• IAS ସ୍ତରରେ ଅଦଳବଦଳ କଲେ ରାଜ୍ୟସରକାର
  • OFDCର ଅଧ୍ୟକ୍ଷ ହେଲେ ପ୍ରଦୀପ୍ତ ମହାପାତ୍ର
  • ବଦଳିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ
  • ପରାଗ ଗୁପ୍ତା ସାଧାରଣ ଉଦ୍ୟୋଗ ବିଭାଗ ACS
  • ବିଜୟ ଆରୋରା ହେଲେ ସାଧାରଣ ପ୍ରଶାସନ OSD
  • ସିଂଘୁ ସୀମାରେ ଯୁବକଙ୍କୁ ହତ୍ୟା ଘଟଣା: ୭ ଦିନ ରିମାଣ୍ଡରେ ସରବଜିତ
  • ୮ଦିନ ଭିତରେ ଅଟକିଗଲା ନନ୍ଦନକାନନର ଟୟ ଟ୍ରେନ୍
  • ଚାଲୁଥିବା ସମୟରେ ଲାଗିଯାଇଥିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ
  • ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ
  • ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା

ମିଳିଲା କଟାମୁଣ୍ଡ, ଖୁବ ଶୀଘ୍ର ପରିଚୟ ଦେବ ପୋଲିସ

ମିଳିଲା କଟାମୁଣ୍ଡ

ମିଳିଲା କଟାମୁଣ୍ଡ, ଖୁବ ଶୀଘ୍ର ପରିଚୟ ଦେବ ପୋଲିସ

ଭୁବନେଶ୍ୱର: ଦାସପୁର ନିକଟରୁ ମିଳିଥିବା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଘଟଣାରେ ଆସିଛି ନୂଆମୋଡ଼। ବହୁ ପ୍ରୟାସ ପରେ ଦାସପୁର ନିକଟରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କର ପରିଚୟ ପାଇବା ସହିତ ଘଟଣାରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି । ପାଖାପାଖି ୯ ଦିନ ଧରି କସରତ କରିବା ପରେ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିପାରିଛି ପୋଲିସ । 

ଦାସପୁର ନିକଟରୁ ଗତ ୪ ତାରିଖ ଦିନ ସକାଳୁ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ମୃତଦେହରେ ମୁଣ୍ଡ ନଥିବାରୁ ତାର ପରିଚୟ ମିଳିବାରେ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ପରିଚୟ ପାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସନ୍ଧାନୀ କୁକୁର, ପରେନସିକ ଟିମର ସହାୟତା ନେଇଥିଲା କମିଶନରେଟ ପୋଲିସ । ମାତ୍ର କୌଣସି ସୁରାକ ମିଳିନଥିଲା ହତ୍ୟାକାଣ୍ଡ ସମ୍ପର୍କରେ । 

ପରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଛାନଭିନ କରିଥିଲା । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରିନଥିଲା । ରାତି ଅଧରେ କିଛି ଶ୍ରମିକଙ୍କ ଚଳପ୍ରଚଳ ନେଇ ସିସିଟିଭିରୁ ପ୍ରମାଣ ମିଳିବା ପରେ ମଧ୍ୟ ଘଟଣା ସମ୍ପର୍କରେ କୌଣସି ତଥ୍ୟ ହାସଲ ହୋଇନଥିଲା ପୋଲିସକୁ । ତେବେ ପରିଚୟ ନ ମିଳିବା ପରେ ପୋଲିସ ଉକ୍ତ ମହିଳାଙ୍କ ମୃତଦେହ ସହିତ ପୋଷ୍ଟର ଜାରି କରିଥିଲା । ଏପରିକି ବାହାର ରାଜ୍ୟକୁ ମଧ୍ୟ ପୋଷ୍ଟର ଜାରି କରିଥିଲା । 

ଏହାରି ମଧ୍ୟରେ ପୋଲିସ ଦୁଇ ଦୁଇ ଥର ଶବକୁ ବ୍ୟବଚ୍ଛେଦ କରି ତଥ୍ୟ ହାସଲ ପାଇଁ ପ୍ରୟାସ ଜାରି ରଖିଥିଲା । ଏହି ସମୟରେ ମହିଳା ଜଣକ ଅନ୍ତସତ୍ତ୍ୱା ଥିବା କଥା ମଧ୍ୟ ଜଣାପଡ଼ିଥିଲା । ମାତ୍ର ପୋଲିସକୁ କୌଣସି ପ୍ରମାଣ ମିଳିନଥିଲା । କିନ୍ତୁ ଏହାରି ମଧ୍ୟରେ କିଛି ଫୋନ କଲ ଆସିଥିଲା ପୋଲିସ ନିକଟକୁ । ଯାହାକୁ ଆଧାର କରି ପୋଲିସକୁ ଘଟଣାର ଅଡ଼ୁଆ ସୁତାକୁ ସଜାଡିବାରେ ସଫଳ ହୋଇଥିଲା । ମୃତ ମହିଳା ଜଣକ ମଞ୍ଚେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତଙ୍କ ନିକଟରେ ମଧ୍ୟ ପହଞ୍ଚିପାରିଥିଲା ପୋଲିସ । ଫଳରେ ପୋଲିସ ଆଜି ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସିନ ରିକ୍ରିଏସନ କରିଥିଲା ।