ସିଏଏକୁ ବିରୋଧ କରି ଛାତ୍ର କଂଗ୍ରେସର ବିକ୍ଷୋଭ
Advertisement
Article Detail0/zeeodisha/odisha614371

ସିଏଏକୁ ବିରୋଧ କରି ଛାତ୍ର କଂଗ୍ରେସର ବିକ୍ଷୋଭ

ସାରା ଦେଶରେ ସିଏଏକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବ୍ଯାପକ ଆନ୍ଦୋଳନ କରାଯାଉଥିବାବେଳେ ଓଡିଶାରେ କଂଗ୍ରେସ ଏହାକୁ ବ୍ଯାପକ କରିଛି I 

ସିଏଏକୁ ବିରୋଧ କରି ଛାତ୍ର କଂଗ୍ରେସର ବିକ୍ଷୋଭ

ମଳୟ ମହାନ୍ତି,ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶ ଜଳୁଥିବାବେଳେ ଓଡିଶାରେ ମଧ୍ଯ ଏହାର ତାତି ତୀବ୍ର ହୋଇଛି I ପୂର୍ବରୁ କଂଗ୍ରେସ ସମେତ ବିଭିନ୍ନ ସଂଗଠନ ସିଏଏକୁ ବିରୋଧ କରିଥିବାବେଳେ ଯୁବ ଏବଂ ଛାତ୍ର କଂଗ୍ରେସ ରାଜରାସ୍ତାରେ ନିଆଁ ଜାଳିଛନ୍ତି  I  ଛାତ୍ର ଏବଂ ଯୁବ କଂଗ୍ରେସର ଶତାଧିକ ନେତା ଏବଂ କାର୍ଯ୍ୟକର୍ତ୍ତା ଉତ୍କଳ ବିଶ୍ବବିଦ୍ଯାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ବିଜେପିର ଧର୍ମ ଆଧାରରେ ରାଜନୀତିକୁ ବିରୋଧ କରିବା ସହ ୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ I ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସି ଲାଗୁ କରି ଦେଶକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଥିବା ବିଜେପି ତୁରନ୍ତ ଏହାକୁ ପ୍ରତ୍ଯାହାର କରିବାକୁ ଦାବି କରାଯାଇଛି I ନଚେତ ଆଗାମୀ ଦିନରେ ଏଭଳି ସାରା ରାଜ୍ଯର ବିଭିନ୍ନ ଜିଲ୍ଲା ଏବଂ ରାଜରାସ୍ତା ଅବରୋଧ କରାଯିବ ବୋଲି କୁହାଯାଇଛି I

ସାରା ଦେଶରେ ସିଏଏକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବ୍ଯାପକ ଆନ୍ଦୋଳନ କରାଯାଉଥିବାବେଳେ ଓଡିଶାରେ କଂଗ୍ରେସ ଏହାକୁ ବ୍ଯାପକ କରିଛି I ପିସିସି ପକ୍ଷରୁ ଆସନ୍ତା  ୨୮ ତାରିଖରେ କଂଗ୍ରେସ ପ୍ରତିଷ୍ଠା ଦିବସରେ ଫ୍ଲାଗମାର୍ଚ କରାଯିବା ସହ ୨୮ ତାରିଖ ପରେ ସାରା ରାଜ୍ଯରେ ଏକ ଡ଼୍ରାଇଭ ହିସାବରେ ବ୍ଯାପକ ଆନ୍ଦୋଳନ କରାଯିବାକୁ ଯୋଜନା ହୋଇଛି I ଏହି ପ୍ରସଙ୍ଗରେ ବିଜେପିକୁ ଲୋକଙ୍କ ନିକଟରେ ଏକ୍ସପୋଜ କରିବା ପାଇଁ ଏଭଳି ବ୍ଯାପକ ଯୋଜନା କରାଯାଇଥିବା ଦଳ କହିଥିବାବେଳେ ଯୁବ ଛାତ୍ର ଏବଂ ମହିଳା ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ଆନ୍ଦୋଳନ କରିବେ ବୋଲି କୁହାଯାଇଛି I