ଭୁବନେଶ୍ବର: କଟାମୁଣ୍ଡ ପରେ ରାଜଧାନୀରୁ ଜବତ ହୋଇଛି ନର କଙ୍କାଳ। ତାହା ପୁଣି ଥାନା ପରିସରରେ ଜବତ ହୋଇ ରହିଥିବା କାରରୁ ମିଳିଛି। ଭୁବନେଶ୍ବର ଉପକଣ୍ଠସ୍ଥ ଜାଁଳା ଫାଣ୍ଡି ପରିସରରେ କାର ମଧ୍ୟରେ ରହି ଶବ ସଢି ଯାଇଛି। ଯାହା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।  


COMMERCIAL BREAK
SCROLL TO CONTINUE READING

ଏ ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ  ଜାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟଙ୍କୁ ନିଲମ୍ବିତ କରିଛନ୍ତି  ଡିସିପି। ୧୫ ଦିନ ଧରି ଥାନା ପରିସରରୁ ଅଜଣା ବ୍ୟକ୍ତିଙ୍କ ମୃତଦେବ ମିଳିବା ପରେ ପୋଲିସର ଢିଲାପଣକୁ ନେଇ ବିଭିନ୍ନ ମହଲରେ ଉଠିଛି ପ୍ରଶ୍ନ।    


Also Read: ରାଜଧାନୀରେ ଚାଞ୍ଚଲ୍ୟ, ମୁଣ୍ଡ ବିହୀନ ଶବ ଜବତ


ଥାନା ପରିସରରେ ଯେଉଁ କାରରୁ ନର କଙ୍କାଳ ମିଳିଛି ସେହି ଗାଡିକୁ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗରେ ଜବତ କରାଯାଇଥିଲା। ପ୍ରାୟ ୧୫ ଦିନ ଧରି ଫାଣ୍ଡି ପରିସରରେ ଏକ ପରିତ୍ୟକ୍ତ ଅବସ୍ଥାରେ ନର କଙ୍କାଳ କିଭଳି ମିଳିଲା ତାହାକୁ ନେଇ ଚାଲିଛି ଚର୍ଚ୍ଚା। ଜବତ ହୋଇ ଫାଣ୍ଡିରେ ରହିଥିବା ଏହି ଗାଡି ଭିତରକୁ ଅଜଣା ଲୋକ କିଭଳି ଗଲେ ତାହା ଏବେ ରହସ୍ୟମୟ ହୋଇରହିଛି। ଯଦି ଗଲେ ତାହଲେ ତାଙ୍କର ମୃତ୍ୟୁ କିପରି ହେଲା। ଫାଣ୍ଡି ପରିସରରେ ଥିବା ବେଳେ କାରରେ କେହି ରହିଯାଇଥିବା ନେଇ ଫାଣ୍ଡି ଅଧିକାରୀ କେମିତି ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନ ଘେରରେ ରହିଛି।  


Also Read: ମୃତ୍ୟୁର ଗୁମର ଖୋଲୁଛି ମୁଣ୍ଡବିହୀନ ମୃତଦେହ


 


କେଉଁ ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଫାଣ୍ଡି ପରିସରରେ ରହିଥିବା କାର ଭିତରକୁ ଆସିଲେ ସେ ନେଇ ତଦନ୍ତ ଜାରି ରହିଛି।  


Also Read: ମିଳୁନି ପରିଚୟ; ଶେଷରେ ପୋଷ୍ଟର ମାରିଲା Commissionerate Police


 


୨୦୧୯ରେ  ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଥିଲେ ଜାଁଳା ଫାଣ୍ଡି ଅଧିକାରୀ। ଜବତ କାରକୁ ନେବା ପାଇଁ ଏହାର ମାଲିକ ଆସିଥିବା ବେଳେ ଗାଡି ଭିତରେ ଜଣେ କେହି ମରି ପଡିଥିବା ଦେଖିବାକୁ ପାଇଥିଲେ ସେ। ଏ ନେଇ ଗାଡି ମାଲିକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ଫରେନସିକ ଟିମ୍ ଡକାଯାଇ ଶବ ବ୍ୟବଚ୍ଛେଦ କରିବାକୁ ପଠାଯାଇଥିଲା। ସ୍ଥାନୀୟ ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ବୟସ ପାଖାପାଖି ୪୫ ଏବଂ ତାଙ୍କର ସ୍ବାଭାବିକ ମୃତ୍ୟୁ  ହୋଇଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା।


Also Read: ମିଳିଲା କଟାମୁଣ୍ଡ, ଖୁବ ଶୀଘ୍ର ପରିଚୟ ଦେବ ପୋଲିସ


 


ହେଲେ ଏଭଳି ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି। ଫାଣ୍ଡି ପରିସରରେ କେହି ମରିବା ପରେ ୧୫ ଦିନ ଧରି ପଡିରହିବା ଏବଂ ପୋଲିସ ପାଖରେ ଏହାର କୌଣସି ସୁରାକ ନ ପହଞ୍ଚିବ ବିଭାଗୀୟ  ଅପାରଗତା ପଦାରେ ପକାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପୂର୍ବରୁ ଏଭଳି ଅନେକ  ଘଟଣା ଘଟିଛି ଯେଉଁଠି ଥାନା ଭିତରେ କିପରି ଘଟଣା ଘଟୁଛି ତାହା  ଥାନା ଅଧିକାରୀ ଜାଣି ପାରୁନାହାଁନ୍ତି। ଏଭଳି ଘଟଣାରେ ନିଶ୍ଚିତ ଭାବେ ପୋଲିସର ଖାମଖିଆଲ ନୀତି ପଦାକୁ ଆସିଛି। କାର୍ଯ୍ୟରେ ଅହବେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟ ପୋଲିସ ଅଧିକାରୀଙ୍କ ପାଇଁ ହେବ ଏକ ଉଦାହରଣ।