ପୁଣି ଓଡିଶା ମୁହାଁ ବାତ୍ୟା !
Advertisement

ପୁଣି ଓଡିଶା ମୁହାଁ ବାତ୍ୟା !

ଉତ୍ତର ଆଣ୍ଡାମାନର ମିଆଁମାର ନିକଟରେ ସୃଷ୍ଟ ଲଘୁଚାପ ଏବେ ପଶ୍ଚିମ ଉତ୍ତର ଦିଗ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡେ ମୁହାଁଉଛି । ତେବେ ଉତ୍ତର ଭାରତରେ ଏବେ ଯେଉଁଭଳି ପବନର ଗତି ରହିଛି ତାହାର ପ୍ରଭାବରେ ବାତ୍ୟା ସକ୍ରିୟ ହୋଇପାରେ । 

ପୁଣି ଓଡିଶା ମୁହାଁ ବାତ୍ୟା !

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି । ଏହା ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଆସନ୍ତା ୬ ତାରିଖ ବେଳକୁ ଏହା ଅବପାତର ରୂପ ନେବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।

ଉତ୍ତର ଆଣ୍ଡାମାନର ମିଆଁମାର ନିକଟରେ ସୃଷ୍ଟ ଲଘୁଚାପ ଏବେ ପଶ୍ଚିମ ଉତ୍ତର ଦିଗ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡେ ମୁହାଁଉଛି । ତେବେ ଉତ୍ତର ଭାରତରେ ଏବେ ଯେଉଁଭଳି ପବନର ଗତି ରହିଛି ତାହାର ପ୍ରଭାବରେ ବାତ୍ୟା ସକ୍ରିୟ ହୋଇପାରେ ।  ଯଦି ବାତ୍ୟା ସ୍ଥଳଭାଗ ଛୁଏଁ ତେବେ ତାହା କେନ୍ଦ୍ରାପଡା ନିକଟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି ।

 ଆସନ୍ତା ୭ ତାରିଖରେ ବାତ୍ୟାର ପ୍ରକୋପ କେତେ ରହିବ ତାହା ସ୍ପଷ୍ଟ ହେବ ବୋଲି  ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ୮,୯ ତାରିଖ ବେଳକୁ ଆକାଶ ମେଘାଛନ୍ନ ରହିବ । ଏହାଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟାପ୍ରତି ପ୍ରାୟ ୫୦ କି.ମି ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଉଛି ।