Odisha Cold Wave: ରାଜ୍ୟବ୍ୟାପି ହାଡ଼ଭଙ୍ଗା ଶୀତ, ଏହି ସହର ଭାଙ୍ଗିଲା ସବୁ ରେକର୍ଡ
Advertisement
Article Detail0/zeeodisha/odisha1458692

Odisha Cold Wave: ରାଜ୍ୟବ୍ୟାପି ହାଡ଼ଭଙ୍ଗା ଶୀତ, ଏହି ସହର ଭାଙ୍ଗିଲା ସବୁ ରେକର୍ଡ

Odisha Weather Update: ଆଗାମୀ ଦିନରେ ଶୀତ ବଢିବାର ସମ୍ଭାବନା ଅଛି। ତେବେ ଆସନ୍ତା ଦୁଇ ଦିନରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତିରେ ମଧ୍ୟମ ଧରଣର କୁହୁଡି ପଡିବାର ସମ୍ଭାବନା ଅଛି। ଆଗାମୀ ଦୁଇ ଚାରି-ପାଞ୍ଚ ଦିନରେ କିଛି ଜିଲ୍ଲାର ତାପମାତ୍ରା ସାମାନ୍ୟ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ।

Odisha Cold Wave: ରାଜ୍ୟବ୍ୟାପି ହାଡ଼ଭଙ୍ଗା ଶୀତ, ଏହି ସହର ଭାଙ୍ଗିଲା ସବୁ ରେକର୍ଡ

Odisha Weather Update, ଭୁବନେଶ୍ୱର: ରାଜ୍ୟବ୍ୟାପୀ ହାଡଭଙ୍ଗା ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସହରର ପାରା ଖସିଛି। ୧୯ ସ୍ଥାନରେ ରାତ୍ରି ତାପମାତ୍ରା ୧୫ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ଆଗାମୀ ଦିନରେ ଶୀତ ବଢିବାର ସମ୍ଭାବନା ଅଛି। ତେବେ ଆସନ୍ତା ଦୁଇ ଦିନରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତିରେ ମଧ୍ୟମ ଧରଣର କୁହୁଡି ପଡିବାର ସମ୍ଭାବନା ଅଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ, ଆଭ୍ୟନ୍ତରୀଣ ଓଡିଶାକୁ ଶୀତ ଫେରିଛି। ରାଜ୍ୟର ୧୯ ସ୍ଥାନରେ ରାତ୍ରି ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି। କିରେଇ (ସୁନ୍ଦରଗଡ)ରେ ୯.୫ ଡିଗ୍ରୀ, ଜି.ଉଦୟଗିରି (କନ୍ଧମାଳ)ରେ ୧୦ ଡିଗ୍ରୀ, ଦାରିଙ୍ଗବାଡି (କନ୍ଧମାଳ)ରେ ୧୦.୫ ଡିଗ୍ରୀ, ଫୁଲବାଣୀ (କନ୍ଧମାଳ): ୧୦.୫ ଡିଗ୍ରୀ, ଚିପିଲିମ (ସମ୍ବଲପୁର)ରେ ୧୦.୮ ଡିଗ୍ରୀ ରେକର୍ଡ କରାଯାଇଛି।

Also Read: Odisha Weather Update: ଆସନ୍ତା ୨୪ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ତିନି ଦିନ ଏହି ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା

ଅନ୍ୟପଟେ କୋରାପୁଟର ସେମିଳିଗୁଡାର ପରିବେଶରେ ସାମାନ୍ୟ ଉଷ୍ମତା ଫେରିଛି। ଗତ କିଛି ଦିନ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ଶୁକ୍ରବାର ରାତିରେ ୧୦.୯ ଡିଗ୍ରୀ ପାରା ରହିଥିଲା। ସମତଳ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୧୦.୫ ଡ଼ିଗ୍ରୀ ରେକର୍ଡ ହୋଇଛି। ଟ୍ୱିନସିଟି ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୪.୫ ଡିଗ୍ରୀ ଓ କଟକରେ ଏହା ୧୫ ଡିଗ୍ରୀ ଥିଲା।

 

ପାଣିପାଗ କେନ୍ଦ୍ର ଅନୁସାରେ, ରାଜ୍ୟର ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଆଗାମୀ ଦୁଇ ଚାରି-ପାଞ୍ଚ ଦିନରେ କିଛି ଜିଲ୍ଲାର ତାପମାତ୍ରା ସାମାନ୍ୟ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆସନ୍ତା ଦୁଇ ଦିନରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତିରେ ମଧ୍ୟମ ଧରଣର କୁହୁଡି ପଡିବାର ସମ୍ଭାବନା ଅଛି। କିନ୍ତୁ ଶୀତକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସତର୍କତା ଜାରି କରାଯାଇନାହିଁ।