• ବଦଳିଲେ BMC କମିସନର ପ୍ରେମଚନ୍ଦ୍ର ଚୌଧୁରୀ
  • ୧୯୯୭ ବ୍ୟାଚ୍ IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ବ
  • BMC ପକ୍ଷରୁ ଆରମ୍ଭ ହେଲା ଡ୍ରାଇଭ ଇନ୍ ଟେଷ୍ଟିଂ
  • ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ୪୮ ହଜାର ୪୨୧
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୦୫ ଜଣଙ୍କ ଜୀବନ
  • ରାଜ୍ୟରେ ଆଜି ୧୭ ଜଣଙ୍କ ମୁଣ୍ଡ ନେଲା କୋରୋନା
  • ରାଜ୍ୟରେ ଆଜି ୧୦ ହଜାର ୯୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଆଜିଠୁ ତେଲଙ୍ଗାନାରେ ୧୦ ଦିନିଆ ଲକ୍‌ଡାଉନ୍
  • ସାଧୁସନ୍ଥ, ଭିକାରୀ, କଏଦୀ ଓ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ହେବ ଟିକାକରଣ

ଦୁଇ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଠିକାଦାରକୁ ଛୁରା ମାରିଲା ଶ୍ରମିକ

ମାତ୍ର ୨ ହଜାର ବକେୟା ଟଙ୍କାକୁ ନେଇ ଜଣେ ଶ୍ରମିକ ଛୁରା ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଶୁକ୍ରବାର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି।

ଦୁଇ ହଜାର ଟଙ୍କା ପାଇଁ ଗାଁ ଦାଣ୍ଡରେ ଠିକାଦାରକୁ ଛୁରା ମାରିଲା ଶ୍ରମିକ
ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଗାଁ ଦାଣ୍ଡରେ ଶ୍ରମ ଠିକାଦାରକୁ ବିଭତ୍ସ ହତ୍ୟା। ମାତ୍ର ୨ ହଜାର ବକେୟା ଟଙ୍କାକୁ ନେଇ ଜଣେ ଶ୍ରମିକ ଛୁରା ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଶୁକ୍ରବାର ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଘଟିଛି।

ମାତ୍ର ୨ ହଜାର ବକେୟା (Due) ଟଙ୍କାକୁ ନେଇ ଜଣେ ଶ୍ରମିକ, ଠିକାଦାରଙ୍କୁ ବିଚ ରାସ୍ତାରେ ଛୁରା ଭୁସି ହତ୍ୟା (Murder) କରିଛି। ମୃତକ ଜଣଙ୍କ ଟୁକୁନା ଛଟେଇ ବୋଲି ଜଣା ପଡିଛି। ଖବର ପାଇ ପୋଲିସ (Ganjam Police) ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।

Also Read: ଗଞ୍ଜାମରେ ନୂଆ କୋରୋନା କଟକଣା: ୭ ଦିନ ଧର୍ମାନୁଷ୍ଠାନ-ପର୍ଯ୍ୟଟନସ୍ଥଳୀ ବନ୍ଦ, ହେବନି ମେରୁ ଯାତ୍ରା
  
ସୂଚନା ମୁତାବକ ଗଂଜାମ (Ganjam) ଜିଲ୍ଲା କବିସୂର୍ଯ୍ୟନଗର ଥାନା (Kabisuryanagar PS) ବାଲିଛାଇ ଫାଣ୍ଡି ଏ ବରିଡା ଗାଁରେ ଆଜି ସକାଳୁ ସକାଳୁ ଏଭଳି ହତ୍ୟାକାଣ୍ଡ ଘଟିଯାଇଛି। ତେବେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଜଣା ପଡିନଥିବା ବେଳେ ବକେୟା ଟଙ୍କାକୁ ନେଇ ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ଅନୁମାନ କରାଯାଉଛି।