ, ପଞ୍ଚାୟତିରାଜରୁ ନିର୍ବାଚିତ ପ୍ରତିନିଧି ଓ ଶିକ୍ଷାବିତଙ୍କୁ ନିଆଯାଉ।
  • ସ୍କୁଲ ବନ୍ଦର ବିକଳ୍ପର ରୂପରେଖ ପ୍ରସ୍ତୁତି ପାଇଁ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକଙ୍କୁ ନେଇ ଏକ ପରାମର୍ଶ ସଭା ଆୟୋଜିତ କରାଯାଉ।
  • ସବୁ ରାଜନୈତିକ ଦଳ ଏବଂ ଶିକ୍ଷା ଉପରେ କାମ କରୁଥିବା ସଂଗଠନ ଗୁଡିକୁ ଡାକି ସରକାର ଏକ ପରାମର୍ଶ ସଭା ଆୟୋଜନ କରନ୍ତୁ। 

ତେବେ ସରକାର ଏହି ପ୍ରସ୍ତାବ ଗ୍ରହଣ ନକଲେ ଓଡିଶା ଅଭିଭାବକ ମହାସଂଘ ରାଜରାସ୍ତାକୁ ଓହ୍ଲାଇବ। ରାଜ୍ୟର ଶିକ୍ଷା ସୁରକ୍ଷା ଏବଂ ପ୍ରସାର ପାଇଁ ରାଜନୈତିକ ଦଳ, ସାମାଜିକ ସଂଗଠନ, ଶିକ୍ଷକ ସଂଗଠନ ଇତ୍ୟାଦିଙ୍କୁ ନେଇ ଏକ ବ୍ୟାପକ ମଞ୍ଚ (ଶିକ୍ଷା ବଞ୍ଚାଓ ଅଭିଯାନ) ଆରମ୍ଭ ହେବ ଏବଂ ଚଳିତ ସପ୍ତାହରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।