ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଏଲୋନ୍ ମସ୍କଙ୍କ SpaceX ଭାରତରେ ସେବା ଆରମ୍ଭ କରିବାକୁ ମାଗିଲା ଅନୁମତି
Advertisement

ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଏଲୋନ୍ ମସ୍କଙ୍କ SpaceX ଭାରତରେ ସେବା ଆରମ୍ଭ କରିବାକୁ ମାଗିଲା ଅନୁମତି

Starlink Internet In India: ଏକ ପ୍ରଶ୍ନର ଉତ୍ତରରେ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ (SpaceX CEO Elon Musk) ଦାବି କରିଥିଲେ ଯେ, ଷ୍ଟାରଲିଙ୍କ (Starlink) ସାଟେଲାଇଟ ଇଣ୍ଟରନେଟ୍ ସେବାରେ ଆଲୋକ ବେଗରେ ଡାଟା ଟ୍ରାନ୍ସଫର କରିବାର କ୍ଷମତା ହେବ । ସ୍ପେସ୍ ଏକ୍ସର ଯୋଜନା ଓରବିଟ ଲେଜର-ଆଧାରିତ ସାଟେଲାଇଟ ଲଗାଇବାର ରହିଛି ।

ଜିଓ-ଏୟାରଟେଲ ସମସ୍ତଙ୍କ ଛୁଟି! ଏଲୋନ୍ ମସ୍କଙ୍କ SpaceX ଭାରତରେ ସେବା ଆରମ୍ଭ କରିବାକୁ ମାଗିଲା ଅନୁମତି

ନୂଆଦିଲ୍ଲୀ: Starlink Internet In India: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଦିଗଜ ବ୍ୟବସାୟୀ ଏଲୋନ୍ ମସ୍କ (Elon Musk) ଶୀଘ୍ର ଭାରତର ଟେଲିକମ୍ କ୍ଷେତ୍ରରେ ପ୍ରବେଶ କରିପାରନ୍ତି । ଏଥିପାଇଁ ତାଙ୍କ କମ୍ପାନୀ ଷ୍ଟାରଲିଙ୍କ୍ (Starlink) ବ୍ରାଣ୍ଡ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା (Satellite Internet Service) ଆରମ୍ଭ କରିବାକୁ ଅନୁମତି ମାଗିପାରେ । ଯଦି କମ୍ପାନୀକୁ ଏହି ଅନୁମତି ମିଳିଯାଏ, ତେବେ ଭାରତର ଟେଲିକମ୍ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ । ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଷ୍ଟାରଲିଙ୍କ ଭାରତୀୟ ବଜାରରେ ଏକ୍ସେସ୍ ଓ ଲ୍ୟାଣ୍ଡିଂ ଅଧିକାର ପାଇଁ ଅନୁମୋଦନ ପାଇବାକୁ ଚେଷ୍ଟା କରୁଛି । ଏଥିପାଇଁ କମ୍ପାନୀ ଭାରତର ଟେଲିକମ୍ ବିଭାଗ (DoT) ସହିତ ଯୋଗାଯୋଗରେ ଅଛି । 

ତେବେ ଉଭୟ କମ୍ପାନୀ ଓ ଟେଲିକମ୍ ବିଭାଗ ଏ ବାବଦରେ କୌଣସି ଆଧିକାରୀକ ବୟାନ ଦେଇନାହାଁନ୍ତି । ଏହି ରିପୋର୍ଟରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ଏଲୋନ୍ ମସ୍କଙ୍କ କମ୍ପାନୀ ଖୁବ୍ ଶୀଘ୍ର ଗ୍ଲୋବାଲ୍ ମୋବାଇଲ୍ ପର୍ସନାଲ କମ୍ୟୁନିକେସନ୍ ବାଇ ସାଟେଲାଇଟ୍ (Global Mobile Personal Communications By Satellite-GMPCS) ର ଲାଇସେନ୍ସ ପାଇଁ ଆବେଦନ କରିପାରେ । ଏଥି ସହିତ ମୁକେଶ ଅମ୍ବାନୀ (Mukesh Ambani) ଙ୍କ ରିଲାଏନ୍ସ ଜିଓ (Reliance Jio) ଓ ଭାରତୀ ଗ୍ରୁପର ମାଲିକାନା OneWeb କମ୍ପାନୀଗୁଡିକ ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା (Internet Services in India) ପାଇଁ ଆବେଦନ କରିଛନ୍ତି । 

ଏଭଳି ପରିସ୍ଥିତିରେ ଯଦି ଷ୍ଟାରଲିଙ୍କ୍ ଦେଶରେ କାର୍ଯ୍ୟ କରିବାକୁ ଅନୁମତି ପାଇଥାଏ, ତେବେ ଷ୍ଟାରଲିଙ୍କ ଓ ରିଲାଏନ୍ସ ଜିଓ ମଧ୍ୟରେ କଡ଼ା ପ୍ରତିଯୋଗିତାର ସମ୍ଭାବନା ରହିଛି ।
ଆପଣଙ୍କୁ କହି ରଖୁଛୁ ଯେ, ଏଲୋନ୍ ମସ୍କ ସାରା ଦୁନିଆରେ ଷ୍ଟାରଲିଙ୍କ୍ ସର୍ଭିସେଜର ଜାଲ ବିସ୍ତାର କରିବାକୁ ଚେଷ୍ଟା କରୁଛି । ଚଳିତ ବର୍ଷ କମ୍ପାନୀ ଜାପାନରେ ନିଜର ଇଣ୍ଟରନେଟ୍ ସେବା ଯୋଗାଇବା ଆରମ୍ଭ କରିଦେଇଛି । ଏହା ବ୍ୟତୀତ ୨୦୨୩ ସୁଦ୍ଧା କମ୍ପାନୀ ନିଜର ଉପଗ୍ରହ ସେବା ମାଧ୍ୟମରେ ଦକ୍ଷିଣ କୋରିଆରେ ଇଣ୍ଟରନେଟ୍ ସେବା ମଧ୍ୟ ଆରମ୍ଭ କରିବ ।

ସୂଚନାଯେଗ୍ୟ, ଟ୍ରାଡିସନାଲ ଗ୍ରାଉଣ୍ଡ ଇନଫ୍ରାଷ୍ଟ୍ରକ୍ଚର (traditional ground infrastructure) ସହିତ ଷ୍ଟାରଲିଙ୍କ (Starlink) ସୁଦୂର ଅଞ୍ଚଳରେ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ (high-speed broadband internet) ଡେଲିଭରୀ କରିବାର କ୍ଷମତା ରଖିଛି । ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବିଟା ବ୍ୟବହାରକାରୀଙ୍କ ପାଇଁ ଷ୍ଟାରଲିଙ୍କ (Starlink) ବର୍ତ୍ତମାନ ଉପଲବ୍ଧ ରହିଛି ଓ କ୍ରମାଗତ ଭାବରେ ବିସ୍ତାର ହେଉଛି । ଷ୍ଟାରଲିଙ୍କ୍ (Starlink) ବିଟାର ସବୁଠାରୁ ବଡ ତ୍ରୁଟି ହେଉଛି ଏହାର ମନ୍ଥର ଇଣ୍ଟରନେଟ୍ ଗତି କିନ୍ତୁ ଏପରି ଲାଗୁଛି ଯେ ଏହାକୁ ଶୀଘ୍ର ସୁଧାର କରିନିଆଯିବ । ଏକ ପ୍ରଶ୍ନର ଉତ୍ତରରେ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ (SpaceX CEO Elon Musk) ଦାବି କରିଥିଲେ ଯେ, ଷ୍ଟାରଲିଙ୍କ (Starlink) ସାଟେଲାଇଟ ଇଣ୍ଟରନେଟ୍ ସେବାରେ ଆଲୋକ ବେଗରେ ଡାଟା ଟ୍ରାନ୍ସଫର କରିବାର କ୍ଷମତା ହେବ । ସ୍ପେସ୍ ଏକ୍ସର ଯୋଜନା ଓରବିଟ ଲେଜର-ଆଧାରିତ ସାଟେଲାଇଟ ଲଗାଇବାର ରହିଛି ।

ଅଧିକ ପଢ଼ନ୍ତୁ:-ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ

ଅଧିକ ପଢ଼ନ୍ତୁ:-'ମୁଁ ତାଙ୍କୁ କିପରି ଭୁଲିଯିବି', ଇମୋସନାଲ ପୋଷ୍ଟ କଲେ ଉର୍ବଶୀ ରୌତେଲା; ୟୁଜର୍ସ କହିଲେ- ଋଷଭ ଭାଇଙ୍କୁ ମନେଇ ନେବା

ଅଧିକ ପଢ଼ନ୍ତୁ:-'ସୌରଭ ଗାଙ୍ଗୁଲି ବିଜେପିରେ ଯୋଗ ଦେଇନାହାଁନ୍ତି, ତେଣୁ ପୁନର୍ବାର କରାଗଲା ନାହିଁ BCCI ଅଧ୍ୟକ୍ଷ'​

 

ସମ୍ପ୍ରତି ଷ୍ଟାରଲିଙ୍କ୍ ନେଟୱାର୍କ (Starlink network) ଏକ ଡିସ୍, ସାଟେଲାଇଟ୍ ଓ ଗ୍ରାଉଣ୍ଡ ଷ୍ଟେସନ୍ ଆଧାରରେ କାର୍ଯ୍ୟ କରେ । ଗ୍ରାଉଣ୍ଡ ଷ୍ଟେସନଗୁଡ଼ିକୁ ବନ୍ଦ କରିବା ପାଇଁ କମ୍ପାନୀ କାର୍ଯ୍ୟ କରୁଥିବା ଜଣାପଡିଛି ଯାହା ଡାଟା ଟ୍ରାନ୍ସଫର କରିବାରରେ ବାଧା ସୃଷ୍ଟି କରିଛି ଓ ଏହା ଯୋଗୁଁ ସାଟେଲାଇଟ ସହିତ ଯୋଗାଯୋଗ କରିବାକୁ ଦୀର୍ଘ ସମୟ ଲାଗୁଛି । ଲେଜର ସହିତ ଟ୍ରାନ୍ସମିସନ୍ ସ୍ପିଡ୍ ବିଷୟରେ ମସ୍କ ଦାବି କରିଛନ୍ତି ଯେ ଅପ୍ଟିକାଲ୍ ଫାଇବର ଅପେକ୍ଷା ଏହି ସ୍ପିଡ ୪୦ ପ୍ରତିଶତ ଦ୍ରୁତ ହେବ । ଯେଉଁଥିପାଇଁ ଜମିର ବ୍ୟବହାର ବିନା ଦ୍ରୁତ ଇଣ୍ଟରନେଟ୍ ଟ୍ରାନ୍ସଫର ସେବା ଉପଲବ୍ଧ ହେବ । ଏଲୋନ୍ ମସ୍କଙ୍କ ବୟାନ ଓ ଅପ୍ଟିକାଲ୍ ଫାଇବରରୁ ମିଳୁଥିବା ବର୍ତ୍ତମାନର ସ୍ପିଡକୁ ହିସାବ କରି ଦେଖିବା ତ ଷ୍ଟାରଲିଙ୍କ୍ ପ୍ରତି ସେକେଣ୍ଡରେ ୧୮୦,୮୩୨ ମାଇଲରେ ଡାଟା ଟ୍ରାନ୍ସଫର କରିବାକୁ ସକ୍ଷମ ହେବ । ଏହା ଏକ ଶୂନ୍ୟସ୍ଥାନରେ ଆଲୋକର ଗତିର ପ୍ରାୟ ୯୭ ପ୍ରତିଶତ ।