ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରି ନେଇ RBI ଦେଲା ବଡ଼ ସୂଚନା
ଯଦି ଆପଣ ପୁରୁଣା ମୁଦ୍ରା କିମ୍ୱା ନୋଟ୍ (Old Coin) ବିକ୍ରି କରୁଛନ୍ତି ତେବେ ଟିକେ ସାବଧାନ ହୋଇଯାଆନ୍ତୁ, ଜାଣନ୍ତୁ କେଉଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ଆରବିଆଇ...
ନୂଆଦିଲ୍ଲୀ: ପୁରୁଣା ନୋଟ୍ କିମ୍ୱା ମୁଦ୍ରା କିଣିବାକୁ ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଥାଏ । ବହୁ ମୂଲ୍ୟରେ ପୁରୁଣା ମୁଦ୍ରାକୁ କିଣିବାକୁ କୁହାଯାଇଥାଏ । ଏହି ବିଜ୍ଞାପନକୁ ପଢ଼ି ମନରେ ଲୋଭଜାତ ହେବା ସ୍ୱାଭାବିକ । ଏହି ବିଜ୍ଞାପନକୁ ଦେଖି ଯଦି ଆପଣ ପୁରୁଣା ମୁଦ୍ରା କିମ୍ୱା ପୁରୁଣା ନୋଟ୍ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ, କାରଣ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି।
ଲକ୍ଷାଧିକ ଟଙ୍କାରେ ଆପଣ ହନୁମାନ ମୁଦ୍ରା ବିକ୍ରି ହେଉଥିବାର କଥା ଶୁଣିଥିବେ । ଗତ କିଛିଦିନ ହେବ ପୁରୁଣା ମୁଦ୍ରା ଓ ନୋଟ୍ (Old Coin) କିଣାବିକା ଜୋରସୋରରେ ଚାଲିଛି । ଅନେକ ଅନଲାଇନ୍ ଓ ଅଫଲାଇନ୍ ପ୍ଲାଟଫର୍ମ ଜରିଆରେ ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରି କରାଯାଉଥିବା ଖବର ଶୁଣିବାକୁ ମିଳୁଛି । ଆପଣ ଜାଣିଛନ୍ତି କି, ଏହି ପୁରୁଣା ମୁଦ୍ରା ଓ ନୋଟ୍ ବିକ୍ରିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । କେତେକ ଠକ ଓ ଦଲାଲ ଅନଲାଇନ୍ ଓ ଅଫଲାଇନ୍ ପ୍ଲାଟଫର୍ମରେ ଠକେଇ କରିବାକୁ ପୁରୁଣା ମୁଦ୍ରା ଓ ନୋଟ୍ କିଣାବିକା ନେଇ କେନ୍ଦ୍ରୀୟ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ।
ଯଦି ଆପଣ ପୁରୁଣା ମୁଦ୍ରା ଓ ନୋଟ୍ କିଣାବିକା କରିବାକୁ ଚାହୁଁଛନ୍ତି, ତେବେ ଏହାପୂର୍ବରୁ ପ୍ରଥମେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ପକ୍ଷରୁ ଦିଆଯାଇଥିବା ଏହି ସୂଚନା ବିଷୟରେ ଜାଣି ରଖନ୍ତୁ । ଠକମାନେ କ୍ରମାଗତ ଭାବେ ଅନଲାଇନରେ ଗ୍ରାହକଙ୍କୁ ଠକିବାକୁ ଉଦ୍ୟମ ଜାରିରଖିଛନ୍ତି । ଏଥିପାଇଁ ଠକମାନେ ନୂଆ ନୂଆ ତରିକା ପ୍ରୟୋଗ କରୁଛନ୍ତି ।ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନଜରକୁ ଏହି ଠକେଇ ହେଉଥିବା ଖବର ସାମ୍ନାକୁ ଆସିଛି । କିଛି ସଂସ୍ଥାର ଠକଲୋକ ଭୁଲ୍ ଭାବରେ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ।
ବିଭିନ୍ନ ଅନଲାଇନ୍, ଅଫଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ଏହି କାରବାର ଚାଲୁଛି । ପୁରୁଣା ମୁଦ୍ରା ଓ ନୋଟ୍ କିଣାବିକା ପାଇଁ ଲୋକଙ୍କୁ ଖର୍ଚ୍ଚ ଓ କମିଶନ ଦାବି କରୁଥିବା ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛନ୍ତି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ତାଙ୍କର ବିବୃତ୍ତିରେ କହିଛି ଯେ ସେ ଏପରି କୌଣସି କାର୍ଯ୍ୟକଳାପରେ ଜଡି଼ତ ନୁହଁନ୍ତି ।ଏହିପରି କାରବାର ପାଇଁ କାହାଠାରୁ ଶୁଳ୍କ କିମ୍ବା କମିଶନ ମାଗୁନାହିଁ । ଏଭଳି କାର୍ଯ୍ୟକଳାପ କରିବାକୁ କୌଣସି ସଂସ୍ଥା ବା ବ୍ୟକ୍ତିଙ୍କୁ RBI କୌଣସି ଅଧିକ ଦେଇନାହିଁ । RBI ଜନସାଧାରଣଙ୍କୁ ଏପରି ଠକ ଅଫରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି।
Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଯୋଗାଇବାକୁ ଭାରତ ପାଇଁ ଆଗକୁ ଆସିଲା ଇରାନ
Also Read: ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର