Weather Update : ଜୁନ ନିଅଣ୍ଟ ଜୁଲାଇରେ ଭରଣ, ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ
Advertisement

Weather Update : ଜୁନ ନିଅଣ୍ଟ ଜୁଲାଇରେ ଭରଣ, ଆଜି ୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ପାଣିପାଗ କେନ୍ଦ୍ର କହିଛି ଯେ, ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ୪୦ ପ୍ରତିଶତ ଥିଲା। ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆରେ ୧୧ ପ୍ରତିଶତ ଭରଣ ହୋଇଛି। ଜୁଲାଇ ୪ ସୁଦ୍ଧା (୧ ଜୁନରୁ ୪ ଜୁଲାଇ ୨୦୨୨) ରାଜ୍ୟରେ ୧୮୧. ୪ ମିମି ସହ ସ୍ୱାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି।

ପ୍ରତିକାତ୍ମକ ଫଟୋ

Weather Update : ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ସୋମବାରର ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି। ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଯଶେଲମେରରୁ ବାହାରି କୋଟା, ଝାରସୁଗୁଡା ହୋଇ ପୁରୀ ମଧ୍ୟ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି। ଫଳରେ ବଙ୍ଗୋପସାଗରରୁ ମେଘ ଖଣ୍ଡ ଗୁଡିକ ଉପକୂଳ ମୁହାଁ ହେଉଛି, ଯେଉଁଥିପାଇଁ କିଛି ଜିଲ୍ଲାରେ ବର୍ଷା ଲାଗିରହିଛି।

ପାଣିପାଗ କେନ୍ଦ୍ର କହିଛି ଯେ, ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ୪୦ ପ୍ରତିଶତ ଥିଲା। ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆରେ ୧୧ ପ୍ରତିଶତ ଭରଣ ହୋଇଛି। ଜୁଲାଇ ୪ ସୁଦ୍ଧା (୧ ଜୁନରୁ ୪ ଜୁଲାଇ ୨୦୨୨) ରାଜ୍ୟରେ ୧୮୧. ୪ ମିମି ସହ ସ୍ୱାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ଆସନ୍ତା ୪ ଜିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ। କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି।

Also Read: ଦୁଇ ଗୁଣାରୁ ଅଧିକ ବଢ଼ିବ ବିଧାୟକଙ୍କ ଦରମା! ଜାଣନ୍ତୁ, କେଉଁ ରାଜ୍ୟରେ ମିଳୁଛି କେତେ ଟଙ୍କା?

ମଙ୍ଗଳବାର ଅର୍ଥାତ ଆଜି ସକାଳ ସାଢେ ଆଠଟା ପରେ ୧୮ଟା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସେଥିପାଇଁ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗିର, ବରଗଡ, ନୂଆପଡା, ସମ୍ବଲପୁର ଓ ଅନୁଗୁଳକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ବୁଧବାର ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ବଲାଙ୍ଗିରକୁ ସତର୍କ ସୂଚନା ଦିଆଯାଇଛି।

 

ଅନ୍ୟପଟେ, ଗୁରୁବାର ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନ୍ୟ ଆଠଟି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଶୁକ୍ରବାର ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଅବିଭକ୍ତ କୋରାପୁଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଥିବା ବେଳେ ପଞ୍ଚିମ ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କିନ୍ତୁ ଏହି ସମୟ ମଧ୍ୟରେ ବଜ୍ରପାତର ଆଶଙ୍କା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।