Nitish kumar:ଲାଲୁଙ୍କୁ ବାଏ କରିପାରନ୍ତି ନୀତିଶ,ଏନଡିଏକୁ ଫେରିବାର ୫ କାରଣ
Advertisement
Article Detail0/zeeodisha/odisha2080535

Nitish kumar:ଲାଲୁଙ୍କୁ ବାଏ କରିପାରନ୍ତି ନୀତିଶ,ଏନଡିଏକୁ ଫେରିବାର ୫ କାରଣ

ଭାରତରେ କ୍ୟାଲେଣ୍ଡର ଅନୁଯାୟୀ ଯଦି କୌଣସି ନେତା ସାଥି ବଦଳାନ୍ତି ତେବେ ସମ୍ଭବତଃ ସେ ହେଉଛନ୍ତି  ନୀତୀଶ କୁମାର । ୨୦୧୫ରେ ସେ ଲାଲୁଙ୍କ ସହ ଥିଲେ, ୨୦୧୭ରେ ଲାଲୁଙ୍କ ହାତଛା଼ଡି ମୋଦିଙ୍କ ପାଖକୁ  ଫେରିଥିଲେ, ୨୦୧୯ ଲୋକସଭା ଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ସେ ମୋଦିଙ୍କ ସହ ମିଶି ଲଢ଼ିଥିଲେ ଏବଂ ପରେ ୨୦୨୨ରେ ଲାଲୁଙ୍କ ସହ ପୁଣି

SOCIAL MEDIA

Nitish kumar:

ଭାରତରେ କ୍ୟାଲେଣ୍ଡର ଅନୁଯାୟୀ ଯଦି କୌଣସି ନେତା ସାଥି ବଦଳାନ୍ତି ତେବେ ସମ୍ଭବତଃ ସେ ହେଉଛନ୍ତି  ନୀତୀଶ କୁମାର । ୨୦୧୫ରେ ସେ ଲାଲୁଙ୍କ ସହ ଥିଲେ, ୨୦୧୭ରେ ଲାଲୁଙ୍କ ହାତଛା଼ଡି ମୋଦିଙ୍କ ପାଖକୁ  ଫେରିଥିଲେ, ୨୦୧୯ ଲୋକସଭା ଓ ୨୦୨୦ ବିହାର ବିଧାନସଭା ନିର୍ବାଚନ ସେ ମୋଦିଙ୍କ ସହ ମିଶି ଲଢ଼ିଥିଲେ ଏବଂ ପରେ ୨୦୨୨ରେ ଲାଲୁଙ୍କ ସହ ପୁଣି ଦୋସ୍ତି କରିଥିଲେ। ଆଉ କହିଥିଲେ ଏ ବନ୍ଧୁତା ଆଉ ଭାଙ୍ଗିବନି।  ୨୦୨୩ ପର୍ଯ୍ୟନ୍ତ ସେ ରାହୁଲ ଗାନ୍ଧିଙ୍କ ନିକଟତର ଥିଲେ କିନ୍ତୁ ୨୦୨୪ରେ ସେ ପୁଣି ଥରେ ମୋଦିଙ୍କ କୋଳରେ ବସିବେ ବୋଲି ଆଲୋଚନା ଆରମ୍ଭ ହେଲାଣି।  ନରେନ୍ଦ୍ର ମୋଦିଙ୍କ ବିରୋଧରେ ଯେଉଁ ସର୍ବଭାରତୀୟ ମେଣ୍ଟ ଆରମ୍ଭ ହୋଇଥିଲା ତାର ଜନ୍ମଦାତା ନୀତିଶ ଥିଲେ। ଏବେ କିନ୍ତୁ ସେହି ଇଣ୍ଡିଆ ମେଣ୍ଟକୁ ଛାଡ଼ି ବିଜେପି ସହିତ ହାତ ମିଲାଇବାକୁ ନୀତିଶ ଚିନ୍ତା କରୁଛନ୍ତି ବୋଲି କୁହାଗଲାଣି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯେଉଁ ନେତା ଇଣ୍ଡିଆ ମେଣ୍ଟର ବିନ୍ଧାଣୀ ଥିଲେ, ସେ କାହିଁକି ବିଜେପି ଆଡ଼କୁ ଢଳୁଛନ୍ତି ଏବଂ ନୀତୀଶଙ୍କ ବିଜେପି ସହ ଯିବା ଯୋଗୁଁ ଇଣ୍ଡିଆ ମେଣ୍ଟର କ'ଣ କ୍ଷତି ହେବ ?

ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ମୁଳଦୂଆ ରଖିଥିଲେ। ଏହାର ପ୍ରଥମ ବୈଠକ 2022 ଜୁନ୍ ୨୪ରେ ପାଟନାରେ ଅନୁଷ୍ଠିତ ହୋଇଥିଲା। ଯଦିଓ ସେତେବେଳେ ବିଶ୍ୱାସ କରାଯାଉଥିଲା ଯେ ନୀତୀଶ କୁମାର ଇଣ୍ଡିଆ ମେଣ୍ଟର  ବଡ଼ ଚେହେରା ଭାବେ ଉଭା ହେବେ କିନ୍ତୁ କଂଗ୍ରେସ ଯେଉଁଭଳି ଭାବରେ ନୀତୀଶ କୁମାରଙ୍କୁ ଅଣଦେଖା କରିଥିଲା, ନୀତୀଶ କ୍ରମାଗତ ଭାବରେ କ୍ରୋଧିତ ହେଉଥିଲେ।

ସେ ମଧ୍ୟ ଅନେକ ଥର ମଞ୍ଚରୁ ଖୋଲାଖୋଲି ଭାବେ ଏହି ଅସନ୍ତୋଷ ପ୍ରକାଶ କରିଥିଲେ। ଯେତେବେଳେ ୪ଟି ରାଜ୍ୟରେ ନିର୍ବାଚନ ହେଉଥିଲା, ସେତେବେଳେ ନୀତୀଶ ସ୍ପଷ୍ଟ ଭାବେ କହିଥିଲେ ଯେ INDIAମେଣ୍ଟ ସହିତ କଂଗ୍ରେସର କୌଣସି ସମ୍ପର୍କ ନାହିଁ, ଏହା ନିର୍ବାଚନରେ ବ୍ୟସ୍ତ ଅଛି। ଏହାପରେ ଯେତେବେଳେ ରାହୁଲ ଗାନ୍ଧି ନ୍ୟାୟ ଯାତ୍ରା ନେଇ ବାହାରିଥିଲେ, ସେତେବେଳେ ମଧ୍ୟ ମେଣ୍ଟର ବାକି ଦଳଙ୍କ ସହ କଂଗ୍ରେସ କୌଣସି ଆଲୋଚନା କରିନଥିଲା। ଏବେ ଆସନ୍ତୁ ଜାଣିବା ନୀତୀଶ କୁମାର କାହିଁକି ପଟ ପରିବର୍ତ୍ତନ କରି ପାରନ୍ତି।

୧- ମେଣ୍ଟରେ ଅବହେଳା ପ୍ରଦର୍ଶନ କରିବାକୁ ଚେଷ୍ଟା

ସୂତ୍ରରୁ ପ୍ରକାଶ ଯେ INDIA ମେଣ୍ଟକୁ ନେଇ ଲାଲୁ ଯାଦବ ଏବଂ ନୀତୀଶ ଯାଦବଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତି ଅନୁଯାୟୀ ଲାଲୁ କଂଗ୍ରେସକୁ ମ୍ୟାନେଜ କରିଥାନ୍ତେ ଓ ସେ ନୀତିଶଙ୍କୁ ଜାତୀୟ ରାଜନୀତିରେ ପ୍ରତିଷ୍ଠିତ କରାଇଥାନ୍ତେ। ଅର୍ଥାତ ଇଣ୍ଡିଆ ମେଣ୍ଟର ପ୍ରଧାମନ୍ତ୍ରୀ ଚେହେରା ଭାବେ ନୀତିଶଙ୍କୁ ଲାଲୁ ରଖିଥାନ୍ତେ।  କିନ୍ତୁ ଲାଲୁ ଯାଦବ ପ୍ରଥମେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନୀତୀଶ କୁମାରଙ୍କ ଉପରେ ଚାପ ପକାଇଥିଲେ ଏବଂ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ହିଁ ଲାଲୁ ନୀତିଶଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ବୋଲି କାଳେ ଆଡି ବସିଥିଲେ। ତେବେ ବେଙ୍ଗାଲୁରୁରେ ଇଣ୍ଡିଆ ଆଲାଏନ୍ସର ବୈଠକ ବେଳେ ନୀତୀଶ କୁମାର ବୁଝିପାରିଥିଲେ ଯେ ଲାଲୁ ତାଙ୍କ ସହିତ ରାଜନୈତିକ ଖେଳ ଖେଳୁଛନ୍ତି। ତେଣୁ ସେ  ବୈଠକ ଛାଡ଼ି ଚାଲିଯାଇଥିଲେ।

୨- ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ଲଗାତାର ଚାପ ପଡୁଥିଲା

ନୀତୀଶ କୁମାରଙ୍କ ଉପରେ ଆରଜେଡିରୁ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପାଇଁ ଚାପ ବଢିବାରେ ଲାଗିଛି । ଯଦି ନୀତୀଶ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥାନ୍ତେ, ତେବେ ସେ ସମ୍ଭବତଃ  ଏହା କରିଥାନ୍ତେ  କିନ୍ତୁ ଯେତେବେଳେ ତାଙ୍କୁ ନେଇ ଏଭଳି କିଛି ହେବାର ସମ୍ଭାବନା ନାହିଁ ସେତେବେଳେ ସେ କୌଣସି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଚାହୁଁନାହାନ୍ତି। କୁହାଯାଉଛି ଯେ ଏବେ ନୀତୀଶ କୁମାର ପୁଣି ଥରେ ବିଜେପି ସହ ଯାଉଛନ୍ତି, ଯାହାଦ୍ୱାରା ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଅକ୍ଷୁର୍ଣ୍ଣ ରହିବ । ସେପଟେ ଆଉ ଏକ ଖବର ମଧ୍ୟ ଆସୁଛି ଯେ  ଆରଜେଡି ଜେଡିୟୁକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ଏହାପଛରେ ଲାଲୁଙ୍କ ହାତ ଥିଲା।  ନୀତୀଶ ଏ ବିଷୟରେ ଅବଗତ ଥିଲେ ଏବଂ ସେଥିପାଇଁ ସେ ଲାଲନ ସିଂହଙ୍କୁ ଦଳର ସଭାପତି ପଦରୁ ହଟାଇ ଏହାର କମାଣ୍ଡ ଗ୍ରହଣ କରିଥିଲେ।

୩- ବିହାରରେ ଏପର୍ଯ୍ୟନ୍ତ ଆସନ ବଣ୍ଟା ନେଇ ଆଲୋଚନା ହୋଇନାହିଁ

ବିହାରରେ ନୀତୀଶ ଯଦି ବିଜେପି ପାଖକୁ ଯାଆନ୍ତି ତେବେ ଇଣ୍ଡିଆ ମେଣ୍ଟର ସବୁଠାରୁ ଅଧିକ କ୍ଷତି ହେବ। କାରଣ ଏପର୍ଯ୍ୟନ୍ତ ଏହି ମେଣ୍ଟର ଘଟକଙ୍କ ମଧ୍ୟରେ ସିଟ୍ ସେୟାରିଂ ହୋଇ ପାରିନାହିଁ। ରାହୁଲ ଗାନ୍ଧି 'ଭାରତ ଯୋଡୋ ନ୍ୟାୟ ଯାତ୍ରା'ରେ ବାହାରିଛନ୍ତି ଏବଂ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଜାନୁଆରୀ ୩୦ ରେ ବିହାରର ପୂର୍ଣ୍ଣିଆଠାରେ ତାଙ୍କର ରାଲି ଅନୁଷ୍ଠିତ ହେବାକୁ ଯାଉଛି । ନୀତୀଶ କୁମାର ମଧ୍ୟ ଏହି ରାଲିରେ ଯୋଗ ଦେବାର ଥିଲା କିନ୍ତୁ ଏବେ ସେ ଯୋଗ ଦେବାର ସମ୍ଭାବନା ଖୁବ କମ।

୪- ପରିବାରବାଦ ବୟାନକୁ ନେଇ ହଙ୍ଗାମା

କରପୂରୀ ଠାକୁରଙ୍କ ଜୟନ୍ତୀ ରାଲିରେ ନୀତୀଶ କୁମାରଙ୍କ ଗୋଟିଏ ବୟାନ ବିହାର ରାଜନୀତିରେ ଭୁକମ୍ପ ଆଣିଥିଲା। କର୍ପୁରୀଠାକୁରଙ୍କ ବିଷୟରେ କହିବାକୁ ଯାଇ ନୀତିଶ ପରିବାରବାଦ ଉପରେ ଆକ୍ରମଣ କରିଥିଲେ। ରାଜନୈତିକ ବିଶ୍ଲେଷକ ଓ ଆରଜେଡି ଏହାକୁ ତାଙ୍କ ଦଳ ବିଶେଷକରି ଲାଲୁ ପରିବାର ଉପରେ ଆକ୍ରମଣ ଭାବେ ନେଇଥିଲେ। ଲାଲୁ ନିଜ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ସବୁ ଉଦ୍ୟମ କରୁଛନ୍ତି। ଯାହାକୁ ଲକ୍ଷ୍ୟ କରି ନୀତିଶ ଏଭଳି ବୟାନ ଦେଇଥିଲେ ବୋଲି କୁହାଗଲା। ନୀତିଶଙ୍କ ବକ୍ତବ୍ୟର ଗୋଟିଏ ଦିନ ପରେ ଅର୍ଥାତ ଜାନୁଆରୀ 24ରେ ବିହାରରେ ହଙ୍ଗାମା ହୋଇଥିଲା।

୫- ରୋହିଣୀ ଆଚାର୍ଯ୍ୟଙ୍କ ଟୁଇଟ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି

ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ୩ଟି ଟୁଇଟ୍ କରିଥିଲେ। ଯାହାକୁ ସେ ପରେ ଲାଲୁଙ୍କ ପରାମର୍ଶରେ ଡିଲିଟ୍ କରିଥିବା କୁହାଯାଉଛି। ଯଦିଓ ସେ ଏଥିରେ ନୀତୀଶଙ୍କ ନାମ ନେଇନଥିଲେ  କିନ୍ତୁ ଟୁଇଟର ଭାଷା ଏବଂ ଏଥିରେ ବ୍ୟବହୃତ ଶବ୍ଦରୁ  ସ୍ପଷ୍ଟ ଥିଲା ଯେ, ଟାର୍ଗେଟରେ ନୀତୀଶ ହିଁ ଥିଲେ। ରୋହିଣୀଙ୍କ ଟ୍ୱିଟ୍ ଡିଲିଟ୍ ହେବା ଆଗରୁ ଯେତିକି କ୍ଷତି ହେବା କଥା ହୋଇଯାଇଥିଲା। କାରଣ ଖୋଦ ନୀତିଶ ସେହି ତିନୋଟି ଟ୍ୱିଟ୍ ଉପରେ ରିପୋର୍ଟ ମାଗି ପଢିଥିବା କୁହାଯାଉଛି। ଏହାପରେ ଯେତେବେଳେ ବିହାର ସରକାରଙ୍କ କ୍ୟାବିନେଟ୍ ବୈଠକ ବସିଥିଲା, ସେଥିରେ ନୀତୀଶ ଓ ତେଜସ୍ୱୀଙ୍କ ମଧ୍ୟରେ ଦୂରତା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। ମାତ୍ର ୧୫ ମିନିଟ୍ ରେ କ୍ୟାବିନେଟ୍ ବୈଠକ ଶେଷ ହୋଇଥିଲା। ତେଜସ୍ୱୀ ଯାଦବ ଅପେକ୍ଷା କରିଥିଲେ ଏବଂ ନୀତୀଶ କୁମାର କିଛି ନ କହି ବୈଠକ ରୁ ଚାଲିଯାଇଥିଲେ