ପରୀ ହତ୍ୟା ମାମଲା: କିଏ କହୁଛି ମିଛ ?
SIT ତଦନ୍ତକୁ ନେଇ ମଧ୍ୟ ବେଶ ହଇଚଇ ସୃଷ୍ଟି ହୋଇଛି । SIT ତଦନ୍ତରେ ସନ୍ତୁଷ୍ଟ ନଥିବା ନେଇ ପୂର୍ବରୁ ପରୀର ବାପା ଅଶୋକ ସାହୁ (Ashok Sahoo) ମଧ୍ୟ ସ୍ପଷ୍ଟ କରିଛନ୍ତି ।
ନୂଆଦିଲ୍ଲୀ: ରାଜ୍ୟରେ ବେଶ ହଇଚଇ ସୃଷ୍ଟି କରିଥିବା ପରୀ ହତ୍ୟାକାଣ୍ଡ (Pari Murder Case) ମାମଲାରେ SIT ଜଣଙ୍କୁ ଗିରଫ (Minor Accused) କରିଛି । ଏପର୍ଯ୍ୟନ୍ତ ନାଁ ପ୍ରକାଶ କରିନାହିଁ । କିନ୍ତୁ ଜଣେ କଲେଜ ଛାତ୍ର (College Student) ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ ଏସଆଇଟି (Crime Branch SIT)। ସେପଟେ ଏହି ପରୀ ହତ୍ୟାକାଣ୍ଡ (Pari Murder Case) ମାମଲାକୁ ନେଇ ରାଜ୍ୟ ରାଜନୀତି ବେଶ ହଇଚଇ ସୃଷ୍ଟି ହୋଇଛି ।
ପରୀ ହତ୍ୟାକାଣ୍ଡର ଘଟଣାକ୍ରମ:
୧୪/୦୭/୨୦୨୦: ପାଞ୍ଚ ବର୍ଷୀୟ ପରୀ ଖେଳୁଥିବା ବେଳେ ଗାଁ ଦାଣ୍ଡରୁ ନିଖୋଜ
୨୩/୦୭/୨୦୨୦: ଘର ପାଖରୁ ପରୀର ମୃତଦେହାବଶାଂସ ଉଦ୍ଧାର
୨୮/୧୧/୨୦୨୦: ଘଟଣାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ।
୨୮/୧୧/୨୦୨୦: କ୍ରାଇମ ବ୍ରାଞ୍ଚର ଏକ ୭ ଜଣିଆ କମିଟି ଗଠିତ । ଏଡିଜି ଯଶଓ୍ୱନ୍ତ ଜେଠଓ୍ୱାଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ।
୦୪/୧୨/୨୦୨୦: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ହାଜର ହେବାକୁ ଏନସିପିସିଆରର ନିର୍ଦ୍ଦେଶ । ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ ଜବାବତଲବ ।
୦୫/୧୨/୨୦୨୦: ଘଟଣାରେ ଅଭିଯୁକ୍ତଙ୍କ ଘରେ ଚଢାଉ । ଅଭିଯୁକ୍ତ ଓ ତାର ପରିବାର ସଦସ୍ୟଙ୍କୁ ପଚରାଉଚୁରା ।
୧୦/୧୨/୨୦୨୦: ନୟାଗଡ଼ ସଦର ଏସଆଇ ଆରଆର ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ । ଏସଡିପିଓ ନିରଞ୍ଜନ ପାଢୀଙ୍କୁ କନ୍ଧମାଳ ବଦଳି ।
୨୦/୧୨/୨୦୨୦ : ଅଭିଯୁକ୍ତକୁ ଗିରଫ କଲା ଏସଆଇଟି ।
୨୧/୧୨/୨୦୨୦ : ଡେମୋ ଦେଖାଇଲା ଅଭିଯୁକ୍ତ । ପ୍ରମାଣ ପାଇଁ ପୋଖରୀ ଶୁଖାଇଲା ଏସଆଇଟି । ପକ୍ସୋ କୋର୍ଟରେ ହାଜର କଲା ଏସାଇଟି ।
ତେବେ SIT ତଦନ୍ତକୁ ନେଇ ମଧ୍ୟ ବେଶ ହଇଚଇ ସୃଷ୍ଟି ହୋଇଛି । SIT ତଦନ୍ତରେ ସନ୍ତୁଷ୍ଟ ନଥିବା ନେଇ ପୂର୍ବରୁ ପରୀର ବାପା ଅଶୋକ ସାହୁ (Ashok Sahoo) ମଧ୍ୟ ସ୍ପଷ୍ଟ କରିଛନ୍ତି । ଏକ ରାଜନୈତିକ ଚାପରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ କରିଛନ୍ତି ବୋଲି ଅଶୋକ ଅଭିଯୋଗ କରିଛନ୍ତି। ତେବେ ରାତାରାତି ଉକ୍ତ ନାବାଳକ କଲେଜ ଛାତ୍ର, ତାଙ୍କ ମା ଓ ଭଉଣୀଙ୍କୁ ଉଠାଇନେବା ଘଟଣା ମଧ୍ୟ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Pattnaik) ଏସାଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ SIT ଗଠିତ ହୋଇଥିଲା । ଆଉ ଏହାର ମୁଖ୍ୟ ଭାବେ ଅରୁଣ ବୋଥ୍ରାଙ୍କୁ (Arun Bothra) ନିଯୁକ୍ତ ଦେଇଥିଲେ ।
ଅଧିକ ପଢନ୍ତୁ: ନବୀନଙ୍କ ପାଇଁ ଅଲୋଡ଼ା ହୋଇପଡ଼ିଲେଣି ଅନୁଭବ !
ନିଯୁକ୍ତ ପାଇବା ପରେ ଅରୁଣ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । ଲଗାତାର ଭାବେ ନୟାଗଡ଼ ଯିବା ସହିତ ୧୫ ଦିନ ମଧ୍ୟରେ ଅଭିଯୁକ୍ତ ଗିରଫ କରିବାକୁ କହିଥିଲେ । ତଦନ୍ତ ଆରମ୍ଭର ୧୫ ଦିନ ପରେ ହାଇକୋର୍ଟରେ ଏକ ତଦନ୍ତ ମୁଦା ଲଫାପାରେ ରିପୋର୍ଟ ମଧ୍ୟ ଦାଖଲ କରିଥିଲେ । ଦୁଷ୍କର୍ମ ଓ ପରେ ହତ୍ୟା ହୋଇଥିବା ଘଟଣା ଉକ୍ତ ରିପୋର୍ଟରେ ଦର୍ଶାଇଥିଲେ । ଏହିଠାରୁ ହିଁ ବଦଳି ଯାଇଥିଲା ଘଟଣାର ଦୃଶ୍ୟପଟ । ତେବେ ଏହି ଘଟଣା ମଧ୍ୟରେ ଜଣେ ଯୁବକ ଓ ଅରୁଣଙ୍କ ଏକ ଅଡ଼ିଓ ଟେପ ଭାଇରାଲ ହୋଇଥିଲା । ଯାହା ଅରୁଣଙ୍କ କାର୍ଯ୍ୟ ଉପରେ ଅଙ୍ଗୁଳି ନିର୍ଦେଶ କରିଥିଲା ।
ଅଧିକ ପଢନ୍ତୁ: ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି
ତେବେ ସେ ଯାହା ବି ହେଉ, ମୁଦା ଲଫାପାର ରିପୋର୍ଟ କିପରି ବାହାରକୁ ଆସିଥିଲା ତାହାକୁ ନେଇ ବେଶ ଆଲୋଚନା ହୋଇଥିଲା । ଏପରିକି ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ତଦନ୍ତ ଉପରେ ସନ୍ଦେହ ଜାତ ହୋଇଥିଲା । ୧୫ ଦିନର ତଦନ୍ତ ମଧ୍ୟରେ ନୟାଗଡ଼ ବାରମ୍ବାର ଯିବା ସହିତ ପରୀର ପଡୋଶୀ ସରୋଜ ସେଠୀ ଓ ତାର ପରିବାରର ସଦସ୍ୟଙ୍କୁ ମଧ୍ୟ ଜେରା କରିଥିଲା । ଯାହାକୁ ନେଇ ସରୋଜ ଦୃଢ ବିରୋଧ କରିବା ସହିତ ଅରୁଣଙ୍କ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ । ସରୋଜ ସେତେବେଳେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି, ଅରୁଣ ବୋଥ୍ରା ସାର ଦୁଷ୍କର୍ମ ଓ ହତ୍ୟାର ଦୋଷ ମୁଣ୍ଡେଇବା ପାଇଁ ୫ ଲକ୍ଷ ଟଙ୍କା ଯାଚିଥିଲେ । ମାତ୍ର ଏହାକୁ ସିଧାସିଧା ମନା କରିଦେଇଥିଲେ। ଏପରିକି ତାଙ୍କର କିମ୍ବା ତାଙ୍କ ପରିବାରର ଯାହା ହେବ ଅରୁଣ ସାର ଦାୟୀ ରହିବେ ବୋଲି ସରୋଜ ସେହି ସମୟରେ କହିଥିଲେ ।
ଅଧିକ ପଢନ୍ତୁ: କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା WHO
ଏହି ଘଟଣାର ହାତଗଣତି ଦିନ ଅତିବାହିତ ହେବା ପରେ ଅରୁଣ ପରୀ ହତ୍ୟାକାଣ୍ଡର ହତ୍ୟାକାରୀ ଦର୍ଶାଇ ଜଣେ କଲେଜ ଛାତ୍ର ଓ ତାଙ୍କ ମା' ଏବଂ ଭଉଣୀଙ୍କୁ ଉଠାଇ ନେଇଥିଲା । ଉଠାଇ ନେବା ସହିତ ତାଙ୍କ ଲାଇ ଡିକ୍ଟେସନ ପାଇଁ ଟେଷ୍ଟ ମଧ୍ୟ କରାଇଥିଲା । ଯଦିଓ ତାହାର ରିପୋର୍ଟ ସାମ୍ନାକୁ ଆସିନାହିଁ, କିନ୍ତୁ ଉକ୍ତ ନାବାଳକର ମା ଉକ୍ତ ରିପୋର୍ଟରେ କୌଣସି ତଥ୍ୟ ବାହାରି ନଥିଲା । ତାଙ୍କ ସପକ୍ଷରେ ରିପୋର୍ଟରେ ତଥ୍ୟ ଆସିଥିବା ନେଇ ଉକ୍ତ ମା ଜଣକ କହିଥିଲେ। କିନ୍ତୁ ଜବରଦସ୍ତ ତାଙ୍କ ପୁଅକୁ ଉଠାଇନେବା ସହିତ ଅରୁଣ ସାର ମାଡ଼ ମାରିଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ କରିଛନ୍ତି ଉକ୍ତ ନାବାଳକର ମା'।
ଅଧିକ ପଢନ୍ତୁ: ଓଲି-ପ୍ରଚଣ୍ଡ କ୍ଷମତାଯୁଦ୍ଧ: ଗୃହଯୁଦ୍ଧ ଆଡକୁ ଯାଉଛି କି ନେପାଳ?
ରାଜ୍ୟରେ ଅରୁଣ ବୋଥ୍ରା ଜଣେ ଦକ୍ଷ ଅଫିସର ଭାବେ ନିଜକୁ ଅହରହ ପ୍ରମାଣିତ କରିଆସିଛନ୍ତି। ସରକାରଙ୍କର ସବୁବେଳେ ସଂକଟମୋଚକ ସାଜିଥିବା ଅରୁଣ ବିଭିନ୍ନ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିଆସିଥିଲେ । ତେବେ ଏହି ତଦନ୍ତର ଭବିଷ୍ୟତ କହିବ ଏହି ଘଟଣାର ମାଷ୍ଟରମାଇଣ୍ଡ କିଏ, ତାହା ତ ସମୟ କହିବ । କିନ୍ତୁ ଏହି ଘଟଣାର ଆରୋପ ପ୍ରତ୍ୟାରୋପ ନିଶ୍ଚିତ ଭାବେ ପ୍ରଶାସନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।