Covid Infection Risk : ମଦ୍ୟପାନ କରୁଥିବା ମହିଳାଙ୍କୁ କୋଭିଡ୍ ହେବାର ଭୟ ଥାଏ ଅଧିକ !
Advertisement

Covid Infection Risk : ମଦ୍ୟପାନ କରୁଥିବା ମହିଳାଙ୍କୁ କୋଭିଡ୍ ହେବାର ଭୟ ଥାଏ ଅଧିକ !

Covid Infection Risk : ମଦ୍ୟପାନ କରୁଥିବା ମହିଳାଙ୍କ ଠାରେ କୋରୋନାରେ ସଂକ୍ରମିତ ହେବାର ଭୟ ଅଧିକ ! ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଏକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ 25 ରୁ 28 ବର୍ଷ ବୟସର ଯୁବତୀ ଯେଉଁମାନେ ଅତ୍ୟାଧିକ ମଦ୍ୟପାନ କରୁଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Covid Infection Risk : ମଦ୍ୟପାନ କରୁଥିବା ମହିଳାଙ୍କ ଠାରେ କୋରୋନାରେ ସଂକ୍ରମିତ ହେବାର ଭୟ ଅଧିକ ! ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଏକ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ 25 ରୁ 28 ବର୍ଷ ବୟସର ଯୁବତୀ ଯେଉଁମାନେ ଅତ୍ୟାଧିକ ମଦ୍ୟପାନ କରୁଛନ୍ତି । ସେମାନଙ୍କ ଠାରେ କୋଭିଡରେ ଆକ୍ରାନ୍ତ ହେବାର ଆଶାଙ୍କା ଅଧିକ ରହୁଛି । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ଯେତେବେଳେ ଯୁବତୀମାନେ ମଦ୍ୟପାନ କରନ୍ତି, ସେମାନେ ନିଶା ଅବସ୍ଥାରେ ସାମାଜିକ ଦୂରତା ଭଳି ପ୍ରତିବନ୍ଧକ ଭୁଲି ଯାଆନ୍ତି । ବିଶେଷ କରି  ୨୫ ରୁ ୨୮ ବର୍ଷ ଯୁବତୀଙ୍କ ଠାରେ ଏହା ଅଧିକ ଦେଖାଯାଏ ।   କରୋନା ଏକ ବିଶେଷ ପ୍ରକାରର ଭୂତାଣୁ  । ବର୍ତ୍ତମାନ ଏହାକୁ କେବଳ କରୋନା ଭୂତାଣୁ କୁହାଯାଉଛି, କିନ୍ତୁ ଏହା ସାର୍ସ କୋଭିଡ-୨ ଭାବେ ନାମିତ । ୨୦୧୯ ନୂତନ କରୋନା ଭୂତାଣୁଟି ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ (positive-sense single-stranded RNA genome) ବିଶିଷ୍ଟ ଅଟେ । ଏହା ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଏହି ଭୂତାଣୁଦ୍ୱାରା ଘଟୁଥିବା ସର୍ବବ୍ୟାପୀ ମହାମାରୀ(Pandemic)କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଆପାତକାଳ ଘୋଷଣା କରିଛି । 

 

ସାର୍ସ କୋଭି-୨ ଭୂତାଣୁ ସାର୍ସ କୋଭି ଭୂତାଣୁର ଏକ ପ୍ରକାର । ବିଶ୍ୱାସ କରାଯାଏ ଯେ ଏହା ଜୁନୋଟିକ (Zoonotic) ଅର୍ଥାତ ଅନ୍ୟ ପ୍ରାଣୀଙ୍କଠାରୁ ସୃଷ୍ଟି ହେଉଥିବା ଏବଂ ସେମାନଙ୍କ ଠାରୁ ମନୁଷ୍ୟଠାରେ ସଂକ୍ରମିତ ହୋଇଥିବା ଏକ ଭୁତାଣୁ । ବାଦୁଡ଼ିମାନଙ୍କଠାରେ ଦେଖାଯାଉଥିବା କରୋନା ଭୂତାଣୁ ସହିତ ଏହାର ଅନେକ ସମାନତା ଦେଖିବାକୁ ମିଳୁଥିବାରୁ ଏହାକୁ ବାଦୁଡ଼ିରୁ ଜନ୍ମିତ କରୋନା ଭୁତାଣୁ ବୋଲି ଗ୍ରହଣ କରାଯାଉଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ମନୁଷ୍ୟଙ୍କଠାରେ ସଂକ୍ରମଣ ପାଇଁ ଦାୟୀ ପ୍ରାଣୀକୁ ଚିହ୍ନଟ କରାଯାଇପାରିନାହିଁ । ଏହି କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା । ଯଦିଓ ରୋଗ ସଂକ୍ରମଣର ପ୍ରାଥମିକ କାରକ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ତଥ୍ୟ ନାହିଁ, ଊହାନର ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।

ଯେହେତୁ ଏହି ଭୂତାଣୁକୁ ପ୍ରଥମେ ଚୀନର ଊହାନ ସହରରେ ଚିହ୍ନଟ କରାଯାଇଥିଲା । ଏହାକୁ ଊହାନ ଭୂତାଣୁ ବା ଊହାନ କରୋନା ଭୂତାଣୁ କୁହାଯାଇଥାଏ । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦିଷ୍ଟ ସ୍ଥାନ ଉପରେ ଆଧାରିତ ଏହି ନାମଟି ବ୍ୟବହାର କରିବାରେ ପ୍ରତିବନ୍ଧକ ଲଗାଇଛି । ଅନ୍ତର୍ଜାତୀୟ ଭୂତାଣୁ ବର୍ଗୀକରଣ କମିଟି (ଆଇ.ସି.ଟି.ଭି) ୨୦୨୦ ମସିହା ଫେବୃଆରୀ ୧୧ ତାରିଖରେ ଆଧିକାରିକ ଭାବେ ଭୂତାଣୁଟିକୁ ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ (ସାର୍ସ କୋଭି-୨) ଭାବେ ନାମିତ କରିଛନ୍ତି । ଆମେରିକୀୟ ସରକାର ଏବଂ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହାକୁ ଚାଇନିଜ ଭାଇରସ ଅର୍ଥାତ ଚିନୀୟ ଭୂତାଣୁ ରୂପେ ସମ୍ବୋଧନ କରିଛନ୍ତି । ଏହି ଶବ୍ଦର ବ୍ୟବହାରକୁ ଅନେକ ଜାତିବାଦରୂପେ ବିଚାର କରନ୍ତି ।