କେନ୍ଦ୍ରରେ ଆଉ ଜଣେ ଓଡ଼ିଆ (Odia IAS)ଙ୍କ ଦବଦବା।
Trending Photos
ନୂଆଦିଲ୍ଲୀ: କେନ୍ଦ୍ରରେ ଆଉ ଜଣେ ଓଡ଼ିଆ (Odia IAS)ଙ୍କ ଦବଦବା। ବେସାମରିକ ବିମାନ ଚଳାଚଳ ବିଭାଗ (Civil Aviation) ର ଯୁଗ୍ମ ସଚିବ ଥିବା ଓଡ଼ିଆ ଆଇଏଏସ (Odia IAS) ଅଫିସର ଉଷା ପାଢୀ (Usha Padhee) ଙ୍କୁ ନୂଆ ଦାୟିତ୍ୱ। ତେବେ ଏହି ଦାୟିତ୍ୱ ମିଳିବାରେ ପ୍ରଥମ ଓଡ଼ିଆ ହେବାର ଗୌରବ ଅର୍ଜନ କରିଛନ୍ତି ଉଷା। ଉଷାଙ୍କୁ ଯୁଗ୍ମ ସଚିବ ସହିତ ବେସାମରିକ ବିମାନ ଚଳାଚଳ ସୁରକ୍ଷା ପରିଷଦର ମହାନିର୍ଦ୍ଦେଶକ (Director General) ର ଦାୟିତ୍ୱ ହସ୍ତାନ୍ତର କରାଯାଇଛି। ଏନେଇ ଉଷା ନିଜେ ଟ୍ୱିଟର (Twitter) ଯୋଗେ ସୂଚନା ଦେଇଛନ୍ତି।
At last, a Smt. in the incumbency list of Director General, Bureau of Civil Aviation Security! pic.twitter.com/Aqw2vQGnYr
— Usha Padhee (@ushapadhee1996) August 28, 2020
ଏହି ଦାୟିତ୍ୱରେ ଥିବା ଆଇପିଏସ ଅଫିସର ରାକେଶ ଅସ୍ଥାନାଙ୍କ ବଦଳି ହେବା ପରେ ପଦବୀଟି ଖାଲି ପଡ଼ିଥିଲା। ପରେ ୧୯୯୬ ମସିହା ଓଡ଼ିଶା କ୍ୟାଡ଼ର ଆଇଏଏସ ଅଫିସର ଉଷା ପାଢୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଚଳିତ ବର୍ଷ ଉଷା ପାଢୀ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ଚଳିତ ବର୍ଷ ତାଙ୍କ ଡେପୁଟେସନର ଅବଧିକୁ ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି।