‘ଦୟା ରଥ’: ବସ୍ତ୍ର ଦାନ କରି ଖୁସି ବାଣ୍ଟନ୍ତୁ
ସହରର କୋଣ ଅନୁକୋଣର ପୁରୁଣା ଲୁଗା ସଂଗ୍ରହ ପରେ ସଫା, ଇସ୍ତ୍ରି, ପ୍ୟାକେଜ୍ କରିବା ନିମନ୍ତେ ଏକ କେନ୍ଦ୍ରୀୟ ସଫା, ଗଣ୍ଠିଲି, ଏବଂ ଦ୍ରବ୍ୟ ତାଲିକା କେନ୍ଦ୍ର ଖୋଲିବା ପାଇଁ ଭୁବନେଶ୍ବର ମଧୁସୁଦନ ନଗରରେ ଏକ ସ୍ଥାନ ଚିହ୍ନଟ ହୋଇଛି।
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜଧାନୀରେ ବୁଲିବ ଦୟା ରଥ। ବାଣ୍ଟିବ ପୁରୁଣା ଲୁଗା। ଭୁବନେଶ୍ବର ବାସୀଙ୍କୁ ଏଥର ପୁରୁଣା ଲୁଗା କପଡା ବାଣ୍ଟିବା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଯାଉଛି ବିଏମସି। ଏହି ଉଦ୍ଦେଶ୍ୟରେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ହୁଇଲ୍ ଅଫ୍ କାଇଣ୍ଡନେସ୍ ବା 'ଦୟା ରଥ' ନାମକ ଏକ ବସ୍ ସହର ସାରା ବୁଲିବ।
ଯାହାକୁ ସ୍ଵତନ୍ତ୍ର ଢଙ୍ଗରେ ପ୍ରସ୍ତୁତ କରାଯାଇ ଚିତ୍ରିତ କରାଯିବ। ଏହି ଗାଡ଼ିରେ ସଂଗୃହିତ ପୋଷାକକୁ ପରିଷ୍କାର କରି ବିଭିନ୍ନ ଥାକ କରି ରଖାଯିବ। ଏପରିକି ଟ୍ରାଏଲ୍ ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଏହି ଗାଡି ମାଧ୍ୟମରେ ଯୋଜନାବଦ୍ଧ ଭାବେ ସହରର ବିଭିନ୍ନ ଚିହ୍ନିତ ସ୍ଥାନରେ ପୋଷାକ ବଣ୍ଟନ (Clothing Distribution) କରାଯିବ।
Also Read: ସୁସ୍ଥ ମଣିଷ ସମାଜ ଗଠନ ପାଇଁ ରାଜଧାନୀରେ ସାଇକ୍ଲୋଥନ
ସହରର କୋଣ ଅନୁକୋଣର ପୁରୁଣା ଲୁଗା ସଂଗ୍ରହ ପରେ ସଫା, ଇସ୍ତ୍ରି, ପ୍ୟାକେଜ୍ କରିବା ନିମନ୍ତେ ଏକ କେନ୍ଦ୍ରୀୟ ସଫା, ଗଣ୍ଠିଲି, ଏବଂ ଦ୍ରବ୍ୟ ତାଲିକା କେନ୍ଦ୍ର ଖୋଲିବା ପାଇଁ ଭୁବନେଶ୍ବର ମଧୁସୁଦନ ନଗରରେ ଏକ ସ୍ଥାନ ଚିହ୍ନଟ ହୋଇଛି। ଯେଉଁଠାରେ ସଂଗୃହୀତ ବ୍ୟବହାରଯୋଗ୍ୟ ପୋଷାକକୁ ବଣ୍ଟନ ନିମନ୍ତେ ପ୍ରସ୍ତୁତ କରାଯିବ। ଯାହାକୁ ପରିବର୍ତ୍ତି ମୁହୁର୍ତ୍ତରେ ଏକ ସ୍ବତନ୍ତ୍ର ବସ୍ "ହୁଇଲ୍ ଅଫ୍ କାଇଣ୍ଡନେସ୍" (Wheel of Kindness) ଅଥବା "ଦୟା ରଥ" ସହର ସାରା ଲୁଗା ବଣ୍ଟନ କରିବ। ଏ ସମ୍ପର୍କରେ ଜଣାଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (Bhubaneswar Municpal Corporation) ବିଏମସି କମିଶନର (BMC Commissioner) ପ୍ରେମ ଚନ୍ଦ୍ର ଚୌଧରୀ (Prem Chandra Chaudhary)।
ସଂଗ୍ରହ ପରେ ବୈଜ୍ଞାନିକ ପଦ୍ଧତିରେ ଲୁଗାକୁ ସଫା କରି ବିଭିନ୍ନ ବସ୍ତି ସହ ବସ୍ ଷ୍ଟାଣ୍ଡ ଭଳି ସ୍ଥାନରେ ବଣ୍ଟାଯିବ। ଏନେଇ ସହରର ୩ଟି ଜୋନରେ ସଂଗ୍ରହ ଓ ବଣ୍ଟନ କେନ୍ଦ୍ର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସଂଗୃହୀତ ଲୁଗାର ଅବସ୍ଥା ଅନୁସାରେ ପୃଥକ ଭାବେ ରଖାଯିବ। ସହରର ବଡ ବଡ ଆପାର୍ଟମେଣ୍ଟ, ବ୍ୟବସାୟ କେନ୍ଦ୍ର, କଲୋନୀ ଅଞ୍ଚଳରୁ ଲୁଗା ସଂଗ୍ରହ କରାଯିବ। ପୁରୁଷ, ମହିଳା, ଯୁବକ, ଯୁବତୀ, ଛୋଟ ପିଲାଙ୍କ ପାଇଁ ଅଲଗା ଅଲଗା କପଡା ପୃଥକ କରାଯିବ।
ଛୁଟି ଦିନକୁ ଛାଡି ଦୈନିକ ସକାଳ ୮ଟାରୁ ଦିନ ୧୧ଟା ଏବଂ ଅପରାହ୍ନ ୫ଟାରୁ ରାତି ୮ଟା ଯାଏ ଲୁଗା ସଂଗ୍ରହ କରାଯିବ। ଯାହାକୁ ଅବଶ୍ୟକୀୟ ଲୋକଙ୍କୁ ମାଗଣାରେ ବଣ୍ଟନ କରାଯିବ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ଏକ ସ୍ବେଚ୍ଛାସେବୀ ସଙ୍ଗଠନକୁ ଦାୟୀତ୍ବ ଦିଆଯାଇଛି। ଏଥିପାଇଁ ଟୋଲ ଫ୍ରି ନମ୍ବର ୧୯୨୯ ଜାରି କରାଯାଇଛି। ସଂଗ୍ରହକାରୀ ବିଏମସି ପରିଚୟପତ୍ର ଦେଖାଇ ଲୁଗା ସଂଗ୍ରହ କରିବେ। ଅନ୍ତତଃ ଗରିବ ଶ୍ରେଣୀର ଲୋକ ଏହା ଦ୍ବାରା ଉପକୃତ ହେବା ସହ ପୁରୁଣା ଲୁଗାକୁ ସଠିକ ଭାବେ ଉପଯୋଗ ହୋଇପାରିବ ବୋଲି ଆଶା ରହିଛି।