ଆଗକୁ ଶୀତ ଅଧିବେଶନ, ଆରମ୍ଭ ହେଲା ମନ୍ତ୍ରୀ-ବିଧାୟକଙ୍କ କୋରୋନା ପରୀକ୍ଷଣ
Advertisement

ଆଗକୁ ଶୀତ ଅଧିବେଶନ, ଆରମ୍ଭ ହେଲା ମନ୍ତ୍ରୀ-ବିଧାୟକଙ୍କ କୋରୋନା ପରୀକ୍ଷଣ


ଶୀତ ଅଧିବେଶନ ଲାଗି ବିଧାନସଭା ପରିସରରେ  ମନ୍ତ୍ରୀ-ବିଧାୟକଙ୍କ କୋରୋନା ପରୀକ୍ଷଣ ଆରମ୍ଭ ହୋଇଛି।

ଆଗକୁ ଶୀତ ଅଧିବେଶନ, ଆରମ୍ଭ ହେଲା ମନ୍ତ୍ରୀ-ବିଧାୟକଙ୍କ କୋରୋନା ପରୀକ୍ଷଣ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବିଧାନସଭାର (Odisha Assembly)ଶୀତକାଳୀନ ଅଧିବଶେନ (Winter session)ପାଇଁ ମଙ୍ଗଳବାର (ନଭେମ୍ବର ୧୭, ୨୦୨୦) ଠାରୁ ମନ୍ତ୍ରୀ (Minister)ବିଧାୟକ (MLA),ପିଏସଓ (PSO),ଲୋକସେବା ଭବନ କର୍ମଚାରୀଙ୍କ କେରୋନା ପରୀକ୍ଷା (Corona Test)ଆରମ୍ଭ ହୋଇଯାଇଛି। ଏଥିଲାଗି ବିଧାନସଭାରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ପ୍ରଥମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ୧୯ ପରୀକ୍ଷା କରିଥିଲେ। ଏହି ପରୀକ୍ଷା ୩ ଦିନ ଧରି ଚାଲିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନରେ ଯୋଗଦେବାକୁ ସୁଯୋଗ ଦିଆଯିବ। ଗତ ଅଧିବେଶନ ଭଳି ଏଥର ମଧ୍ୟ କରୋନା କଟକଣା ମଧ୍ୟରେ ବିଧାନସଭା ଶୀତ ଅଧିବେଶନ ହେଉଛି। ଏହି ଅଧିବେଶନ ପାଇଁ ବିଧାନସଭା ପରିସରକୁ ଦିନକୁ ଦୁଇଥର ବିଶୋଧନ (Sanitize)କରାଯିବ। 

ଶୀତ ଅଧିବେଶନରେ ଯୋଗଦେବା ପୂର୍ବରୁ କୋରୋନା ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି। ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନରେ ମଧ୍ୟ କୋଭିଡ ସ୍ଥିତି ହେଉଥିବାରୁ ଗୃହକାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଏଥର ଗୃହ ୨ଟି ପର୍ଯ୍ୟାୟରେ ସାଢେ ୪ ଘଣ୍ଟା ଲେଖାଏ ଚାଲିବ। ବିଧାୟକଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ତଳ ମହଲା ସମେତ ବାଚସ୍ପତିଙ୍କ ଗ୍ୟାଲେରୀ, ଦର୍ଶକ ଗ୍ୟାଲେରୀରେ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଧାୟକ ବସିକି ପ୍ରଶ୍ନ ପଚାରିବେ ଓ ମନ୍ତ୍ରୀ ମଧ୍ୟ ବସିକି ଉତ୍ତର ରଖିପାରିବେ।

 ଯେଉଁମାନେ ଗୃହକୁ ଆସିପାରିବେନି ସେମାନେ ଆଗୁଆ ଜଣାଇ ଦେବା ଲାଗି କୁହାଯାଇଛି। ପେପର ଘରକୁ ପଠାଯିବ। ଏପରିକି ବିଧାୟକ ଚାହିଁଲେ ଅନଲାଇନରେ ଅଧିବେଶନରେ (Online Session)ଯୋଗଦେଇ ପାରିବେ। ଅନ୍ୟପକ୍ଷେ କୋରୋନା କଟକଣା ଭିତରେ ଗୃହ କିଭଳି ସୁରୁଖୁରରେ ଚାଲିବ ସେ ନେଇ ବାଚସ୍ପତି କାଲି ସର୍ବଦଳୀୟ ବୈଠକ (All Party Meeting)ଡାକିଛନ୍ତି। ଏହା ସହିତ ଆସନ୍ତାକାଲି ୨ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି।