ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର
Advertisement
Article Detail0/zeeodisha/odisha1128686

ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର

ଆଗରୁ ଆମେ ଦେଖିଛେ କୌଣସି ଫିଲ୍ମ ରିଲିଜ ହେଲେ  ସେଥିରେ କାମ କରୁଥିବା ବଡ ବଡ ଷ୍ଟାରଙ୍କ ଚର୍ଚ୍ଚା ହୋଇଥାଏ କିମ୍ବା ଫିଲ୍ମ ରିଲିଜ ହେବା ପୂର୍ବରୁ ଯଦି କୌଣସି ଗୀତ ହିଟ ହୋଇଥାଏ ତାକୁ ନେଇ ଚର୍ଚ୍ଚା ହୋଇଥିବା ଆମେ ଦେଖିଛେ ।

ପାଞ୍ଚ ହଜାର ଘଣ୍ଟାର ଅନୁସନ୍ଧାନ, ୭୦୦ ପୀଡିତଙ୍କ ସହ ସାକ୍ଷାତକାର

ନୂଆଦିଲ୍ଲୀ: ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ କାଶ୍ମୀର ଫାଇଲ୍ସକୁ ଦର୍ଶକ ବହୁମାତ୍ରାରେ ଭଲପାଇବା ଦେଇଛନ୍ତି । ଫିଲ୍ମ ରିଲିଜ ହେବାର ୭ ଦିନ ମଧ୍ୟରେ ଫିଲ୍ମରେ ଖର୍ଚ୍ଚ ହୋଇଥିବା ପୁରା ବଜେଟ ଅସୁଲ ହୋଇସାରିଲାଣି ।  ଫିଲ୍ମକୁ ସମସ୍ତେ ବେଶ ପସନ୍ଦ କରୁଥିବାରୁ  ଆଗକୁ ଆହୁରି ଭଲ ଇନକମ ହେବା ନେଇ ଆଶା ରହିଛି । ବହୁଶୀଘ୍ର ଫିଲ୍ମଟି ଶହେ କୋଟି କ୍ଲବରେ ସାମିଲ ହେବ ବୋଲି ଆଶା ବି କରାଯାଉଛି। 

ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ 'ଦ କାଶ୍ମୀର ଫାଇଲ୍ସ' (The Kashmir Files) ରେ କାଶ୍ମୀର ପଣ୍ଡିତଙ୍କ ସାଥିରେ ହୋଇଥିବା ଅତ୍ୟାଚାର ବିଷୟରେ ଦର୍ଶାଯାଇଛି । ସତ୍ୟ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଆଗରୁ ଆମେ ଦେଖିଛେ କୌଣସି ଫିଲ୍ମ ରିଲିଜ ହେଲେ  ସେଥିରେ କାମ କରୁଥିବା ବଡ ବଡ ଷ୍ଟାରଙ୍କ ଚର୍ଚ୍ଚା ହୋଇଥାଏ କିମ୍ବା ଫିଲ୍ମ ରିଲିଜ ହେବା ପୂର୍ବରୁ ଯଦି କୌଣସି ଗୀତ ହିଟ ହୋଇଥାଏ ତାକୁ ନେଇ ଚର୍ଚ୍ଚା ହୋଇଥିବା ଆମେ ଦେଖିଛେ ।

କିନ୍ତୁ 'ଦ କାଶ୍ମୀର ଫାଇଲ୍ସ'(The Kashmir Files)ଏସବୁ ପୂର୍ବ ରେକର୍ଡକୁ ଭାଙ୍ଗିଛି । ଏହି ମୁଭିରେ କୌଣସି ବଡ ଷ୍ଟାର କିମ୍ବା ଗୀତକୁ ନେଇ ଚର୍ଚ୍ଚା ହେଉନାହିଁ ବରଂ ଏଠି ଚର୍ଚ୍ଚାରେ ଅଛନ୍ତି ଫିଲ୍ମ ଡାଇରେକ୍ଟର ବିବେକ ରଂଜନ ଅଗ୍ନିହୋତ୍ରୀ । ଯଦିଓ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଏବଂ ଦର୍ଶନ କୁମାରଙ୍କ ପରି ବଡ ଷ୍ଟାର ମାନେ ଏହି ଚଳଚ୍ଚିତ୍ରରେ କାମ କରିଛନ୍ତି।  କିନ୍ତୁ  ଚର୍ଚ୍ଚାର ଗୋଟିଏ କାରଣ ହେଉଛି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏହି ଚଳଚ୍ଚିତ୍ରର ପ୍ରମୋଶନର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ କାନ୍ଧକୁ  ନେଇଛନ୍ତି।

ବିବେକ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ୫ ହଜାର ଘଣ୍ଟା ଅନୁସନ୍ଧାନ କରାଯାଇଥିଲା। ୧୫ ହଜାର ପୃଷ୍ଠାର ଡକ୍ୟୁମେଣ୍ଟ ସଂଗ୍ରହ କରାଯାଇଥିଲା । ବିବେକ କହିଛନ୍ତି ସେ ଏବଂ ତାଙ୍କ ସ୍ତ୍ରୀ ପଲ୍ଲବୀ ଜୋଶୀ ବିଶ୍ବର ଅନେକ ଦେଶ ତଥା ଭାରତର ଅନେକ ସହରକୁ ଯାଇ ପ୍ରକୃତ ପୀଡିତ କାଶ୍ମୀର ପଣ୍ଡିତଙ୍କୁ ଭେଟିଥିଲେ ଏବଂ ୭୦୦ ରୁ ଅଧିକ ପୀଡିତ କାଶ୍ମୀର ପଣ୍ଡିତଙ୍କ ସାକ୍ଷାତକାର (Interviews) ରେକର୍ଡ କରିଥିଲେ। ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ତାଙ୍କୁ ୪ବର୍ଷ ସମୟ ଲାଗିଥିଲା ।  

ବିବେକ କହିଛନ୍ତି ଯେ କାଶ୍ମୀର ପଣ୍ଡିତ (Kashmir Pandits) ଙ୍କ ପାଇଁ ସବୁଠାରୁ ଯନ୍ତ୍ରଣାଦାୟକ ଥିଲା କି ସେମାନଙ୍କୁ ଘରୁ ବାହାର କରି ଦିଆଯାଇଥିଲା। କିନ୍ତୁ ସବୁଠାରୁ ବଡ ଯନ୍ତ୍ରଣା ହେଉଛି ସେହି ସମୟର ରାଜନୈତିକ ବ୍ୟବସ୍ଥା ଅଧିକାଂଶ ଲୋକଙ୍କୁ କାଶ୍ମୀର ପଣ୍ଡିତଙ୍କ ପ୍ରତି କେତେ ଅତ୍ୟାଚାର କରାଯାଇଥିଲା ତାହା ବିଷୟରେ ଜାଣିବାକୁ ଦେଇନଥିଲେ। ସେହି ସମୟର ସରକାର ଏହି ଦୁଃଖଦ ଘଟଣାକୁ ଲୁଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ ବୋଲି ଫିଲ୍ମରେ ଦର୍ଶାଯାଇଛି ।

Also Read: ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପଡିବ ପୂର୍ଣ୍ଣଛେଦ!

Also Read:  ଚୀନରେ କୋରୋନା ଆତଙ୍କ, ବର୍ଷକ ପରେ ଫେରିଲା ମୃତ୍ୟୁ