ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ
Advertisement

ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ସତ୍ୟଜିତଙ୍କୁ ଡିଜି ଭାବେ ଦାୟିତ୍ୱ ଦେଇଛନ୍ତି

ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ପରେ  ୧୯୮୬ ବ୍ୟାଚର ଆଇପିଏସ ଅଫିସର ଅଭୟଙ୍କୁ ରାଜ୍ୟ ପୋଲିସ ଡିଜି ଦାୟିତ୍ୱ ମିଳିଛି । ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜି ପଦରୁ ହଟାଯାଇ ଅଭୟଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଡେପୁଟେସନରୁ ଫେରିବା ପରେ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବେ ଅଭୟ ।  

ତେବେ ଅଭୟ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ତୁଲାଇବେ ସତ୍ୟଜିତ ମହାନ୍ତି ।  ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ଏହାକୁ ଲାଗୁ କରିଛନ୍ତି । ଆଜି ସକାଳ ୧୦ଟା ସମୟରେ ବିଧିବଧ ଭାବେ ମଧ୍ୟବର୍ତ୍ତୀକାଳୀନ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ । ଏଥିସହ ଗୁଇନ୍ଦା ବିଭାଗର ଦାୟିତ୍ୱ ତୁଲାଇବେ ସତ୍ୟଜିତ ମହାନ୍ତି । ବି.କେ.ଶର୍ମାଙ୍କ ବିରୋଧରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୋଲିସ ଡିଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ହଟାଇ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସତ୍ୟଜିତ । ସରକାର ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦାୟିତ୍ୱ ନେବା ପରେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟର ଆଇ ଶୃଙ୍ଖଳା ରଖିବା ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଛନ୍ତି । 

ଦୁର୍ନୀତି ହଟାଇବା ଦିଗରେ ଗତ କିଛି ମାସ ହେଲା ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । '5T' ଓ 'ମୋ ସରକାର'କୁ ମୂଳମନ୍ତ୍ର କରି ତୁରନ୍ତ ପଦକ୍ଷେପ ନିଆଯାଉଛି । ଛୋଟବଡ଼ କର୍ମଚାରୀ ହୁଅନ୍ତୁ ଅବା ଅଧିକାରୀ ଦୁର୍ନୀତି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ । ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ, ବାଧ୍ୟତାମୂଳକ ଅବସର ଏପରି  ବଦଳି ମଧ୍ୟ କରାଯାଉଛି ।  ଏବେ ରାଜ୍ୟ ପୋଲିସ ବିଭାଗର ମୁଖିଆଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବିଳମ୍ବ ନକରି ଆକ୍ସନ ନେବା ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସରକାର ।