ମାର୍ଚ୍ଚ ୩୦ ପରେ Bitcoin ରେ ଏହିସବୁ ପରିବର୍ତ୍ତନ ! ଜାଣନ୍ତୁ କେତେ ଲାଭ କେତେ କ୍ଷତି
Advertisement

ମାର୍ଚ୍ଚ ୩୦ ପରେ Bitcoin ରେ ଏହିସବୁ ପରିବର୍ତ୍ତନ ! ଜାଣନ୍ତୁ କେତେ ଲାଭ କେତେ କ୍ଷତି

ଏହାର ସମ୍ପୂର୍ଣ୍ଣ ବ୍ୟବସାୟ ଅନଲାଇନ ମାଧ୍ୟମରେ ହୋଇଥାଏ । ଏବେ ଯାଏ ଅଧିକାଂଶ ଦେଶରେ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରିତ କରାଯାଇନାହିଁ । ଏହା ଉପରେ କୌଣସି ସରକାରଙ୍କ ନିୟନ୍ତ୍ରଣ ନାହିଁ । 

ମାର୍ଚ୍ଚ ୩୦ ପରେ Bitcoin ରେ ଏହିସବୁ ପରିବର୍ତ୍ତନ ! ଜାଣନ୍ତୁ କେତେ ଲାଭ କେତେ କ୍ଷତି

ନୂଆଦିଲ୍ଲୀ:  ବିଟ୍ କଏନ୍ ମୂଲ୍ୟ ପ୍ରାୟ ୩୭ ଲକ୍ଷ ପାର୍ ହୋଇପାରେ । କଏନ ଡିସିଏକ୍ସ ଅନୁସାରେ, ବିଟ୍ କଏନ୍  ର ମୂଲ୍ୟ ମାର୍ଚ୍ଚ ୨୯ ସକାଳେ ୧୧ଟା ୧୧ ସମୟରେ ପ୍ରାୟ ୨୬ ଲକ୍ଷ ୪୮ ହଜାର ୪୭୮ ଟଙ୍କା ଥିଲା । ଗତ କିଛି ଘଣ୍ଟାରେ ବିଟକଏନ ମୂଲ୍ୟରେ ୧.୮୨୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ତେବେ ଯଦି ଏହା ତୀବ୍ର ଗତିରେ ଜାରି ରହେ, ତେବେ ବିଟ୍ କଏନ୍ ମୂଲ୍ୟ ୩୭ ଲକ୍ଷ ଟଙ୍କା ପାର୍ ହୋଇପାରେ । କଏନ ଡିସିଏକ୍ସ ଅନୁସାରେ, ଗତ ୨୪ ଘଣ୍ଟାର ଅବଧିରେ ବିଟକଏନ ୩୬ ଲକ୍ଷ ୯୦ ହଜାର ଟଙ୍କା ସର୍ବନିମ୍ନ ଏବଂ ୩୫ ଲକ୍ଷ ୫୦ ହଜାର ଟଙ୍କା ସର୍ବିନିମ୍ନ ସ୍ତର ଯାଇଛି ।

କ୍ରିପ୍ଟୋକରେନ୍ସି କ'ଣ ?
କ୍ରିପ୍ଟୋକରେନ୍ସି (Crypto Currency) ଅସଲରେ କୌଣସି ମୁଦ୍ରା ନୁହେଁ । ଏହା ଏକ ମୂଲ୍ୟର ଭଣ୍ଡାର, ଯାହା ଏନକ୍ରିପସନ୍ ଦ୍ୱାରା ସୁରକ୍ଷିତ ହୋଇଥାଏ । କ୍ରିପ୍ଟୋକରେନ୍ସିକୁ ଉନ୍ନତ ବ୍ଲକଚେନ୍ ଟେକ୍ନୋଲୋଜିର ଉପଯୋଗ କରି ପ୍ରସ୍ତୁତ କରାଯାଇଛି । ଏହାର ସମ୍ପୂର୍ଣ୍ଣ ବ୍ୟବସାୟ ଅନଲାଇନ ମାଧ୍ୟମରେ ହୋଇଥାଏ । ଏବେ ଯାଏ ଅଧିକାଂଶ ଦେଶରେ କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରିତ କରାଯାଇନାହିଁ । ଏହା ଉପରେ କୌଣସି ସରକାରଙ୍କ ନିୟନ୍ତ୍ରଣ ନାହିଁ । ଭାରତରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ମାନ୍ୟତା ନାହିଁ । କ୍ରିପ୍ଟୋକରେନ୍ସି ପ୍ରସ୍ତୁତ କରିବାର ପ୍ରକ୍ରିୟାକୁ ମାଇନିଂ କୁହାଯାଏ । କ୍ରିପ୍ଟୋକରେନ୍ସିକୁ କ୍ରିପ୍ଟୋ ସ୍ପେସିଫିକ୍ ଟ୍ରେଡିଂ ପ୍ଲାଟଫର୍ମରୁ କିଣାଯାଇଥାଏ । ଏହା କ୍ରିପ୍ଟୋଗ୍ରାଫିକ ୱାଲେଟରେ ରଖାଯାଇଥାଏ । ଏଥିପାଇଁ କୌଣସି ବ୍ୟାଙ୍କର ଦରକାର ପଡ଼େ ନାହିଁ । କ୍ରିପ୍ଟୋକରେନ୍ସିରେ କରାଯାଇଥିବା ନିବେଶକୁ କ୍ରିପ୍ଟୋ-ଆସେଟ୍ (Cryto Asset) କୁହାଯାଏ ।

ବିଟକଏନ୍ କ'ଣ ?
ବିଟକଏନ, ଗୋଟିଏ ପ୍ରକାରର କ୍ରିପ୍ଟୋକରେନ୍ସି । ଏହାକୁ ମଧ୍ୟ ଏନକ୍ରିପସନ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ । ବିଟକଏନକୁ ଆପଣ ଛୁଇଁପାରିବେ ନାହିଁ । ଏହା ଡିଜିଟାଲ ଫର୍ମାଟରେ ହୋଇଥାଏ । ଏହାକୁ କ୍ରିପ୍ଟୋଗ୍ରାଫୀ ଦ୍ୱାରା ସଞ୍ଚାଳିତ କରାଯାଇଥାଏ ।

କିଏ ତିଆରି କଲେ ବିଟକଏନ ?
କୁହାଯାଏ କି ବିଟକଏନକୁ ବର୍ଷ ୨୦୦୮ରେ ଜାପାନର ସାତୋଶୀ ନାକାମୋତୋଙ୍କ ଦ୍ୱାରା ଅଣାଯାଇଥିଲା । ପରେ ୨୦୦୯ରେ ଏହାର ପ୍ରଚଳନ ଆରମ୍ଭ ହୋଇଥିଲା । ଏବେ ଏହା ସବୁଠାରୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ।

ବିଟକଏନ କିପରି କାମ କରେ ?
ବିଟକଏନକୁ କ୍ରିପ୍ଟୋ ସ୍ପେସିଫିକ୍ ଟ୍ରେଡିଂ ପ୍ଲାଟଫର୍ମ ମାଧ୍ୟମ ଦ୍ୱାରା କିଣାଯାଇଥାଏ । ଏଥିପାଇଁ କୌଣସି ମଧ୍ୟ ବ୍ୟକ୍ତି ବ୍ୟାଙ୍କ ଖାତାରୁ ଦେୟ କରିପାରିବ ଏବଂ ଯେତେ ମଧ୍ୟ ଦେୟ ହେବ, ସେତିରି ମୂଲ୍ୟ ବିଟକଏନ ଗ୍ରାହକଙ୍କ କ୍ରିପ୍ଟୋଗ୍ରାଫିକ୍ ୱାଲେଟକୁ ଆସିଥାଏ । କ୍ରିପ୍ଟୋ-ସ୍ପେସିଫିକ୍ ଟ୍ରେଡିଂ ପ୍ଲାଟଫର୍ମ ମାଧ୍ୟମରେ ଏହାକୁ ବିକ୍ରି ମଧ୍ୟ କରାଯାଇପାରେ । ବିକ୍ରି କଲେ ବର୍ତ୍ତମାନ ଆପଣଙ୍କ ବିଟକଏନ
ମୂଲ୍ୟ ଯାହା ହେବ, ସେହି ଆଧାରରେ ଅର୍ଥ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଯାଇଥାଏ ।

କେଉଁ ସବୁ ପ୍ଲାଟଫର୍ମରେ ଆପଣ ବିଟକଏନ କିଣା-ବିକା କରିପାରିବେ ?
ଭାରତରେ କ୍ରିପ୍ଟୋ ଟ୍ରେଡିଂ ପାଇଁ CoinDCX, WazirX, CoinSwitch Kuber ଏବଂ Unocoin ବେଶ ଲୋକପ୍ରିୟ ପ୍ଲାଟଫର୍ମ । ଏଠାରେ ବିଟକଏନ କିଣିପାରିବେ ଏବଂ ବିକି ମଧ୍ୟ ପାରିବେ।

Also Read: କୋରୋନାର ଘାତକ ଭାରିଆଣ୍ଟକୁ ନେଇ ଚେତାବନୀ ଜାରି କଲା WHO, କହିଲା-ବହୁତ ଖରାପ ହୋଇପାରେ ସ୍ଥିତି

Also Read: ଋଷକୁ ନେଇ ଭାରତକୁ ଧମକ ଦେଇଥିଲା ଆମେରିକା, ମିଳିଲା କଡ଼ା ଜବାବ