Advertisement
Article Detail0/zeeodisha/odisha692753
Zee OdishaBhubneshwarଲକଡାଉନରେ ବାଘ ଛାଲ ଚାଲାଣ, ଏସଟିଏଫ ପଞ୍ଝାରେ ଦୁଇ ଅଭିଯୁକ୍ତ

ଲକଡାଉନରେ ବାଘ ଛାଲ ଚାଲାଣ, ଏସଟିଏଫ ପଞ୍ଝାରେ ଦୁଇ ଅଭିଯୁକ୍ତ

ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ । ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି। ପାରିପାର୍ଶ୍ୱିକ ସ୍ଥିତିରୁ ବାଘକୁ ଗୁଳି କରି ହତ୍ୟା କରି ମରାଇଥିବା ପରେ ସେ ସବୁର ଛାଲ ବାହାର କରାଯାଇଥିବା ଜଣାପଡିଛି । ବାଘକ

ଲକଡାଉନରେ ବାଘ ଛାଲ ଚାଲାଣ, ଏସଟିଏଫ ପଞ୍ଝାରେ ଦୁଇ ଅଭିଯୁକ୍ତ

ସରୋଜ ବେହେରା, ଭୁବନେଶ୍ୱର: ବାଘ ଛାଲ ରାକେଟ୍‌ର ପର୍ଦ୍ଦାଫାସ୍ କରିଛି କ୍ରାଇମବ୍ରାଞ୍ଚ । ଦଶପଲ୍ଲା ଗଣିଆ ଅଞ୍ଚଳରୁ ୨ ବାଘ ଛାଲ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଏଥିସହ ୨ଟି କଲରା ପତରିଆ ବାଘ ଛାଲ ଓ ୨ଟି ହରିଣ ଛାଲ ଜବତ କରିଛି।

ପାରିପାର୍ଶ୍ୱିକ ସ୍ଥିତିରୁ ବାଘକୁ ଗୁଳି କରି ହତ୍ୟା କରି ମରାଇଥିବା ପରେ ସେ ସବୁର ଛାଲ ବାହାର କରାଯାଇଥିବା ଜଣାପଡିଛି । ବାଘକୁ କେଉଁଠୁ ମରାଯାଇ ଏହି ଛାଲ ଅଣାଯାଇଛି ତାର ତଦନ୍ତ ଏସଟିଏଫ ଆରମ୍ଭ କରିଛି। ଗିରଫ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସଟିଏଫ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଓଡ଼ିଶାକୁ ବାହାର ରାଜ୍ୟକୁ ବାଘ ଛାଲ ଚାଲାଣ ଅନେକ ଥର ନଜିରକୁ ଆସିଛି।

ଲକଡାଉନ ବେଳେ ଶୀକାର ବୃଦ୍ଧି ପାଇଥିବା ପିସିସିଏଫ ସ୍ୱିକାର କରିଥିଲେ। ଜବତ ବାଘ ଛାଲ ଲକଡାଉନ ସମୟରେ କରାଯାଇଛି କି ନାହିଁ ତାହାକୁ ନେଇ ତନାଘନା କରୁଛି ଏସଟିଏଫ। ପୂର୍ବରୁ କ୍ରାଇମବ୍ରାଞ୍ଚ ଏଭଳି ଗ୍ୟାଙ୍ଗର ସଦସ୍ୟଙ୍କୁ ଦେବଗଡ଼, ମୟୂରଭଞ୍ଜ ଆଦି ଅଞ୍ଚଳରୁ ଗିରଫ କରିଥିଲା। ବାଘଛାଲ ଶୀକାର ପରେ ଖୁବ କମ ଦାମରେ ସେ ସବୁକୁ ଆଣି ରାଜ୍ୟ ତଥା ରାଜ୍ୟ ବାହାର ଗ୍ୟାଙ୍ଗର ସଦସ୍ୟଙ୍କୁ ବିକ୍ରି କରିଥାନ୍ତି।
ଏ ସବୁ ଛାଲ  ୧୦ ହଜାର ଟଙ୍କାରେ ଶୀକାରୀଙ୍କଠାରୁ ଆଣିବା ପରେ ଅଭିଯୁକ୍ତ ଏହାକୁ ୨ ଲକ୍ଷରେ ବିକ୍ରି କରିଥାନ୍ତି। ପରେ ଦେଶ ବାହାରକୁ ୧୦ ଲକ୍ଷରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ। ନେପାଳ, ମିଆଁମାର ଭଳି ଦେଶ ଯାଏ ଏହି ଗ୍ୟାଙ୍ଗର ଲିଙ୍କ ଥିବା ତଦନ୍ତରୁ ଜଣାପଡିଛି।

Add Zee News as a Preferred Source

 

About the Author