ଗ୍ୟାଙ୍ଗଷ୍ଟର ହାଇଦରକୁ ଫେରାର କରିବା ପଛରେ ୩ ମହିଳାଙ୍କ ହାତ
ହାଇଦରକୁ ଫେରାର କରିବାରେ ୮ ଜଣଙ୍କ ସମ୍ପୃକ୍ତି ରହିଛି । ଆଉ ସବୁଠାରୁ ବଡ଼ କଥା ହେଲା ସେଥିମଧ୍ୟରୁ ୩ ଜଣ ମହିଳା ଅଛନ୍ତି ।ତେବେ ହାଇଦରକୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାପରେ ଜେରା କରିବ ପୋଲିସ । ଏହାଛଡା ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ସମ୍ପର୍କରେ ମଧ୍ୟ ଜେରା କରିବ ପୋଲିସ ।
ଭୁବନେଶ୍ବର: ସମସ୍ତ ଆଶା ଆଶଙ୍କାର ଅନ୍ତ ହୋଇଛି ଏବଂ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ପୁଣିଥରେ ପୋଲିସର କବଜାକୁ ଆସିଛି । କଟକ ଏସସିବିରୁ ଫେରାର ହେବା ପରେ ତେଲେଙ୍ଗାନା ରାଜ୍ୟର ସାଙ୍ଗାରେଡ୍ଡିରୁ ତାକୁ ଗତକାଲି ଗିରଫ କରାଯାଇଥିଲା । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତେଲେଙ୍ଗାନା ପୋଲିସ ସହ ହାଇଦ୍ରାବାଦର ଗୋଟିଏ ପୋଲିସ ଟିମ ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କାବୁ କରିଥିଲେ । ଏହାପରେ ତାକୁ ବିମାନରେ ଭୁବନେଶ୍ୱର ଅଣାଯିବା ପରେ ଆଜି କଟକ ନିଆଯାଇଥିଲା ।
ହାଇଦର ଫେରାର ହେବା ପରଠାରୁ ପୁଣି ଗିରଫ ହେବା ପର୍ଯ୍ୟନ୍ତ ସମସ୍ତ ଗତିବିଧିକୁ ନେଇ ପୋଲିସ କମିଶନର (Police Commissioner) ଆଜି ପୂର୍ବାହ୍ଣରେ ଏକ ପ୍ରେସମିଟରେ ସୂଚନା ଦେଇଥିଲେ । ହାଇଦର ଫେରାର ହେବା ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ଏକ ତାଲିକା ମଧ୍ୟ ଜାରି କରିଛି ପୋଲିସ । ହାଇଦରକୁ ଫେରାର କରିବାରେ ୮ ଜଣଙ୍କ ସମ୍ପୃକ୍ତି ରହିଛି । ଆଉ ସବୁଠାରୁ ବଡ଼ କଥା ହେଲା ସେଥିମଧ୍ୟରୁ ୩ ଜଣ ମହିଳା ଅଛନ୍ତି ।ତେବେ ହାଇଦରକୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାପରେ ଜେରା କରିବ ପୋଲିସ । ଏହାଛଡା ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି ସେମାନଙ୍କ ସମ୍ପର୍କରେ ମଧ୍ୟ ଜେରା କରିବ ପୋଲିସ ।
Also Read: Lottery ନା'ରେ ଲୁଟ୍ ଅଭିଯୋଗ, ୨ ଗିରଫ
ହାଇଦରକୁ ଫେରାର କରିଥିବା ୮ ଜଣଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ...
ଇସ୍ତିଆକ୍ ଖାନ୍- ଯୋବ୍ରା
ସହଯୋଗୀ ମହିଳା-ଝାଡେଶ୍ବର
ବରୁଣ ରଥ-ଜଗନ୍ନାଥ ନଗର, ଝାରପଡ଼ା
ସହଯୋଗୀ ମହିଳା- ଭୋଗରାଇ, ବାଲେଶ୍ବର
ଶରତ ନାୟକ- ପଟ୍ଟାମୁଣ୍ଡାଇ
ସହଯୋଗୀ ମହିଳା-ପଟ୍ଟାମୁଣ୍ଡାଇ
ଶେଖ ଇବ୍ରାହିମ୍-ଯୋବ୍ରା
ଶେକ ରାଇସୁଦ୍ଦିନ-କେନ୍ଦ୍ରାପଡ଼ା ଟାଉନ
କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ହାଇଦର ଫେରାର ହେବା ଘଟଣା ପଛରେ ଯେଉଁମାନଙ୍କ ହତ ରହିଛି ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହା ସ୍ପଷ୍ଟ ଯେ, ହାଇଦର ଫେରାର ହେବା ନେଇ ଅନେକ ଦିନରୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଯୋଜନାବଦ୍ଧ ଭାବରେ ସମ୍ବଲପୁର ଜେଲରୁ ବୁର୍ଲା ଭୀମସାର (Burla Vimsar) ଏବଂ ତାପରେ କଟକ ମେଡ଼ିକାଲ (Cuttack SCB Hospital) କୁ ଚିକିତ୍ସା ପାଇଁ ଆସିଥିଲା । କଟକ ଏସସିବିରେ ପହଞ୍ଚିବା ପରେ ଏପ୍ରିଲ ୧୦ ତାରିଖରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସେ ସେଠାରୁ ଫେରାର ହୋଇଯାଇଥିଲା ।
Also Read: ଦୁଇ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଠିକାଦାରକୁ ଛୁରା ମାରିଲା ଶ୍ରମିକ
ତେବେ ହାଇଦର ଭଳି ଏକ ହାର୍ଡକୋର କ୍ରିମିନାଲ କଟକକୁ ଚିକିତ୍ସା ପାଇଁ ଆସିବା ଏବଂ ତାକୁ ଯେତିକି ସୁରକ୍ଷାବଳୟ ଭିତରେ ରଖିବା କଥା ତାହା ଆଦୌ ପାଳନ ହୋଇନଥିଲା । ଏହାର ସୁଯୋଗ ନେଇ ସେ ଖସି ଯାଇଥିଲା ନା ସେଥିପାଇଁ ମଧ୍ୟ ବୁଣା ଯାଇଥିଲା ଜାଲ । ଜେରା ପରେ ସମସ୍ତ ଖୁଲାସା ହେବ । ୬ ଜଣ କନେଷ୍ଟବଳଙ୍କ ଭରସାରେ ହାଇଦର ଭଳି ଅପରାଧୀକୁ କଟକ କେମିତି ଅଣାଯାଇଥିଲା । କୌଣସି ବଡ ଅଧିକାରୀ କାହିଁକି ନଥିଲେ । ନା ତାହା ମଧ୍ୟ ସେହି ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲା । ହାଇଦର (Hider) କଟକ ପହଞ୍ଚିବା ନେଇ ସ୍ଥାନୀୟ ପୋଲିସ ପାଖରେ କୌଣସି ସୂଚନା ନଥିଲା । ସମ୍ବଲପୁର ଜେଲ କର୍ତ୍ତୃପକ୍ଷ ଏବଂ ବୁର୍ଲା ଭୀମସାର କର୍ତ୍ତୃପକ୍ଷ ଙ୍କ କଥାବାର୍ତ୍ତାରେ କୌଣସି ତାଳମେଳ ନ ରହିବା ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Also Read: କୋରୋନାର ନୂତନ ଷ୍ଟ୍ରେନ୍ ଆଖିକୁ କରୁଛି ଖରାପ, ଶ୍ରବଣ ଶକ୍ତିକୁ ମଧ୍ୟ କରୁଛି ପ୍ରଭାବିତ
ସେ ଯାହା ବି ହେଉ ଫେରାର ଗ୍ୟାଙ୍ଗଷ୍ଟର (Gangster) କୁ ପୁଣି ଥରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏବେ ତାକୁ ଜେରା କରିବା ପରେ ଅନେକ ଗୁମର ଖୋଲିବ ନିଶ୍ଚୟ । ହାଇଦରର ଅପରାଧିକ ଆଉ କଳା ସାମ୍ରାଜ୍ୟ ପଛରେ କେଉଁ ମାନଙ୍କ ହାତ କିମ୍ବା ସମ୍ପୃକ୍ତି ରହିଛି ତାର ମଧ୍ୟ ପର୍ଦ୍ଦାଫାଶ ହେବ ।