ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ
Advertisement

ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ

ହାଟ ସହ ସ୍ମାର୍ଟସିଟି ବିକାଶ ଉପରେ ଗୁରୁତ୍ୱ ଦେଇଛି ବିଏମସି।

ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ

ଭୁବନେଶ୍ୱର: ମଡେଲ ହେବ ରାଜଧାନୀର ଡମଣା ହାଟ। ପ୍ରାୟ ୮ ଏକର ୧୨୨ ଡେସିମିଲ ଜମିରେ ପରିବ୍ୟାପ୍ତ ହେବ ଏହି ହାଟ। ଏହାର ପରିସରରେ ହେବ ଜବରଦଖଲ ଉଚ୍ଛେଦ। ରାଜଧାନୀରେ ଅବସ୍ଥିତ ଅନ୍ୟ ହାଟର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବ ଭୁବନେଶ୍ୱର ମହାନଗର ନିଗମ। ମଲ୍ ଭଳି ଶୀତତାପ ନିୟନ୍ତ୍ରିତ ହେବ ରାଜଧାନୀରେ ଅବସ୍ଥିତ ହାଟ।

ହାଟ ସହ ସ୍ମାର୍ଟସିଟି ବିକାଶ ଉପରେ ଗୁରୁତ୍ୱ ଦେଇଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)। ରାଜଧାନୀର ୟୁନିଟ ୪ ହାଟର ଉନ୍ନତିକରଣ ନିମନ୍ତେ ବିସ୍ତୃତ ଯୋଜନା ବନାଇବା ସହ ଏବଂ ଏହାକୁ ଏକ ବିଶ୍ୱସ୍ତରୀୟ ପରିବା ଓ ଆମିଷ ହାଟରେ ରୂପାୟନ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ-ବିଡିଏ (Bhubaneswar Development Authority-BDA), ବିଏମସିର ଏକ ସ୍ୱତନ୍ତ୍ର ଟିମ ହାଟ ଅଞ୍ଚଳର ସର୍ବେକ୍ଷଣ କରିବ। ଏହା ସହ ହାଟର ପ୍ରବେଶପଥକୁ ସଙ୍କୁଚିତ କରିଥିବା କେତୋଟି ବେଆଇନ ଦୋକାନକୁ ଉଚ୍ଛେଦ କରାଯିବ। 

Also Read: ଏଣିକି ଟ୍ରେଡ ଲାଇସେନ୍ସ ମାଧ୍ୟମରେ ରାଜସ୍ବ ଆଦାୟ କରିବ ବିଏମସି

 

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ ବୁଧବାର ଦକ୍ଷିଣ ପୂର୍ବ ମଣ୍ଡଳର ୩୬ ନମ୍ବର ୱାର୍ଡ ଅନ୍ତର୍ଗତ ମଧୁସୂଦନ ନଗର, ଏଜି କଲୋନୀ, ୟୁନିଟ ୪ ହାଟ, ଏମଏଲଏ କଲୋନି ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ୱାର୍ଡର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏଠାକାର ସମସ୍ୟା ବାବାଦରେ ଵିସ୍ତୃତ ଆଲୋଚନା କରିଥିଲେ। ୱାର୍ଡର ସମସ୍ତ ସମସ୍ୟାକୁ ବୁଝିବା ପରେ ଏହାର ଆଶୁ ସମାଧାନ ନିମନ୍ତେ ବିଏମସି ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Also Read: ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା

ପରିଦର୍ଶନ ବେଳେ କମିଶନର ସର୍ବପ୍ରଥମେ ମଧୁସୂଦନ ନଗର ସ୍ଥିତ ବିବେକାନନ୍ଦ ବିଦ୍ୟାଳୟଠାରେ ପହଞ୍ଚିଥିଲେ। ଏଠାରେ ୩୬ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ନରେନ ସାହୁଙ୍କ ନେତୃତ୍ବରେ ୱାର୍ଡର ବରିଷ୍ଠ ନାଗରିକ, ମହିଳା ସ୍ବେଛାସେବୀ, ନାଗରିକ କମିଶନରଙ୍କୁ ସ୍ୱାଗତ ଜଣାଇଥିଲେ। ଦୀର୍ଘ ଦିନ ଧରି ଏହି ଅଞ୍ଚଳର ପ୍ରମୁଖ ସମସ୍ୟା ଯଥା ଭୂଗର୍ଭସ୍ଥ ପୟପ୍ରଣାଳୀ, ବର୍ଷାଜଳ ନିଷ୍କାସନ ବିଷୟରେ ଅଞ୍ଚଳବାସୀ କମିଶନରଙ୍କୁ ଅବଗତ କରାଇଥିଲେ। ଏହି ସମସ୍ୟାର ଆଶୁ ସମାଧାନ ଦିଗରେ ନିକଟସ୍ଥ ବିଡିଏ ସିଟି ସେଣ୍ଟର ମଧ୍ୟରେ ଖୁବ ଶୀଘ୍ର ଜଳ ମଳ ନିଷ୍କାସନ ନିମନ୍ତେ କାର୍ଯ୍ୟ ଆରମ୍ଭ ପାଇଁ ଉପସ୍ଥିତ ଯନ୍ତ୍ରୀଙ୍କୁ ଖସଡା ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଥିଲେ।

Also Read: ଆକ୍ସନ ମୁଡରେ ବିଏମସି, ଆରମ୍ଭ ହେଲା ମିଶନ କ୍ଲିନ୍

ଏହା ପରେ କମିଶନର ସହରୀ ମଜୁରୀ ରୋଜଗାର ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟର ସମୀକ୍ଷା ସହ ୟୁନିଟ୪ ପାର୍କ ଠାରେ ପ୍ରାଚୀର ଚିତ୍ରାଙ୍କନ ଏବଂ ଏଜି କଲୋନି ଠାରେ ନୂତନ ଭାବେ ନିର୍ମିତ କ୍ଷୁଦ୍ର କ୍ରିୟାନ୍ବୟନ କେନ୍ଦ୍ର ପରିଦର୍ଶନ କରିଥିଲେ। ଏମଏଲଏ କଲୋନୀ ସ୍ଥିତ ପ୍ୟାସନ କ୍ଲବ ଠାରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଅନୁଷ୍ଠିତ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ୟାସନ କ୍ଲବ କ୍ରିକେଟ ପଡିଆର ଉନ୍ନତିକରଣ ସହ ଖେଳିବା ପାଇଁ ଉପଯୁକ୍ତ କିଟ ପ୍ରଦାନ ଲାଗି ବିଏମସି ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କମିଶନର କହିଛନ୍ତି। ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ଉପ ଆୟୁକ୍ତ ଅଂଶୁମାନ ରଥ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।