ପାକ୍ ହାତରୁ ଖସିବ PoK
Advertisement
Article Detail0/zeeodisha/odisha588592

ପାକ୍ ହାତରୁ ଖସିବ PoK

ସମର୍ଥକ ଖୋଜୁଛି କାଶ୍ମୀର ଖଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ (KKRF)

 ପାକ୍ ହାତରୁ ଖସିବ PoK

ପ୍ରକାଶ ପରିଡ଼ା,ଭୁବନେଶ୍ୱର: କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ନୂଆ ଯୋଜନା । କାଶ୍ମୀର ଓ ଖଲିସ୍ତାନୀ ଆତଙ୍କବାଦୀ ମିଳିତ ଭାବରେ ନୂଆ ଫ୍ରଣ୍ଟ ଗଠନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଏହି ନୂଆ ଫ୍ରଣ୍ଟର ନାମ କାଶ୍ମୀର ଖଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ ବା  'KKRF'ରଖାଯାଇଛି । ସେପଟେ  ଜମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି । ଅବନ୍ତୀପୁରା ଏନକାଉଣ୍ଟରରେ ଗଜୱତ-ଉଲ-ହିନ୍ଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ହମିଦ ଲଲହାରୀ ନିହତ ହୋଇଛି ।  PoKରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି । ଅବନ୍ତୀପୁରା ଏନକାଉଣ୍ଟରରେ ଗଜୱତ-ଉଲ-ହିନ୍ଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ହମିଦ ଲଲହାରୀ ନିହତ ହୋଇଛି । ମଙ୍ଗଳବାର ପୁଲୱାମାର ଅବନ୍ତିପୁରାରେ ଲୁଚି ରହିଥିବା ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଥିଲେ ଜମ୍ମୁ କାଶ୍ମୀର ପୋଲିସ ଓ ସେନାର ମିଳିତ ବାହିନୀ  । ଏହି ତିନି ଆତଙ୍କବାଦୀଙ୍କ ମଧ୍ୟରେ ହମିଦ ଲଲହାରୀ ଥିବା ଜଣା ପଡ଼ିଛି । ଗତ ଜୁନରେ ଆତଙ୍କବାଦୀ ଜାକିର ମୂଷାର ମୃତ୍ୟୁ ପରେ ସଂଘଟନ ଦାୟିତ୍ୱରେ ଥିଲା ହମିଦ । ୨୦୧୬ରୁ ହମୀଦ ଲଲହାରୀ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ଥିଲା ।  ଏନେଇ ଜମ୍ମୁ କାଶ୍ମୀର ଡିଜିପି ଦୀଲବାଗ ସିଂହ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏହାସହିତ ଏବେ କାଶ୍ମୀରରେ ଅଶାନ୍ତି ସୃଷ୍ଚି କରିବା ପାଇଁ ଜୈଶ, ଲସ୍କର ଓ ହିଜିବୁଲ ଆତଙ୍କବାଦୀମାନେ ହାତ ମିଳାଇଛନ୍ତି  ।  କିନ୍ତୁ ଆତଙ୍କବାଦୀଙ୍କ ଏହି ହୀନ ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି DGP କହିଛନ୍ତି ।

PoKରେ ପାକିସ୍ତାନ ବିରୋଧୀ ବିକ୍ଷୋଭ ଉଗ୍ର ରୂପ ଧାରଣ କରିଛି । ମୁଜାଫରାବାଦରେ ମଙ୍ଗଳବାରଠାରୁ ଲୋକେ ରାସ୍ତା ଉପରେ ପାକିସ୍ତାନ ସରକାରଙ୍କ ବିରୋଧରେ ନାରାବାଜି କରୁଛନ୍ତି । ଆନ୍ଦୋଳନକୁ ଚପାଇବା ପାଇଁ ପାକିସ୍ତାନୀ ସେନା କରିଥିବା ଗୁଳିମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସେପଟେ PoKର ନୀଲମ ଘାଟିରେ ଆତଙ୍କବାଦୀଙ୍କ କ୍ୟାମ୍ପ ଉପରେ ଭାରତର ବୋଫର୍ସ ମାଡ଼ର ପ୍ରମାଣ ସଂଗ୍ରହ ପାଇଁ କିଛି ବିଦେଶୀ ଅଧିକାରୀଙ୍କ PoKଗସ୍ତକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଏହା ସହିତ ପାକିସ୍ତାନ ସେନା କାର୍ଯ୍ୟାନୁଷ୍ଠାନରେ କିଛି ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ଆତଙ୍କବାଦୀଙ୍କ ନୂଆ ଯୋଜନାର ପର୍ଦ୍ଦାଫାସ କରିଛି ଗୁଇନ୍ଦା ବିଭାଗ । କାଶ୍ମୀର ଓ ଖଲିସ୍ତାନୀ ଆତଙ୍କବାଦୀ ମିଳିତ ଭାବରେ ନୂଆ ଫ୍ରଣ୍ଟ ଗଠନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ପାକିସ୍ତାନ ଏହି ନୂଆ ଫ୍ରଣ୍ଟର ନାମ କାଶ୍ମୀର ଖଲିସ୍ତାନ ରେଫରେଣ୍ଡମ ଫ୍ରଣ୍ଟ ବା  'KKRF'ରଖାଯାଇଛି । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI ଏହି ସଂଗଠନ ପ୍ରସ୍ତୁତି ପାଇଁ ସହାୟତା କରୁଥିବା ଜଣାପଡ଼ିଛି । ଏହାସହିତ ଏବେ ବିଦେଶରେ ଥିବା ଖଲିସ୍ତାନୀ ସମର୍ଥକ ଓ ବିଚ୍ଛିନ୍ନତାବାଦୀଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛି KKRF । ବ୍ରିଟେନ, କାନାଡ଼ା ଓ ଆମେରିକାରେ ଥିବା ପାକିସ୍ତାନ ହାଇ କମିଶନର ଓ ଦୂତାବାସ ମଧ୍ୟମରେ ପାକିସ୍ତାନ ସଂଗଠନକୁ ମଜଭୁତ କରିବାକୁ ପ୍ରୟାସ କରୁଥିବା ଗୁଇନ୍ଦା ସୂଚନା ମିଳିଛି