Advertisement
Article Detail0/zeeodisha/odisha685814
Zee OdishaBhubneshwarଏଥର ରାଜ୍ୟରେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ବସ୍

ଏଥର ରାଜ୍ୟରେ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ବସ୍

ବସରେ ଯେତିକି ସିଟ, ସେତିତି ଯାତ୍ରୀ ଯାଇପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠୁ ଗଡ଼ିବ ବସ୍ । ଶହେ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ ଚଳାଚଳ କରିପାରିବ । ଅର୍ଥାତ ପୂର୍ବରୁ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍ ଚଳାଚଳ କରିବାକୁ ନିୟମ ହୋଇଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ କରାଯାଇଛି । ବସରେ ଯେତିକି ସିଟ, ସେତିତି ଯାତ୍ରୀ ଯାଇପାରିବେ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । 

ପରିବହନ ମନ୍ତ୍ରୀ କହିଛନ୍ତି, ସିଟ ଅନୁଯାୟୀ ଯାତ୍ରୀ ପରିବହନ ନେଇ ଅନୁମତି ଦିଆଯାଇଥିବାରୁ ଆଉ ବସ ମାଳିକଙ୍କ କିଛି କ୍ଷତି ହେବନାହିଁ । ଏପରିକି ବସ୍ ପାଇଁ ଟ୍ୟାକ୍ସ ଛାଡ଼ ସମ୍ପର୍କରେ ମଧ୍ୟ ସରକାର ଆଲୋଚନା କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼କୁ ମଧ୍ୟ ବସ ଚଳାଚଳ ନେଇ ଆଲୋଚନା କରାଯିବ । କୋଭିଡ 19 ର ଗାଇଡ଼ ଲାଇନ ଅନୁଯାୟୀ ଯାତ୍ରୀଙ୍କ ସ୍କ୍ରିନିଂ ଓ ବସ୍ ସାନିଟାଇଜ କରାଯିବ । ଏନେଇ ବସ୍ ମାଲିକଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ପରବହନ ମନ୍ତ୍ରୀ । 

Add Zee News as a Preferred Source
About the Author