Ministry of Finance in UPI service charges: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ସରକାର ନେଲେ ଏହି ନିଷ୍ପତି
Advertisement
Article Detail0/zeeodisha/odisha1314001

Ministry of Finance in UPI service charges: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ସରକାର ନେଲେ ଏହି ନିଷ୍ପତି

ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ୟୁପିଆଇ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ଲୋକଙ୍କ ପାଇଁ ଅତ୍ୟଧିକ ସୁବିଧାଜନକ ଏବଂ ଅର୍ଥବ୍ୟବସ୍ଥା ଉପରେ ଏହାର ବଡ଼ ଯୋଗଦାନ ରହିଛି। ତେଣୁ ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ UPI କାରବାର ଉପରେ ଚାର୍ଜ ଆଦାୟ କରିବାର କୌଣସି ଯୋଜନା ନାହିଁ ବୋଲି ଜଣାପଡ଼ିଛି। UPI ହେଉଛି ଏକ ଡିଜିଟାଲ୍ ସାର୍ବଜନିକ ମାଧ୍ୟମ ଯାହାକି ଜନସାଧାରଣଙ୍କ ପାଇଁ ଅନେକ ସୁବିଧା ଏବଂ ଅର୍ଥନୀତି ପାଇଁ ଏହା ଲାଭଦାୟକ ଅଟେ। 

ପ୍ରତିକାତ୍ମକ

ନୂଆଦିଲ୍ଲୀ: UPI ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଏହି ଜିଡିଟାଲ ପେମେଣ୍ଟ ସିଷ୍ଟମରେ ଆଉ ଅଧିକ ଚାର୍ଜ ଦେବାକୁ ପଡିବ ନାହିଁ। ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ପେମେଣ୍ଟ ସିଷ୍ଟମ ଉପରେ ଆରବିଆଇ ସମୀକ୍ଷା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିରେ କୁହାଯାଇଥିଲା ଯେ, ଆରବିଆଇ ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଚାର୍ଜ ଅର୍ଥାତ ମର୍ଚଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ଉପରେ ବିଚାର କରାଯାଉଛି। ତେବେ ଏହାକୁ ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । 

ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ୟୁପିଆଇ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ଲୋକଙ୍କ ପାଇଁ ଅତ୍ୟଧିକ ସୁବିଧାଜନକ ଏବଂ ଅର୍ଥବ୍ୟବସ୍ଥା ଉପରେ ଏହାର ବଡ଼ ଯୋଗଦାନ ରହିଛି। ତେଣୁ ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ UPI କାରବାର ଉପରେ ଚାର୍ଜ ଆଦାୟ କରିବାର କୌଣସି ଯୋଜନା ନାହିଁ ବୋଲି ଜଣାପଡ଼ିଛି। UPI ହେଉଛି ଏକ ଡିଜିଟାଲ୍ ସାର୍ବଜନିକ ମାଧ୍ୟମ ଯାହାକି ଜନସାଧାରଣଙ୍କ ପାଇଁ ଅନେକ ସୁବିଧା ଏବଂ ଅର୍ଥନୀତି ପାଇଁ ଏହା ଲାଭଦାୟକ ଅଟେ। UPI ସେବା ପାଇଁ କୌଣସି ଶୁଳ୍କ ଆଦାୟ କରିବାକୁ ସରକାରଙ୍କର କୌଣସି ବିଚାର ନାହିଁ। ଖର୍ଚ୍ଚ ପୁନରୁଦ୍ଧାର ପାଇଁ ସେବା ପ୍ରଦାନକାରୀଙ୍କ ଚିନ୍ତାଧାରାକୁ ଅନ୍ୟ ଉପାୟ ମାଧ୍ୟମରେ ପୂରଣ କରିବାକୁ ପଡିବ ବୋଲି ମନ୍ତ୍ରଣାଳୟ କହିଛି। 

Also Read: ସର୍ଭେ: ପ୍ରଧାନମନ୍ତ୍ରୀ ଭାବରେ କେତେ ଲୋକଙ୍କ ପସନ୍ଦ କେଜ୍ରିୱାଲ, ଜାଣନ୍ତୁ ମୋଦିଙ୍କୁ କିଏ ଟକ୍କର..

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବିଭିନ୍ନ ପରିମାଣର ବ୍ୟାଣ୍ଡ ଉପରେ ଆଧାର କରି UPI ମାଧ୍ୟମରେ ଦେୟ ଉପରେ ଧୀରେ ଧୀରେ ଚାର୍ଜ ଲାଗୁ ହେବାର ସମ୍ଭାବନା ଉପରେ ହିତାଧିକାରୀଙ୍କଠାରୁ ମତାମତ ଲୋଡିବାର କିଛି ଦିନ ପରେ ଏହା ସାମ୍ନାକୁ ଆସିଛି। ଆରବିଆଇ ଦ୍ୱାରା ଜାରୀ କରାଯାଇଥିବା ଏକ ଆଲୋଚନା ପତ୍ରରେ ବିଭିନ୍ନ ଦେୟ, ସେବା କିମ୍ବା କାର୍ଯ୍ୟକଳାପ ପାଇଁ ଚାର୍ଜର ଢାଞ୍ଚାକୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରାଯାଇଥିଲା। ଯେପରିକି ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI), IMPS (ତୁରନ୍ତ ଦେୟ ସେବା), NEFT (ନ୍ୟାସନାଲ ଇଲେକ୍ଟ୍ରୋନିକ୍ ପାଣ୍ଠି ସ୍ଥାନାନ୍ତର), RTGS (ରିଅଲ୍ ଟାଇମ୍ ଗ୍ରସ୍ ସେଟେଲମେଣ୍ଟ) ଏବଂ ଦେୟ ଇତ୍ୟାଦି। ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ପ୍ରିପେଡ୍ ପେମେଣ୍ଟ ଉପକରଣ (PPI) ସହିତ ଉପକରଣଗୁଡିକ ମଧ୍ୟ ଏଥିରେ ସାମିଲ ରହିଥିଲା।

 

ସରକାର ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରକାର ଚାର୍ଜ ଲାଗୁ କରିବା ଉପରେ ବିଚାର କରୁ ନାହାନ୍ତି। ସର୍ଭିସ ପ୍ରୋଭାଇଡର୍ସଙ୍କ ପାଇଁ ଟଙ୍କା ସଂଗ୍ରହ (କଷ୍ଟ ରିକଭରୀ) ପାଇଁ ଅନ୍ୟ ବିକଳ୍ପ ଉପରେ ବିଚାର କରାଯିବ। ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ସରକାର ଗତ ବର୍ଷ ଆର୍ଥିକ ସହାୟତାର ଘୋଷଣା କରିଥିଲେ। ଏହି ସହାୟତା ଚଳିତ ବର୍ଷ ମଧ୍ୟ ଦିଆଯିବ। ଅର୍ଥ ମନ୍ତ୍ରଣାଳୟ ଟ୍ୱିଟ କରି କହିଛି, ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରଚାର ଚାର୍ଜ ଲାଗୁ କରାଯିବାର ବିଚାର କରାଯାଇ ନାହିଁ। ସରକାର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସାହାଯ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି। 

Also Read: Successful surgery in MKCG medical college: ଯୁବକଙ୍କ ପେଟରୁ ବାହାରିଲା ଷ୍ଟିଲଗ୍ଲାସ୍‌, ମଳଦ୍ୱାରରେ ପୁରାଇଥିଲେ ମଦ୍ୟପ ସାଙ୍ଗ

ଗତ ବର୍ଷ ସରକାର ଜିଡିଟାଲ ପେମେଣ୍ଟ ସିଷ୍ଟମ ପାଇଁ ହେବାକୁ ଥିବା ଏମଡିଆର ଚାର୍ଜର କ୍ଷତି ପାଇଁ ୧୫୦୦ କୋଟି ଟଙ୍କାର ଘୋଷଣା କରିଥିଲେ। କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇକୁ ଚାର୍ଜ ମୁକ୍ତ କରିଥିଲେ। ଏହାଦ୍ୱାରା ପ୍ରତ୍ୟେକ ଟ୍ରାଞ୍ଜାକସନ୍ ଉପରେ ଏମଡିଆଇ ଚାର୍ଜର କ୍ଷତି ହେଉଥିଲା। ଏହି କ୍ଷତିପୂରଣ ପାଇଁ ଆର୍ଥିକ ସାହାଯ୍ୟ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ୟୁପିଆଇ ସର୍ଭିସ ଅନଲାଇନରେ ଟଙ୍କା ନେଣଦେଣର ସବୁଠୁ ସରଳ ଏବଂ ଲୋକପ୍ରିୟ ମାଧ୍ୟମ ହୋଇଛି। ଏନପିସିଆଇ ଡାଟା ଅନୁସାରେ ଜୁଲାଇରେ ୟୁପିଆଇ ସାହାଯ୍ୟରେ ୬୦୦ କୋଟି ଟ୍ରାଞ୍ଜାକସନରେ ପ୍ରାୟ ୧୦.୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି।