Odisha Weather Update: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ଫିକା ପଡ଼ିପାରେ ପାର୍ବଣ ମାହୋଲ
Advertisement
Article Detail0/zeeodisha/odisha1367325

Odisha Weather Update: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ଫିକା ପଡ଼ିପାରେ ପାର୍ବଣ ମାହୋଲ

Odisha Weather Update: ପାଣିପାଗର ପ୍ରାକ୍‌ ଆକଳନ ଅନୁସାରେ, ବର୍ଷା ଯୋଗୁଁ ଫିକା ପଡ଼ିପାରେ ପାର୍ବଣର ରଙ୍ଗ । ଅକ୍ଟୋବର ୪ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହେବ । ତେବେ ଦଶହରାରେ ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Odisha Weather Update: ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ, ଫିକା ପଡ଼ିପାରେ ପାର୍ବଣ ମାହୋଲ

Odisha Weather Update, ଭୁବନେଶ୍ୱର : ପାର୍ବଣ ମଜାରେ ବର୍ଷା ହୋଇପାରେ ପ୍ରତିବନ୍ଧକ । ପାଣିପାଗ ବିଭାଗର ସୂଚନା ପରେ ଏବେ ଚିନ୍ତା ଘାରିଛି । ଦୁଇ ବର୍ଷର କୋରୋନା ମହାମାରୀ କଟକଣା ପାଇଁ ନିରାଡ଼ମ୍ବର ଥିଲା ଦୁର୍ଗାପୂଜା । ଦେଖିବାକୁ ମିଳିନଥିଲା ସାଜସଜ୍ଜା କିମ୍ୱା ଗହଳି ଚହଳି । ଏ ବର୍ଷ କିନ୍ତୁ ସବୁଠି ପାର୍ବଣ ପାଇଁ ଉତ୍ସାହର ମାହୋଲ । ଏବେଠାରୁ ପ୍ରସ୍ତୁତିକୁ ଦେଖିଲେ ବାରି ହେଲାଣି ପାର୍ବଣର ବାସ୍ନା । ଲୋକଙ୍କର ବି ଆଶା ରହିଛି, ଏବର୍ଷ ପୂଜାକୁ ଜୋରଦାର ଭାବେ ପାଳନ କରି ଦୁଇବର୍ଷର ଦୁଃଖକୁ ଭୁଲିଯିବେ । ମାତ୍ର ପାଣିପାଗର ପ୍ରାକ୍‌ ଆକଳନ ଅନୁସାରେ, ବର୍ଷା ଯୋଗୁଁ ଫିକା ପଡ଼ିପାରେ ପାର୍ବଣର ରଙ୍ଗ । ଅକ୍ଟୋବର ୪ରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ରହିଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ଭାରି ବର୍ଷା ହେବ । ତେବେ ଦଶହରାରେ ଦକ୍ଷିଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅକ୍ଟୋବର ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ହୋଇପାରେ ବର୍ଷା  । ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମାତ୍ର ୨୭ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ।  ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ଏହା ୨୯ ତାରିଖ ଯାଏ ଓଡିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ରହିପାରେ । ଏହାର ପ୍ରଭାବରେ ୨୬ରୁ ୨୯ ଯାଏ ରାଜ୍ୟରେ ବର୍ଷା ହେବ । ଏହି ୫ ଦିନରେ ରାଜଧାନୀ ସମେତ ଉପକୂଳରେ ମୋଟ ବର୍ଷା ପରିମାଣ ୫୦ରୁ ୬୦ ମିଲିମିଟର ରହିବ । ଏମିତିକି ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଆଭ୍ୟନ୍ତରୀଣ ସୀମାବର୍ତ୍ତୀ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ୬୦ରୁ ୭୦ମିମି ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ବାକି ଅଞ୍ଚଳରେ ୩୦ରୁ ୪୦ମିମି ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।  ୨୯ ବା ୩୦ରେ କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି । କିନ୍ତୁ ଏହାଦ୍ୱାରା ରାଜ୍ୟରେ ବିଶେଷ ବର୍ଷା ନାହିଁ ବୋଲି ସେ କହିଛନ୍ତି । ତେବେ ସବୁଠାରୁ ଚିନ୍ତାର ବିଷୟ ହେଉଛି, ଦୁର୍ଗାପୂଜା ବେଳକୁ ଅଧିକ ବର୍ଷା ହୋଇପାରେ । ପାଣିପାଗ ମଡେଲ ଯାହା ଦର୍ଶାଉଛି,ସେଥିରୁ ଅଧିକ ବର୍ଷାର ସମ୍ଭାବନା କୁ ଏଡ଼ାଇ ଦିଆଯାଇନପାରେ ।  ତେବେ ଯଦି ବର୍ଷା ଲାଗିରୁହେ, ବର୍ଷାରେ ଭିଜିଯାଇପାରେ ଦଶହରା ।

Also Read: Odisha Weather Update: ଲଘୁଚାପକୁ ନେଇ ଆଶ୍ୱସ୍ତିକର ଖବର ଦେଲା ପାଣିପାଗ ବିଭାଗ

ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରହିଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟ ବର୍ଷା ଲାଗିରହିଛି । ଏନେଇ ଉତ୍ତର ଏବଂ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୋମବାର ମଧ୍ୟ କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୭ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ହେବ । ୨୮ ତାରିଖରେ ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ  ବର୍ଷା ଜାରି ରହିବ । ଅକ୍ଟୋବର ୨ରୁ ବର୍ଷା ପରିମାଣ ବଢ଼ିବା ନେଇ ଆକଳନ କରାଯାଇଛି । ଏହାଭିତରେ ଦକ୍ଷିଣ ଚାଇନା ସାଗରରୁ ଏକ ସିଷ୍ଟମ ଆସି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ୩୦ ସୁଦ୍ଧା ପହଞ୍ଚିବ । ଏହା ଘୂର୍ଣ୍ଣିବଳୟ ଅବସ୍ଥାରେ ରହିଥିବାବେଳେ, ପରେ ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ୨ ତାରିଖବେଳକୁ ଲଘୁଚାପର ରୂପ ନେବ । ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରହିବାର ସମ୍ଭାବନା ରହିଛି । ଏହା ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ଅକ୍ଟୋବର ୨ରୁ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ।  ଅକ୍ଟୋବର ୩ରେ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଆଦି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । 

Also Read: Odisha Weather Update: ପୁଣି ସୃଷ୍ଟି ହେବ ବନ୍ୟା ପରିସ୍ଥିତି! ଫୁଲୁଛି ମହାନଦୀ, ଆଜି ୧୬ ଜିଲ୍ଲାକୁ ପ୍ରବଳ ବର୍ଷା ଚେତାବନୀ

ସେହିପରି ଅକ୍ଟୋବର ୪ ଏବଂ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗର ପ୍ରାକ୍‌ ଆକଳନରୁ ପ୍ରତୀୟମାନ ହେଉଛି । ତେବେ ଘୂର୍ଣ୍ଣିବଳୟଟି କେତେ ଘନୀଭୁତ ହେବ ତାହା ଏବେ ସ୍ପଷ୍ଟ ହୋଇନାହିଁ । ତେବେ ଆଗକୁ ସ୍ଥିତିରେ ଅଧିକ ସ୍ପଷ୍ଟତା ଆସିଲେ,ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ । ଯଦି ଘୂର୍ଣ୍ଣିବଳୟଟି ଅଧିକ ଘନୀଭୁତ ହୁଏ ତେବେ ଦଶହରା ପୂର୍ବରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପାଣିପାଗ ବିଭାଗ ମଧ୍ୟ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହେବା ନେଇ ପ୍ରାକ ଆକଳନ କରିଛି । ବର୍ତ୍ତମାନ ରାଜ୍ୟରେ ସ୍ଥାନେ ସ୍ଥାନେ ବର୍ଷା ହେଉଥିବାବେଳେ  ୨୭ରେ ଘୂର୍ଣ୍ଣିବଳୟ  ସମ୍ଭାବନା ଯୋଗୁଁ  କିଛି କିଛି ସ୍ଥାନରେ ବର୍ଷା କୁ ଏଡ଼ାଇ ଦିଆଯାଇନପାରେ ।