Lottery ନା'ରେ ଲୁଟ୍ ଅଭିଯୋଗ, ୨ ଗିରଫ
Advertisement
Article Detail0/zeeodisha/odisha885255

Lottery ନା'ରେ ଲୁଟ୍ ଅଭିଯୋଗ, ୨ ଗିରଫ

ଅଭିଯୁକ୍ତମାନେ 'ଲକ୍ଷ୍ମୀ ଗଣପତି ଲକି ଡ୍ର' ନାମରେ ଶହ ଶହ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଚଢାଉ କରିଥିଲା।

Lottery ନା'ରେ ଲୁଟ୍ ଅଭିଯୋଗ, ୨ ଗିରଫ

ଗଜପତି: ପାରଳାଖେମୁଣ୍ଡି ପୋଲିସକୁ ସଫଳତା। ଲଟେରି ମାଧ୍ୟମରେ ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ। ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ରାଣୀପେଣ୍ଠରେ ଲଟେରି କରି ଅଭିଯୁକ୍ତମାନେ ଲକ୍ଷ ଲକ୍ଷ ଟଙ୍କା ଠକିଥିବାନେ ଅଭିଯୋଗ ହୋଇଛି।

ଅଭିଯୁକ୍ତମାନେ 'ଲକ୍ଷ୍ମୀ ଗଣପତି ଲକି ଡ୍ର' ନାମରେ ଶହ ଶହ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଖବର ପାଇ ପାରଳାଖେମୁଣ୍ଡି ପୋଲିସ ଚଢାଉ କରିଥିଲା। ଚଢଉ ସମୟରେ ବହୁ ଦସ୍ତାବିଜ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ବି ଗଣପତି ଏବଂ ପ୍ରତାପ ସୁନାଶଗଡ। ଉଭୟ ରାଣୀପେଣ୍ଠ ଗ୍ରାମର ହୋଇଥିବା ବେଳେ  294-A/420/34 IPC/7 ରେ ମାମଲା ରୁଜୁକରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା SDPO ରାମକୃଷ୍ଣ ପତି  ସୁଚନା ଦେଇଛନ୍ତି।

Also Read: ସୀମା ଟପିଲା ଅବହେଳା! ଟ୍ୟୁମରରେ ଆକ୍ରାନ୍ତ ଅବିବାହିତାଙ୍କୁ ଗର୍ଭବତୀ, ଦୁଷ୍କର୍ମ ପୀଡିତା ସଜେଇଦେଲେ ଡାକ୍ତର

ଦାମୀ ଉପହାରର ଲୋଭ ଦେଖାଇ ଟଙ୍କା ଆଦାୟ କରି ସ୍ଥାନୀୟ ଲୋକଙ୍କୁ ଠକୁଥିବାର ସୂଚନା ପାଇ ପାରଳାଖେମୁଣ୍ଡି ପୋଲିସ ତ୍ୱରିତ ପଦକ୍ଷେପ ନେଇଛି। ଏହି ଭଳି ଅନେକ ଲଟେରି (Lottery) ସଂସ୍ଥା ପୂର୍ବରୁ ଅନେକଙ୍କୁ ଲୁଟିଥିବା ନଜିର ରହିଥିବା ବେଳେ ଏଥିରେ ବହୁ ଵହୁ ବଡ ଵଡିଆ ତଥା ରାଜନେତା (Politicians) ଙ୍କ ହାତ ରହିଛି। ତେଣୁ କାର୍ଯାନୁଷ୍ଠାନ ନହେବାରୁ ନିରିହ ଗରିବ ଆଦିବାସୀ (Tribes) ଠକାମିର ଶିକାର ହେଉଛନ୍ତି। 

fallback

ଅନ୍ୟପଟେ ପାରଳାଖେମୁଣ୍ଡି ଲଟେରି (Lottery Fraud)କେସରେ ପୋଲିସ (Paralakhemundi Police) ନିଜ ଆଡୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି। ଏଥିରେ ସମ୍ପୃକ୍ତ ରହି କାର୍ଯାନୁଷ୍ଠାନ ନନେବା ପାଇଁ ପୋଲିସ ଉପରେ ଚାପ ପକାଉଥିବା ନେତା ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ତଥ୍ୟ ଯୋଗାଡ କରୁଛି ପୋଲିସ।