ପେସାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା
Advertisement

ପେସାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା

ପେସା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ସମ୍ବଲପୁର ଯୁଜୁମୁରାର ନାଇଟ ଓ୍ୱାଚର ମିତ୍ରଭାନୁ ମହାପାତ୍ର । ଜଣେ ଜଗୁଆଳି ହେଇ ମଧ୍ୟ ସୃଷ୍ଟି କରିଛନ୍ତି ରାଜ୍ୟ ତଥା ଜାତୀୟସ୍ତରର ତୀରନ୍ଦାଜଙ୍କୁ।  ଆମେ କହୁଛୁ ସମ୍ବଲପୁର

ପେସାରେ ଜଗୁଆଳୀ, ନିଶାରେ ତାଙ୍କର ତୀରନ୍ଦାଜୀ ଶିକ୍ଷା

ସମ୍ବଲପୁର: ପେସା ରାତ୍ର ଜଗୁଆଳୀ, ନିଶା ତୀରନ୍ଦାଜ । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ସମ୍ବଲପୁର ଯୁଜୁମୁରାର ନାଇଟ ଓ୍ୱାଚର ମିତ୍ରଭାନୁ ମହାପାତ୍ର । ଜଣେ ଜଗୁଆଳି ହେଇ ମଧ୍ୟ ସୃଷ୍ଟି କରିଛନ୍ତି ରାଜ୍ୟ ତଥା ଜାତୀୟସ୍ତରର ତୀରନ୍ଦାଜଙ୍କୁ। 

ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଯୁଜୁମୁରାର ମିତ୍ରଭାନୁ ମହାପାତ୍ରଙ୍କ କଥା । ସରକାରୀ ଉଚ୍ଚ ବିଦ୍ୟାଳୟରେ ରାତି ଜଗୁଆଳୀର କାମ କରୁଥିଲେ ମଧ୍ୟ ସ୍ଥାନୀୟ ଯୁବକ ଯୁବତୀଙ୍କୁ ତୀରନ୍ଦାଜ ପ୍ରଶିକ୍ଷଣ ଦେଉଛନ୍ତି ମିତ୍ରଭାନୁ ।ପ୍ରତ୍ୟେକ ଦିନ ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ବ୍ୟାୟାମ ପରେ ତୀରନ୍ଦାଜ ତାଲିମ ନିଅନ୍ତି ଇଚ୍ଛୁକ ଛାତ୍ରଛାତ୍ରୀ । ଧନୁ ଧରିବା, ଲକ୍ଷ୍ୟ ସାଧନ, ତୀର ଚଳାଇବାର କୌଶଳ ଆଦି ଟିକିନିକିର ତାଲିମ ଦିଅନ୍ତି ମିତ୍ରଭାନୁ । ବିଶେଷ କରି ଆଦିବାସୀ ତୀରନ୍ଦାଜମାନେ ଏଠାରେ ତାଲିମ ନେଉଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିସାରିଛନ୍ତି ।

ତାଲିମ ଦେଉଥିବା ମିତ୍ରଭାନୁ ତୀରନ୍ଦାଜର କୌଣସି ପେସାଦାର ଟ୍ରେନିଂ ନେଇ ନାହାଁନ୍ତି । ଛୋଟବେଳୁ ସ୍ଥାନୀୟ ଅଞ୍ଚଳର ନିମାଇଁ ଚରଣ ବୁଡେକ ନାମକ ଜଣେ ଆଦିବାସୀ ଗୁରୁଙ୍କଠାରୁ ସେ ଶିକାରୀ ଧନୁରେ ଏହି ଶିକ୍ଷା ଗ୍ରହଣ କରିଥିଲେ । କିନ୍ତୁ ସେ ସମୟରେ ତାଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ତାଙ୍କୁ କୌଣସି ମଞ୍ଚ ମିଳିନଥିଲା । ସେପଟେ ତାଙ୍କ ଗୁରୁଙ୍କର ଦେହାନ୍ତ ହୋଇଯାଇଥିଲା । ହେଲେ ମୃତ୍ୟୁ ପୂର୍ବରୁ ତୀରନ୍ଦାଜ ପରମ୍ପରାକୁ ବଜାୟ ରଖିବାକୁ ତାଙ୍କୁ କହିଥିଲେ ।ପରେ ସେ ଗୁରୁଙ୍କ କଥା ରଖି ପାଖାପାଖି ୧୦ ବର୍ଷ ହେବ ସେ ଶହେରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଯୋଗାଇ ଦେଇଛନ୍ତି । ତେବେ ବର୍ତ୍ତମାନ ତାଙ୍କ ପାଖରେ ୨୫ ଜଣ ତୀରନ୍ଦାଜ ତାଲିମ ନେଉଥିବା ବେଳେ ଲକ୍‌ଡାଉନ୍‌ ଲାଗି ମାତ୍ର ୫ ଜଣ ଏବେ ପ୍ରଶିକ୍ଷଣ ନେଉଛନ୍ତି ।

ଏଠାରେ ତାଲିମ ନେଉଥିବା ଛାତ୍ରଛାତ୍ରୀ ଆଗକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ଦେଶ ପାଇଁ ଯଶ ଅର୍ଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଅଧିକ ସରକାରୀ ପ୍ରୋତ୍ସାହନ ମିଳିଲେ ଏଠାରୁ ବି ଅଧିକ ଅନ୍ତର୍ଜାତୀୟ ସ୍ତରର ତୀରନ୍ଦାଜ ବାହାରି ପାରନ୍ତେ ବୋଲି  ମିତ୍ରଭାନୁ କହିଛନ୍ତି । ଏକଲବ୍ୟ ପରି ସାଧନା ଏବଂ ଦ୍ରୋଣାଚାର୍ଯ୍ୟ ପରି ଗୁରୁ। ଏ ଯୁଗରେ ମଧ୍ୟ ଏମିତି ଉଦାହରଣ ଦେଖିବାକୁ ମିଳୁଛି।ଯଦି ସରକାର ଏ ଦିଗରେ ପ୍ରୋତ୍ସାହନ କିମ୍ବା ସାହାଯ୍ୟ କରନ୍ତେ ତା ହେଲେ ଏହି ଏକଲବ୍ୟ ଓ ବଣମଲ୍ଲୀ ନିଶ୍ଚୟ ତାଙ୍କର ସୁଗନ୍ଧରେ ଚାରିଆଡେ ମହାକାଇ ଦିଅନ୍ତେ ଏଥିରେ ସନ୍ଦେହ ନାହିଁ।