ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି
Advertisement

ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି

ସୋନିଆ ଗାନ୍ଧୀ ନିଜ ଚିଠିରେ ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ, ଯାହାଦ୍ୱାରା ଦଲିତ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ବିକାଶ ପାଇଁ କାଯ୍ୟ ହୋଇପାରିବ । 

ସୋନିଆ ଗାନ୍ଧୀଙ୍କ ଚିଠିରୁ ବଢୁଛି ମହାରାଷ୍ଟ୍ର ସରକାରରେ ବିବାଦ! ଅସନ୍ତୋଷ ପ୍ରକାଶ କଲା ଏନସିପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଏକ ଚିଠି ଲେଖିଛନ୍ତି । ଯାହାର ଗୋଟିଏ ଦିନ ପରେ ଏନସିପି (NCP) କହିଛି ଯେ  ଏହି ଚିଠି ହେଉଛି କଂଗ୍ରେସ (Congress) ନେତାଙ୍କ ମଧ୍ୟରେ ଯୋଗାଯୋଗ ଅଭାବର ପରିଣାମ । ମହାରାଷ୍ଟ୍ରରେ କଂଗ୍ରେସ, ଶିବସେନା (Shiv Sena) ଏବଂ ଏନସିପିର ମହା ବିକାଶ ଅଘାଡ଼ୀ  ମେଣ୍ଟ (MVA) ର ସରକାର ଚାଲିଛି । ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଉଦ୍ଧବ ଠାକରେଙ୍କୁ ଏକ ଚିଠି ଲେଖି ରାଜ୍ୟରେ MVA ର କମନ୍ ମିନିମମ୍ ପ୍ରୋଗ୍ରାମକୁ ମନେ ପକାଇ ଦେଇଛନ୍ତି । ଯାହା ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ସମ୍ୱାଦର ଅଭାବ ରହିଛି ବୋଲି ଏନସିପିରୁ ବୟାନ ଆସିଛି । ତେବେ ଶିବସେନା ସର୍ବଦା କହିଆସିଛି ଯେ ରାଜ୍ୟର ମହାବିକାଶ ଅଘାଡ଼ୀ ମିଳିତ ସରକାରରେ ସହଯୋଗୀମାନଙ୍କ ମଧ୍ୟରେ ସବୁକିଛି ଠିକ ଅଛି ।

ଅଧିକ ପଢ଼ନ୍ତୁ:-ଏହି ଦିନ ୧୧ କୋଟି ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା, ତୁରନ୍ତ ଏପରି ଚେକ୍ କରନ୍ତୁ ଲିଷ୍ଟରେ ନିଜର ନାଁ

ସୋନିଆ ଗାନ୍ଧୀ ନିଜ ଚିଠିରେ ରାଜ୍ୟ ସରକାରଙ୍କୁ କିଛି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ, ଯାହାଦ୍ୱାରା ଦଲିତ ଏବଂ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ବିକାଶ ପାଇଁ କାଯ୍ୟ ହୋଇପାରିବ । ସୋନିଆ ଗାନ୍ଧୀ ଲେଖିଛନ୍ତି ଯେ ଏକ ଆଇନଗତ ସମର୍ଥନ ରହିବା ଉଚିତ ଯାହା ଦ୍ୱାରା SC/ST ସମ୍ପ୍ରଦାୟର କଲ୍ୟାଣକାରୀ ଯୋଜନା ଯେଉଁ ଫଣ୍ଡ ନିର୍ଦ୍ଧାରିତ ହେଉଛି, ସେହି ଅର୍ଥ ଏହି ଆର୍ଥିକ ବର୍ଷରେ ବ୍ୟବହୃତ ହୋଇପାରିବ ।

ସୋନିଆ ଗାନ୍ଧୀଙ୍କ ଏହି ଚିଠି ଉପରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲିକ କହିଛନ୍ତି ଯେ ଏହି ଚିଠି ଏହି କଥାର ଇଙ୍ଗିତ କରୁଛି ଯେ କଂଗ୍ରେସ ଦଳ ମଧ୍ୟରେ ସମ୍ୱାଦ ଅଭାବ ରହିଛି । କୋରୋନା ମହାମାରୀ ଯୋଗୁଁ ରାଜ୍ୟ ସରକାରଙ୍କ ଅନେକ କାର୍ଯ୍ୟକ୍ରମ ଏବଂ ଯୋଜନା ବ୍ୟାହତ ହୋଇଛି । ଏଥି ସହିତ ଆଦିବାସୀ ବିକାଶ ବିଭାଗକୁ କଂଗ୍ରେସ ଦଳର ମନ୍ତ୍ରୀମାନେ ଦେଖୁଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ଦଳର ନେତାମାନେ ଏହି ବିଭାଗର ମନ୍ତ୍ରୀଙ୍କଠାରୁ ସତ୍ୟ ଜାଣିବା ଉଚିତ୍ ।

ଅଧିକ ପଢ଼ନ୍ତୁ:-କୋରୋନା ଟିକାକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା WHO

ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ବାଲାସାହେବ ଥୋରାଟ କହିଛନ୍ତି ଯେ କୌଣସି ଅସନ୍ତୋଷ ହେତୁ ସୋନିଆ ଗାନ୍ଧୀ ଚିଠି ଲେଖିନାହିଁ, କିନ୍ତୁ ଏହା ଏକ ସମ୍ୱାଦ ପ୍ରକ୍ରିୟାର ଏକ ଅଂଶ । ସମାଜର ଗରିବ ତଥା ବଞ୍ଚିତ ବର୍ଗର ଉନ୍ନତି ପାଇଁ କଂଗ୍ରେସ ସର୍ବଦା କାର୍ଯ୍ୟ କରିଆସୁଛି ଏବଂ ଜନ କଲ୍ୟାଣ କାର୍ଯ୍ୟ କିପରି କରାଯାଇପାରିବ ସେନେଇ ସୋନିଆ ଗାନ୍ଧୀଙ୍କ ଚିଠି ଏହି ସମ୍ୱାଦ ପ୍ରକ୍ରିୟାର ଏକ ଅଂଶ । ଏଥିରେ କୌଣସି ସ୍ଥାନରେ ଅସନ୍ତୋଷ ନଥିଲା ।