ଆରମ୍ଭ ହେଲା ତୋଷାଳି ମେଳା; ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ
Advertisement
Article Detail0/zeeodisha/odisha610521

ଆରମ୍ଭ ହେଲା ତୋଷାଳି ମେଳା; ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ

ଉଦଘାଟନ ହେଲା ତୋଷାଳି ମେଳା । 

ଆରମ୍ଭ ହେଲା ତୋଷାଳି ମେଳା; ଉଦଘାଟନ କଲେ ବୟନଶିଳ୍ପ ମନ୍ତ୍ରୀ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଉଦଘାଟନ ହେଲା ତୋଷାଳି ମେଳା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ତ୍ରୟୋଦଶ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳୀ’। ଜନତା ମଇଦାନରେ ଆୟୋଜିତ ଏହି ମେଳାର ଚଳିତ ବର୍ଷର ଥିମ୍ ରହିଛି ‘କଳିଙ୍ଗ ତନ୍ତକୃତି’ । ୧୩ ଦିନ ବ୍ୟାପି ଆୟୋଜିତ ଏହି ମେଳାରେ ଦେଶର ବିଭିନ୍ନ ସ୍ଥାନରୁ ମୋଟ ୪୫୦ ଜଣ ହସ୍ତଶିଳ୍ପି ଯୋଗ ଦେଇ ସେମାନଙ୍କ ଦ୍ୱାରା ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରୟ କରିବେ । 

ଆଜି ସଂଧ୍ୟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଯୋଗ ଦେଇ ତୋଷାଳୀର ଚତୁର୍ଦ୍ଦଶ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି  । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ କାରିଗର ଓ ବୁଣାକାର ଯୋଗ ଦେଇ ସେମାନଙ୍କ ହାତ ତିଆରି ସାମଗ୍ରୀର ପସରା ମେଲିଛନ୍ତି  । ବୁଣାକାର ମାନଙ୍କୁ ଉପଯୁକ୍ତ ପ୍ରୋସ୍ତ୍ରାହନ ଓ ସୁଯୋଗ ଯୋଗା ଦେବା ଉଦ୍ଦେଶ୍ୟରେ ପ୍ରତବର୍ଷ ଏହାର ଆୟୋଜନ ହୋଇଆସୁଥିବା ବିଭାଗୀୟ ମନ୍ତ୍ରୀ ପଦ୍ମିନି ଦିଆନୀ କହିଛନ୍ତି  । 

ଏହି ଅବସରରେ ହସ୍ତତନ୍ତର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପି ମାନଙ୍କୁ ପୁରସ୍କୃତ ଓ ସମ୍ମାନିତ କରାଯାଇଥିଲା  । ୨୦୧୮ ବର୍ଷ ପାଇଁ ଜଣଙ୍କୁ ଜୀବନବ୍ୟାପି ସଫଳ ହସ୍ତଶିଳ୍ପୀ ପୁରସ୍କାର, ୩ ଜଣଙ୍କୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ଓ ୮ ଜଣଙ୍କୁ ସ୍ବତନ୍ତ୍ର ସ୍ୱୀକୃତି  ହିସାବରେ କଳାକୃତି ସମ୍ମାନ ପ୍ରଦାନ ଓ ପ୍ରୋସ୍ତ୍ରାହନ ରାଶି ପ୍ରଦାନ କରାଯାଇଛି । ଏହାସହ  ବିଭିନ୍ନ ଷ୍ଟଲରେ ବୁଣାକାର ଓ ହସ୍ତଶିଳ୍ପି ମାନେ ସେମାନଙ୍କ ହାତତିଆରି ସାମଗ୍ରୀ ପସରା ମେଲିଥିବା ବେଳେ ତିଆରି, ପ୍ରଦର୍ଶନ ଓ ବିପଣନ କରିବେ ଽ ରାଜ୍ୟର ଏକ ମାତ୍ର ଜାତୀୟ ହସ୍ତତନ୍ତ ମେଳା ତୋଷାଳି ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଫୁଡ ଷ୍ଟଲ ସମେତ ସଂଧ୍ୟାରେ ଲୋକଙ୍କ ମନୋରଂଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।