ଅଭିଯୁକ୍ତଙ୍କୁ IPCର 376-A/376-AB/364/302/201 ଓ POCSO ଆକ୍ଟରେ ଗିରଫ କରାଯାଇଛି।
Trending Photos
ଭୁବନେଶ୍ୱର: ରାଜ୍ୟର ବହୁଚର୍ଚ୍ଚିତ ‘ପରୀ’ ହତ୍ୟାକାଣ୍ଡ ମାମଲାରେ ଆସିଛି ନୂଆ ମୋଡ। ହତ୍ୟାକାଣ୍ଡର ୫ ମାସ ପରେ ପ୍ରଥମ ଅଭିଯୁକ୍ତକୁ ରବିବାର ଗିରଫ କରାଯାଇଛି। SIT କାହାକୁ ଗିରଫ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। କିନ୍ତୁ ଅଭିଯୁକ୍ତ ପୀଡିତାଙ୍କ ନୟାଗଡ ଗାଁ ଯଦୁପୁରର ହୋଇଥିବା କହିଛି।
ରବିବାର ସନ୍ଧ୍ୟାରେ ‘ପରୀ’ ହତ୍ୟାକାଣ୍ଡ ମାମଲା (pari murder case) ର ତଦନ୍ତ କରୁଥିବା SIT ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛି। ଯେଉଁଠି କ୍ରାଇମ ବ୍ରାଞ୍ଚ (crime branch) ରୁଜୁ କରିଥିବା କେସରେ ଜଣଙ୍କୁ ଗିରଫ କରାଯାଇଥିବା କଥା କୁହାଯାଇଛି। କିନ୍ତୁ ସେହି ଅଭିଯୁକ୍ତ ଜଣକ ଯଦୁପୁରର ହୋଇଥିବାବେଳେ ତାଙ୍କର ପରିଚୟକୁ ଗୋପନ ରଖାଯାଇଛି।
Also Read: ପରୀ ତଦନ୍ତ: ମୁହଁ ଖୋଲିବା ମହଙ୍ଗା ପଡ଼ିଲା, ୩ ଜଣଙ୍କୁ ଉଠାଇନେଲା SIT
ଅଭିଯୁକ୍ତଙ୍କୁ ନାଁରେ ହତ୍ୟା, ଦୁଷ୍କର୍ମ, ପ୍ରମାଣନଷ୍ଟ କରିବା ଭଳି ସାଙ୍ଘାତିକ ଦଫା ଲାଗିଛି। IPCର 376-A/376-AB/364/302/201 ଓ POCSO ଆକ୍ଟ ଅନୁସାରେ ଗିରଫ କରାଯାଇଛି। ସୋମବାର ତାକୁ ନୟାଗଡ କୋର୍ଟରେ ହାଜର କରାଯିବ ବୋଲି SIT କହିଛି। ତେବେ ହତ୍ୟାକାଣ୍ଡର ୫ ମାସ ପର୍ଯ୍ୟନ୍ତ ପୋଲିସ ଆଖିରେ ଧୂଳି ଦେଉଥିବା ଅଭିଯୁକ୍ତ ଜଣଙ୍କ କିଏ, ତାହାକୁ ଜାଣିବା ପାଇଁ ଲୋକଙ୍କ ଉତ୍କଣ୍ଠା ବଢୁଛି।
ସୂଚନାଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ନିଖୋଜ ପରୀର ଗଳିତ ମୃତଦେହ ଗାଁ ପୋଖରୀ ହୁଡାରେ ମିଳିଥିଲା। ଝିଅକୁ ହତ୍ୟା କରାଯାଇଥିବା ନେଇ ନୟାଗଡ଼ (Nayagargh) ସଦର ଥାନାରେ ପରିବାର ଲୋକ ଅଭିଯୋଗ କରିଥିଲେ। କିନ୍ତୁ ମାମଲାର ତଦନ୍ତରେ ପୋଲିସ ଶିଥିଳତା ଦେଖାଇଥିଲା। ପରେ ବାଧ୍ୟ ହୋଇ ବିଧାନସଭା (Odisha Assembly) ଆଗରେ ପରୀର ବାପା-ମାଆ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପରବର୍ତ୍ତି ସମୟରେ ରାଜ୍ୟ ସରକାର ଅରୁଣ ବୋଥ୍ରା (Arun Bothra) ଙ୍କ ନେତୃତ୍ୱରେ ଏକ SIT ଗଠନ କରି ତଦନ୍ତ ଚଳାଇଛି।
Also Read: ପରୀକୁ ହତ୍ୟା ପୂର୍ବରୁ କରାଯାଇଥିଲା ଦୁଷ୍କର୍ମ !
ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ (Arun Sahu) ଙ୍କୁ ସମ୍ପୃକ୍ତି ନେଇ ବି ଅଭିଯୋଗ ହୋଇଛି। SIT ମୁଖ୍ୟ ଅରୁଣ ବୋଥ୍ରାଙ୍କୁ ନେଇ ବି ଅନେକ ବିବାଦ ଦେଖାଦେଇଛି। ପରୀ ହତ୍ୟାକାଣ୍ଡର ଦୋଷ ମୁଣ୍ଡାଇବା ପାଇଁ ଯଦୁପୁର ଗାଁର ସରୋଜ ସେଠୀଙ୍କୁ ୫ ଲକ୍ଷ ଟଙ୍କା ଯାଚୁଥିବା ଅଭିଯୋଗ ହୋଇଥିଲା। ରବିବାର ସେହି ସରୋଜ ସେଠୀ, ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇ SIT ଜେରା କରିଛି। ସେପଟେ ପରୀର ନ୍ୟାୟ ପାଇଁ BJP ପଦଯାତ୍ରା ଆରମ୍ଭ କରିଛି।