ସନ୍ଧ୍ୟା ୬ଟା ୧୫ ମିନିଟରେ ଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ ।
Trending Photos
ମଳୟ ମହାନ୍ତି, ଭୁବନେଶ୍ୱର: ଆଜିଠୁ ଓଡିଶାରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ୍ସ । ସାରା ଦେଶର ଅନେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥି ପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି । କଟକରେ ହେବାକୁ ଥିବା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬ଟା ୧୫ ମିନିଟରେ ଦିଲ୍ଲୀରୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ ।
ଖେଲୋ ଇଣ୍ଡିଆରେ ମୋଟ ୭ ହଜାର କ୍ରୀଡାବିତ ଟେକନିକାଲ ଷ୍ଟାଫ ଏବଂ ସପୋର୍ଟ ଷ୍ଟାଫ ଥିବା ବେଳେ ୩୫୦୦ ଆଥଲେଟ ରହିଛନ୍ତି । କଟକ ଏବଂ ଭୁବନେଶ୍ୱରରେ ୧୭ଟି ବର୍ଗରେ ଏହି କ୍ରୀଡା ଅନୁଷ୍ଠିତ ହେବ । ଓଡିଶା ଏଭଳି ଏକ ମଲଟି ସ୍ପୋର୍ଟସ ଇଭେଣ୍ଟ ଆୟୋଜନ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କ୍ରୀଡା ସଚିବ ବିଶାଲ ଦେବ ।
ଆହୁରି ପଢ଼ନ୍ତୁ; ଲିଙ୍ଗରାଜରେ ସଠିକ ସମୟରେ ଉଠିଲା ମହାଦୀପ