ପିପିଲି ପାଇଁ ଲମ୍ବିଲାଣି ପ୍ରାର୍ଥୀଙ୍କ ତାଲିକା, କାହା ମୁଣ୍ଡରେ ସୁପ୍ରିମୋ ଢାଳିବେ ସୁନାକଳସ
Advertisement
Article Detail0/zeeodisha/odisha782517

ପିପିଲି ପାଇଁ ଲମ୍ବିଲାଣି ପ୍ରାର୍ଥୀଙ୍କ ତାଲିକା, କାହା ମୁଣ୍ଡରେ ସୁପ୍ରିମୋ ଢାଳିବେ ସୁନାକଳସ

ରାତି ପାହିଲେ ବାଲେଶ୍ୱର ସଦର (Balasore Bypoll) ଓ ତିର୍ତ୍ତୋଲ (Tirtol) ଉପ ନିର୍ବାଚନର ଫଳାଫଳ ଗଣତି ହେବ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହି ଦୁଇ ଉପ ନିର୍ବାଚନର ଫଳାଫଳ ପ୍ରାୟ ଜଣାପଡ଼ିଯିବ। କେଉଁ ଦଳ ବାଜିମାତ ମାରିବ ଆଉ କିଏ ଚିତପଟାଙ୍ଗ ମାରିବ ତାହା ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପ୍ରାୟତଃ ଜଣାପଡ଼ିଛି । 

ପିପିଲି ପାଇଁ ଲମ୍ବିଲାଣି ପ୍ରାର୍ଥୀଙ୍କ ତାଲିକା, କାହା ମୁଣ୍ଡରେ ସୁପ୍ରିମୋ ଢାଳିବେ ସୁନାକଳସ

ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: ରାତି ପାହିଲେ ବାଲେଶ୍ୱର ସଦର (Balasore Bypoll) ଓ ତିର୍ତ୍ତୋଲ (Tirtol) ଉପ ନିର୍ବାଚନର ଫଳାଫଳ ଗଣତି ହେବ । ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହି ଦୁଇ ଉପ ନିର୍ବାଚନର ଫଳାଫଳ ପ୍ରାୟ ଜଣାପଡ଼ିଯିବ। କେଉଁ ଦଳ ବାଜିମାତ ମାରିବ ଆଉ କିଏ ଚିତପଟାଙ୍ଗ ମାରିବ ତାହା ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପ୍ରାୟତଃ ଜଣାପଡ଼ିଛି । କିନ୍ତୁ ଏହି ଫଳାଫଳ ଠାରୁ ନିର୍ବାଚନ ପ୍ରକ୍ରିୟା କିନ୍ତୁ ବେଶ ରୋମାଞ୍ଚକର ରହିଥିଲା । ରାଜନୈତିକ ଦଳ ଠାରୁ ସ୍ୱାଧୀନ ପ୍ରାର୍ଥୀ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ଠାରୁ ମଧ୍ୟ ସମସ୍ତେ ଜୋରଦାର ଉତ୍ସାହ ଦେଖାଇଥିଲେ । 

ସବୁଠାରୁ ବଡ଼ କଥା ହେଉଛି ଯେ, ଏହି  ଦୁଇଟି ଆସନରେ ବିଧାୟକଙ୍କ ମୃତ୍ୟୁ ପରେ ହିଁ ନିର୍ବାଚନ ହୋଇଥିଲା । ଆଉ ପିପିଲିରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଓ ପ୍ରାର୍ଥି ସମ୍ଭବତଃ ନିକଟ ଭବିଷ୍ୟତରେ ଘୋଷଣା ହୋଇପାରେ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଦଳୀୟ ସୁପ୍ରିମୋ ପ୍ରାର୍ଥୀଙ୍କ ନାମରେ ମୋହର ମାରିପାରନ୍ତି । କିନ୍ତୁ ଏସବୁ ପୂର୍ବରୁ ପିପିଲି ନିର୍ବାଚନ ଆସନରେ ବେଶ ଉଷ୍ମ ହୋଇ ପଡ଼ିଲାଣି ରାଜନୈତିକ ପାଣିପାଗ । 

ଅଧିକ ପଢନ୍ତୁ: ଲଦାଖ ପରେ ଅରୁଣାଚଳରେ ଚୀନର ନୂଆ ଚାଲ୍

ଦୀର୍ଘ ୨୦ ବର୍ଷରୁ ରାଜ୍ୟରେ ଶାସନ କରୁଥିବା ବିଜେଡିର ଜଣେ ସକ୍ରିୟ କର୍ମୀ ତଥା ବିଧାୟକ ରହିଥିଲେ ନାଟୁ ଭାଇ ବା ପ୍ରଦୀପ ମହାରଥୀ । ପ୍ରଦୀପଙ୍କ ରାଜନୈତିକ କ୍ୟାରିୟର ଦେଖିଲେ ୧୯୮୫ ମସିହା ପରଠାରୁ କେବଳ ୯୫ ମସିହା ନିର୍ବାଚନକୁ ଛାଡ଼ିଦେଲେ ଲଗାତାର ଭାବେ ବିଜୟ ଲାଭ କରି ଆସୁଛନ୍ତି । କେବଳ ବିଜୟ ଲାଭ କରି ନାହାନ୍ତି ସରକାରଙ୍କ ଅଧିନରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇ ସାରିଛନ୍ତି । ମନ୍ତ୍ରୀ ପଦ ସମ୍ଭାଳିବା ସହିତ ଦଳର ବିଭିନ୍ନ ଦାୟିତ୍ୱକୁ ମଧ୍ୟ ତୁଲାଇ ସାରିଛନ୍ତି । ତେବେ ପ୍ରଦୀପଙ୍କ ଦେହାନ୍ତ ପରେ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଲମ୍ବା ଲାଇନ ଲାଗିବାକୁ ବସିଲାଣି । 

ଯଦି ଶାସକ ବିଜେଡ଼ି ପ୍ରାର୍ଥୀଙ୍କ କଥା ଦେଖାଯାଏ, ତେବେ ପ୍ରାଥମିକ ପର୍ଯ୍ୟାୟରେ ପ୍ରଦୀପଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ଓ ସ୍ତ୍ରୀ ପ୍ରତିଭା ମହାରଥୀଙ୍କ ନାମ ସାମ୍ନାକୁ ଆସୁଛି । ଯଦିଓ ଏହି ଦୁଇ ଜଣଙ୍କର ନାମ ଚର୍ଚ୍ଚାର ପରିଧି ମଧ୍ୟରେ ରହିଛି, କିନ୍ତୁ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ ନିର୍ବାଚନୀ ମୈଦାନକୁ ଡିଆଁ ମାରିଛନ୍ତି ପତ୍ନୀ ପ୍ରତିଭା ମହାରଥୀ । ପ୍ରତିଭା ବର୍ତ୍ତମାନ ଜଣେ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଛନ୍ତି । ଚାକିରିରୁ ଅବସର ଗ୍ରହଣ କରି ନଥିଲେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ଲୋକଙ୍କ ସହିତ ମିଶିବା ଆରମ୍ଭ କରିଦେଇଛନ୍ତି । ଇତି ମଧ୍ୟରେ ନିଜ ଫାର୍ମ ହାଉସରେ ସେ ଦଳୀୟ କର୍ମୀଙ୍କ ସହିତ ଏକ ବୈଠକ କରିଥିବା ମଧ୍ୟ ଭିତିରିଆ ସୂଚନା ମିଳେ । ଯଦିଓ ଏ ସମ୍ପର୍କରେ କୌଣସି ମଜବୁତ ତଥ୍ୟ ସାମ୍ନାକୁ ଆସିନି, ତେବେ ଏହାକୁ ଅଣଦେଖା କରାଯାଇପାରେ । 

ଅଧିକ ପଢନ୍ତୁ: ସୀମା ବିବାଦ ମଧ୍ୟରେ ବିବାଦୀୟ ନିଷ୍ପତ୍ତି ନେଲେ ଚୀନ ରାଷ୍ଟ୍ରପତି

ସେପଟେ କିନ୍ତୁ ପୁଅ ରୁଦ୍ରପ୍ରତାପ ମା'ଙ୍କ ଭଳି ସାମ୍ନାକୁ ଆସିନାହାନ୍ତି । କିନ୍ତୁ ୨୦୧୯ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରଦୀପଙ୍କ ପ୍ରଚାର ଦାୟିତ୍ୱ ରୁଦ୍ର ତୁଲାଇଥିଲେ । ଆମୁଳଚୂଳ କାର୍ଯ୍ୟପନ୍ଥା ରୁଦ୍ର ହିଁ ନିର୍ଦ୍ଧାରଣ କରିଥିଲେ ବୋଲି ଚର୍ଚ୍ଚା ହୁଏ । ବାପା ପ୍ରଦୀପଙ୍କ ଦେହାନ୍ତ ପରେ କିନ୍ତୁ ନିର୍ବାଚନୀ ମୈଦାନକୁ ସିଧାସଳଖ ଭାବେ ସାମ୍ନାକୁ ଆସିନାହାନ୍ତି ।  ଏହି ଦୁଇ ଜଣଙ୍କୁ ଛାଡ଼ିଦେଲେ ବର୍ତ୍ତମାନ ସ୍ଥିତିରେ ଅନ୍ୟ ଦୁଇଜଣଙ୍କ ନାଁ ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି । ଗତ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅରୁପ ପଟ୍ଟନାୟକ ଓ ସନ୍ଧ୍ୟାବତୀ ପ୍ରଧାନ । ଅରୁପ ପଟ୍ଟନାୟକଙ୍କ କଥା ଯଦି ଦେଖାଯାଏ, ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଅତି ଘନିଷ୍ଠ। ମୁମ୍ବାଇରେ କମିଶନର ଥିବା ସମୟରୁ ହିଁ ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆଶିର୍ବାଦ ଢାଳି ଆସିଛନ୍ତି । 

ଗତ ସାଧାରଣ ନିର୍ବାଚନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଲୋକସଭା ଟିକଟ ଦେବା ପରେ ହିଁ ଏହା ସାବ୍ୟସ୍ତ ହୋଇଥିଲା। ଏହି ପିପିଲି ଉପ ନିର୍ବାଚନରେ ଗଡ ରକ୍ଷା କରିବାକୁ ତାଙ୍କୁ ବିଜେଡ଼ି ପ୍ରାର୍ଥୀ କରିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ସେହିପରି ତୃଣମୂଳ ସ୍ତରରେ ଲୋକପ୍ରିୟତା ଥିବା ସନ୍ଧ୍ୟାବତୀ ପ୍ରଧାନଙ୍କୁ ପ୍ରାର୍ଥୀ କରିବାକୁ ଦାବି ବଢିବାରେ ଲାଗିଛି । ଯଦିଓ ଖୋଲାଖୋଲି ଭାବେ ଏହି ସମର୍ଥନ ସାମ୍ନାକୁ ଆସିନାହିଁ, କିନ୍ତୁ ସନ୍ଧ୍ୟାବତୀ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି । 

ଅଧିକ ପଢନ୍ତୁ: ଧନତେରସରେ ଶସ୍ତା ସୁନା କିଣିବାର ସୁଯୋଗ, ପୁଣି ଆରମ୍ଭ ହେବାକୁ ଯାଉଛି ମୋଦି ସରକାରଙ୍କ ଏହି ସ୍କିମ୍

ତେବେ ଏସବୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ବିଜେଡ଼ି କ୍ୟାମ୍ପରେ ହଇଚଇ ଆରମ୍ଭ ହୋଇଛି । କାହାକୁ ପ୍ରାର୍ଥୀ କରାଯିବ ସେନେଇ ମଧ୍ୟ ଗୁମୁରି ଗୁମୁରି ଆଲୋଚନା ଜାରି ରହିଛି । ଦଳ ନିଜର ସ୍ୱାର୍ଥକୁ ପ୍ରାଧାନ୍ୟ ଦେବ ନା ବିଜେଡ଼ି ଗଡ଼ ରକ୍ଷା କରିବା, ପ୍ରଦୀପଙ୍କ ପାଇଁ ପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିବ ନାଁ କିଛି ନୂଆ ମୁହଁକୁ ମୈଦାନକୁ ଓହ୍ଲାଇବ ସେନେଇ ଏବେ କ୍ୟାମ୍ପରେ ଆଲୋଚନା ବେଶ ଉଷ୍ମ ପାଇଛି । ସମୟ କହିବ ଏହି ନିର୍ବାଚନ ମଣ୍ଡଳୀରେ କିଏ ପ୍ରାର୍ଥୀ ହେବ । ସେପଟେ କିନ୍ତୁ ଏହି ଏହି ନିର୍ବାଚନ ଯେ ବିଜେଡ଼ି ଟିମରେ ଫାଟକୁ ଆହୁରି ବଢାଇ ଦେବେ ତାହା କହିବେ ହେବ ନାହିଁ ବୋଲି ଚର୍ଚ୍ଚା ମଜବୁତ ହୋଇଛି ।