Trending Photos
rupee hits record low: ନୂଆଦିଲ୍ଲୀ: କଥା ଆଜ୍ଞା ଆଜି ଆମେରିକା ଅର୍ଥନୈତିକ କାର୍ଯ୍ୟକ୍ରମରେ ଏମିତି ପରିବର୍ତ୍ତନ ଆଣିଲା ଯାହାକି ସମଗ୍ର ବିଶ୍ୱର ଷ୍ଟକ ଏକ୍ସଚେଞ୍ଜରେ ଏକ ଭୂମିକମ୍ପ ସୃଷ୍ଟି କରିଦେଲା। ଏଥିରେ ଭାରତ ଭଳି ଦେଶ ମଧ୍ୟ ବାଦ ପଡ଼ିଲା ନାହିଁ। ଭାରତର ଇତିହାସରେ ଯାହା କେବେ ହୋଇନଥିଲା ତାହା ଆଜି ହୋଇଗଲା। କଥା ଆମେ ଟଙ୍କାକୁ ନେଇ କହୁଛେ, ଯାହାର ମାନକୁ ଯଦି ଆମେରିକା ଡଲାର ସହ ତୁଳନା କରିବା ଏହା ୮୧.୧୯ ଟଙ୍କାରେ ପହଞ୍ଚି ଯାଇଛି। ଯାହାକି ଡଲାର ତୁଳନାରେ ଟଙ୍କାର ଏହା ହେଉଛି ସର୍ବନିମ୍ନ ମୂଲ୍ୟ। ଭାରତ ସହିତ ୟୁରୋପ, ମିଡ଼ିଲ ଇଷ୍ଟ, ଚୀନ, ବାଂଲାଦେଶ, ସିଙ୍ଗାପୁର ସମେତ ଅନ୍ୟ କୌଣସି ରାଷ୍ଟ୍ର ମଧ୍ୟ ଭୂମିକମ୍ପରୁ ବାଦ ପଡ଼ି ନାହାନ୍ତି। ଯଦି ଆମେ ଚାଇନା କଥା ଆଲୋଚନା କରିବେ, ଯେଉଁଠି ୬ ମାସ ପୂର୍ବରୁ ଚାଇନାର ଗୋଟିଏ ଡଲାର ୬.୧ ଥିଲା ତାହା ବର୍ତ୍ତମାନ ୭.୧୨ରେ ପହଞ୍ଚିଛି। ସେହିପରି ବ୍ରିଟିଶ ପାଉଣ୍ଡ ୧.୫ ପାଉଣ୍ଡ ଥିଲା ତାହା କମିଯାଇ ଗୋଟିଏ ଡଲାର ଗୋଟିଏ ପାଉଣ୍ଡ ହୋଇଯାଇଛି। ତେବେ ଏ ଘଟଣା ହେଲା କାହିଁକି। ଆସନ୍ତୁ ଏହା ଉପରେ ଚର୍ଚ୍ଚା କରିବା।
ଯେଉଁଭଳି ଭାବରେ ଭାରତର କେନ୍ଦ୍ରୀୟ ବ୍ୟାଙ୍କ କୁହାଯାଉଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଦେଶର ଅର୍ଥନୀତିକୁ ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିଥାଏ, ସେହିଭଳି ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଆମେରିକାର ଅର୍ଥନୀତିକୁ ନିୟନ୍ତ୍ରଣ କରେ। ସୁତରାଂ ଆଜି ଅର୍ଥନୈତିକ ପୁନଃରୁଦ୍ଧାର ପାଇଁ ଏକ ବଡ଼ ପଦକ୍ଷେପ ନେଲା। ଏହି ଆଧାରରେ ଆମେରିକାର ଫେଡେରାଲ ରିଜର୍ଭ ଇଣ୍ଟ୍ରେଷ୍ଟ ୭୦ ବେସିକ ପଏଣ୍ଟରୁ ଅଧିକ ବଢାଇ ଦେଇଛି। ତେବେ ଆମେରିକା ଏପରି କାହିଁକି କଲା। ତାହା ନିହାତି ଜାଣିବା ଦରକାର।
କରୋନା କାଳରେ ଆପଣ ଜାଣିଥିବେ ବିଶ୍ୱ ଅର୍ଥନୀତି ଯେଉଁ ପରିସ୍ଥିତିକୁ ସାମ୍ନା କରିଥିଲା, ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ଆମେରିକା ଭଳି ବଡ଼ ଅର୍ଥନୀତି ଥିବା ରାଷ୍ଟ୍ର ଠାରୁ ଆରମ୍ଭ କରି ଅନେକ ଦେଶ ଏହାର ପୁନଃରୁଦ୍ଧାର ପାଇଁ ବଡ଼ ବଡ଼ ପଦକ୍ଷେପ ନେଇଥିଲେ। ଏହି ମର୍ମରେ ଆମେରିକା ଲୋକଙ୍କୁ ସୁବିଧା ଦେବା ଆଳରେ ଇଣ୍ଟ୍ରେଷ୍ଟ ରେଟ କମ କରିଦେଇଥିଲା। ଫଳରେ ଲୋକମାନେ ବିଭିନ୍ନ କ୍ରେଡ଼ିଟ କାର୍ଡ ସହ ଘର ଋଣଠାରୁ ଆରମ୍ଭ କରି ଗାଡ଼ି ଲୋନ ପର୍ଯ୍ୟନ୍ତ କମ ସୁଧ ହାରରେ ବ୍ୟାଙ୍କରୁ ଋଣ ନେଇଥିଲେ। ତତ୍ ପସ୍ୟାତ ବଜାରରେ ଏକ ଅର୍ଥନୀତିର ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା। କମ୍ପାନୀମାନେ ସେମାନଙ୍କର ପରିଧିକୁ ବିସ୍ତାର କରିବାକୁ ଲାଗିଲେ। ଏଥି ସହିତ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢାଇବାକୁ ଲାଗିଲେ। ମାନୁଫ୍ୟାକଚର ବଢିଲା। ମାର୍କେଟ ଡିମାଣ୍ଡ ମଧ୍ୟ ବଢିଗଲା। କିନ୍ତୁ ବର୍ତ୍ତମାନ ଏହାର ଫଳ ସ୍ୱରୂପ ଆମେରିକାରେ ଦରବୃଦ୍ଧି ୪୦ ବର୍ଷର ରେକର୍ଡ ଭାଙ୍ଗି ଦେଲା। ଲୋକମାନଙ୍କ ପାଖରେ ପଇସା ଅଛି। କିନ୍ତୁ ମାର୍କେଟରେ ଜିନିଷ ନାହିଁ। ଫଳସୂରୁପ ପୁରୁଣା ଦୁଇ ଚକିଆ ଯାନ, କାର, ମଟରସାଇକେଲ, ମେସିନାରୀ ସେକେଣ୍ଡ ହ୍ୟାଣ୍ଡ ଜିନିଷର ମୂଲ୍ୟ ନୂଆ ମୂଲ୍ୟ ସହିତ ସମାନ ହୋଇଯାଇଛି। ତେବେ ଏହାର କାରଣ କଣ। ଆସନ୍ତୁ ଏ ନେଇ ଚର୍ଚ୍ଚା କରିବ।
ଆମେରିକା ପ୍ରାୟତଃ ନିଜର ମାନୁଫ୍ୟାକଚରିଂ ପାଇଁ ଅନ୍ୟ ଦେଶରେ ନିଜର କମ୍ପାନୀ ମାଧ୍ୟମରେ ସ୍ଥାପିତ କରିଥାଏ। ସେଥିମଧ୍ୟରୁ ଚୀନ ହେଉଛି ଅନ୍ୟତମ। ତେଣୁ କୋଭିଡ଼ ସମୟରେ ଚୀନର ଅବସ୍ଥା ଏବଂ ବର୍ତ୍ତମାନର ମହଙ୍ଗାଇ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଜିନିଷ ଆମେରିକାକୁ ଏକ୍ସପୋର୍ଟ କରିପାରୁ ନାହିଁ। ଚୀନ ଭଳି ଅନ୍ୟରାଷ୍ଟ୍ ଗୁଡ଼ିକ ମଧ୍ୟର ଆମେରିକାକୁ ସାମଗ୍ରୀ ଏକ୍ସପୋର୍ଟ କରିପାରୁନାହାନ୍ତି। ଫଳରେ ଆମେରିକାରେ ଲୋକଙ୍କ ପାଖରେ ପଇସା ଅଛି କିନ୍ତୁ ଜିନିଷ ନାହିଁ।
ଆପଣମାନେ ଜାଣିଛନ୍ତି ଦୁନିଆରେ ଅର୍ଥନୈତିକ କାରବାରରେ ମହତ୍ତ୍ୱ ରଖୁଥିବା ଡଲାରକୁ ସବୁଦେଶ ଆପଣେଇ ନେଇଛନ୍ତି। ତେଣୁ ଡଲାରରେ ପରିବର୍ତ୍ତନ ହେଲେ ଏହା ସମସ୍ତଙ୍କ ଉପରେ ପ୍ରଭାବ ପଡ଼ିଥାଏ। ତେବେ ଦୁନିଆର ସବୁ କରେନ୍ସି କମିଯାଇଥିବା ବେଳେ ଡଲାର କାହିଁକି ବଢିଯାଇଛି। ଏହାର ପ୍ରକୃତ କାରଣ ହେଲା ନିଜ ମୁଦ୍ର ହେଉ ଅବା ବୈଦେଶିକ ମୁଦ୍ର ହେଉ ସମସ୍ତେ ଆମେରିକାର ଡଲାର ଉପରେ ଭରସା ରଖିଥାନ୍ତି। ସୁତରାଂ ଏହି ମର୍ମରେ ଆମେରିକାର ପଦକ୍ଷେପକୁ ଦୃଷ୍ଟିରେ ରଖି ନିବେଷକମାନେ ଏକ ପ୍ରକାର ଛାନିଆ ହୋଇ ଯାଇଛନ୍ତି। ନିବେଶକଙ୍କ ମନରେ ଆଶଙ୍କା ରହିଛି ଏହା ପରେ ଦୁନିଆରେ ଆର୍ଥିକ ମାନ୍ଦାବସ୍ଥା ବା ରିସେସନ ଆରମ୍ଭ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ନିବେଶକମାନେ ଡଲାର କିଣିବାରେ ଲାଗିଛନ୍ତି। ଫଳସ୍ବରୂପ ଡଲାର ବଢୁଥିବା ବେଳେ ଅନ୍ୟ ବୈଦେଶିକ ମୁଦ୍ରା ଗୁଡ଼ି ନିମ୍ନଗାମୀ ହେବାରେ ଲାଗିଛି। ଏ ସନ୍ଦର୍ଭରେ ଭାରତର ଅର୍ଥନୈତିକ ବ୍ୟବସ୍ଥା କଣ ହେବ ତାହା ଭବିଷ୍ୟତ କହିବ।
ଅଧିକ ପଢନ୍ତୁ: ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା! ଦଳରୁ ଇସ୍ତଫା ଦେଲେ ବିଧାୟକ